ଆମେରିକାରେ ମହାତ୍ମାଙ୍କ ପ୍ରତିମା ପ୍ରତି ଅସମ୍ମାନ ପ୍ରଦର୍ଶନ

ଓ୍ବାଶିଂଟନ,୧୩।୧୨: କୃଷି ଆଇନକୁ ନେଇ ଭାରତରେ ଜାରି ରହିଥିବା ଅନ୍ନଦାତାଙ୍କ ଆନ୍ଦୋଳନକୁ ସମର୍ଥନ କରି ଆମେରିକାରେ ଖଲିସ୍ତାନୀ ସଂଗଠନଗୁଡ଼ିକ ପକ୍ଷରୁ ପ୍ରଦର୍ଶନ କରାଯାଇଛି। ପ୍ରଦର୍ଶନ ସମୟରେ ସଂଗଠନର ସଦସ୍ୟ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମା ପ୍ରତି ଅସମ୍ମାନ ପ୍ରଦର୍ଶନ କରିଛନ୍ତି। ଗ୍ରେଟର ଓ୍ବାଶିଂଟନ ଡିସି ଅଞ୍ଚଳ, ମେରିଲାଣ୍ଡ, ଭର୍ଜିନିଆ ଆଦି ଅଞ୍ଚଳରେ ସଂଗଠନ ପକ୍ଷରୁ ଜୋର୍‌ଦାର୍‌ ପ୍ରଦର୍ଶନ କରାଯାଇଛି। ଏହା ସହିତ ନ୍ୟୁୟର୍କ, ନ୍ୟୁ ଜର୍ସି, ପେନସିଲଭାନିଆ, ଇଣ୍ଡିୟାନା, ଓହିଓ ଏବଂ ନର୍ଥ କେରୋଲିନାରେ ମଧ୍ୟ ଅନ୍ନଦାତାଙ୍କ ଆନ୍ଦୋଳନକୁ ସମର୍ଥନ କରି ପ୍ରଦର୍ଶନ ହୋଇଛି।

Share