ଡିଜାଇନର ପିୟରେ କାର୍ଡିନ୍‌ଙ୍କ ପରଲୋକ

ପ୍ୟାରିସ୍‌, ୩୧।୧୨: ଫ୍ରାନ୍ସର ଖ୍ୟାତନାମା ଡିଜାଇନର ପିୟରେ କାର୍ଡିନ୍‌ଙ୍କର ୯୮ ବର୍ଷ ବୟସରେ ମଙ୍ଗଳବାର ପରଲୋକ ହୋଇଯାଇଛି। ଏହି ଡିଜାଇନରଙ୍କ ନାଁ ବ୍ରାଣ୍ଡରେ ପରିଣତ ହୋଇଥିଲା। ହାତଘଡ଼ିଠାରୁ ଆରମ୍ଭ କରି ବେଡ୍‌ଶିଟ୍‌ ସବୁଥିରେ ତାଙ୍କର ସ୍ବତନ୍ତ୍ର ସ୍ପେସ୍‌ ଏଜ୍‌ ଷ୍ଟାଇଲ୍‌ ୬୦ ଦଶକରେ ତାଙ୍କୁ ଫେଶନର ସର୍ବୋଚ୍ଚ ସ୍ତରକୁ ନେଇଯାଇଥିଲା। ହଜାର ହଜାର ଉତ୍ପାଦରେ କାର୍ଡିନ୍‌ଙ୍କ ନାଁ କ୍ରମେ ବ୍ରାଣ୍ଡରେ ପରିଣତ ହୋଇଯାଇଥିଲା ଏବଂ ୭୦ ଓ ୮୦ ଦଶକରେ ଲୋକପ୍ରିୟତାର ଶୀର୍ଷ ଛୁଇଁଥିଲା। ତାଙ୍କ ସ୍ବାକ୍ଷର ଥିବା ଉତ୍ପାଦଗୁଡ଼ିକ ବିଶ୍ୱବ୍ୟାପୀ ଲକ୍ଷାଧିକ ଆଉଟଲେଟ୍‌ରେ ବିକ୍ରି ହେଉଥିଲା। ୧୯୫୦ରେ ସେ ନିଜର ଫେଶନ ହାଉସ୍‌ ପ୍ରତିଷ୍ଠା କରି ୧୯୫୪ରେ ‘ବବଲ୍‌ ଡ୍ରେସ୍‌’ ଆରମ୍ଭ କରିଥିଲେ। ୧୯୯୧ରେ ୟୁନେସ୍କୋ ଏବଂ ୨୦୦୯ରେ ଜାତିସଂଘ ଏଫ୍‌ଏଓ ତାଙ୍କୁ ଗୁଡ୍‌ଓ୍ବିଲ୍‌ ଆମ୍ବାସଡର ନିଯୁକ୍ତ କରିଥିଲେ।

Share