ପ୍ରଡ୍ୟୁସର ଭାବେ ପ୍ରଥମ ଫିଲ୍ମର ଶୁଟିଂ ଶେଷ କଲେ ମନିଷ ମାଲହୋତ୍ରା

ମୁମ୍ବାଇ: ସବୁଠାରୁ ପପୁଲାର ଡିଜାଇନରଙ୍କ ମଧ୍ୟରୁ ଜଣେ ମନିଷ ମାଲହୋତ୍ରା ସେପ୍ଟେମ୍ବର ୧ରେ ତାଙ୍କ ପ୍ରଡକଶନ ହାଉସ ଷ୍ଟେଜ ୫ ପ୍ରଡକଶନର ଘୋଷଣା କରିଥିଲେ। ସହି ଦିନ ସେ ଆହୁରି ମଧ୍ୟ ଘୋଷଣା କରିଥିଲେ ଯେ ରାଧିକା ଆପତେଙ୍କ ମୁଭି ‘ଟ୍ରେନ ଫ୍ରମ ଛପରୌଲା’ ହେଉଛି ତାଙ୍କ ନୂଆ ପ୍ରଡକ୍ସନ ହାଉସରୁ ନିର୍ମିତ ପ୍ରଥମ ମୁଭି। ଶୁକ୍ରବାର ଅର୍ଥାତ୍‌ ଅକ୍ଟୋବର ୧୩ରେ, ମାଲହୋତ୍ରା ଏକ ପୋଷ୍ଟ ଶେୟାର କରି ତାଙ୍କ ପ୍ରଶଂସକ ଏବଂ ଫଲୋୟର୍ସଙ୍କୁ ସୂଚନା ଦେଇଥିଲେ ଯେ ଫିଲ୍ମର ସୁଟିଂ ଶେଷ ହୋଇଛି, ଏହା ସହିତ ଏକ ହୃଦୟସ୍ପର୍ଶୀ ବାର୍ତ୍ତା ଏବଂ ସୁଟିଂର ଶେଷ ଉତ୍ସବ ପାଳନ କରୁଥିବା କଳାକାରଙ୍କ ଭିଡିଓ ମଧ୍ୟ ସେୟାର କରିଛନ୍ତି।
କିଛି ସମୟ ପୂର୍ବରୁ ମନୀଷ ମାଲହୋତ୍ରା ତାଙ୍କ ଇନଷ୍ଟାଗ୍ରାମରେ ‘ଟ୍ରେନ ଫ୍ରମ ଛପରୌଲା’ ଫିଲ୍ମର ସୁଟିଂ ଶେଷ ଉତ୍ସବର ଦୁଇଟି ଭିଡିଓ ଶେୟାର କରିଥିଲେ। ପ୍ରଥମ ଭିଡିଓରେ, ଫ୍ୟାଶନ ଡିଜାଇନର୍‌ ପ୍ରଡକ୍ସନ ହାଉସ ଅଧୀନରେ ତାଙ୍କର ପ୍ରଥମ ମୁଭିର ନିର୍ଦ୍ଦେଶନା ଦେଉଥିବା ରାଧିକା ଆପତେଙ୍କୁ ମନୀଷ ଏବଂ ଫିଲ୍ମର ଅନ୍ୟ କ୍ରୁ ସଦସ୍ୟଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳଛି। ଦ୍ୱିତୀୟ ଭିଡିଓରେ ମୁଭିର ଟାଇଟଲକୁ ଦର୍ଶାଇ ଏକ ଚଳନ୍ତା ଟ୍ରେନ ପ୍ରଦର୍ଶିତ ହୋଇଛି ।

Share