ନ୍ୟୁୟର୍କରେ ରେଷ୍ଟୁରାଣ୍ଟ୍‌ ଖୋଲିଲେ ଦେଶୀ ଗର୍ଲ

ନ୍ୟୁୟର୍କ,୭।୩: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନ୍ୟୁୟର୍କରେ ଏକ ଭାରତୀୟ ରେଷ୍ଟୁରାଣ୍ଟ୍‌ ଖୋଲିଛନ୍ତି। ଏହାର ନାମ ସେ ସୋନା ରଖିଛନ୍ତି। ରେଷ୍ଟୁରାଣ୍ଟ୍‌ର ଫଟୋ ସେ ସୋସିଆଲ୍‌ ମିଡ଼ିଆରେ ଅପଲୋଡ୍‌ କରିଛନ୍ତି। ଏଠାରେ ଗ୍ରାହକଙ୍କୁ ବିଭିନ୍ନ ପ୍ରକାର ଭାରତୀୟ ମେନ୍ୟୁ ଯୋଗାଇ ଦିଆଯିବ ବୋଲି ଦେଶୀ ଗର୍ଲ ସୂଚନା ଦେଇଛନ୍ତି। ଏଥିରେ ତାଙ୍କ ବନ୍ଧୁ ମନୀଷ ଗୋଏଲ୍‌ ଏବହ ଡେଭିଡ୍‌ ରେବିନ୍‌ ସହାୟତା କରିଥିବା ସେ କହିଛନ୍ତି। ବଲିଉଡ୍‌ରୁ ହଲିଉଡ୍‌ ପର୍ଯ୍ୟନ୍ତ ଅଭିନୟରେ ଧମାକା ସୃଷ୍ଟି କରିବା ପରେ ଦେଶୀ ଗର୍ଲ ଏବେ ନୂଆ ବ୍ୟବସାୟରେ ଏଣ୍ଟ୍ରି କରିଛନ୍ତି। ତେବେ ସେ ଏଥିରେ କେତେ ଦୂର ସଫଳ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

Share