ପୁଣି ବିଜ୍ଞାପନକୁ ନେଇ ଟ୍ରୋଲ ହେଲେ ପ୍ରସିଦ୍ଧ ଡିଜାଇନର୍‌ ସବ୍ୟସାଚୀ

ମୁମ୍ବାଇ: ପ୍ରସିଦ୍ଧ ଡ୍ରେସ ତଥା ଜୁଏଲାରୀ ଡିଜାଇନର୍‌ ସବ୍ୟସାଚୀ ମୁଖାର୍ଜୀ ନିଜର ଅଦ୍ଭୁତ ଡିଜାଇନ ପାଇଁ ସେ ଚାରିଆଡେ ପ୍ରସିଦ୍ଧ। ବଲିଉଡ୍‌ ଠାରୁ ଆରମ୍ଭ କରି ହଲିଉଡ୍‌ ସବୁଠୁ ତାଙ୍କର ଦବଦବା ରହିଛି। ତେବେ ପ୍ରସିଦ୍ଧ ଡିଜାଇନର୍‌ ସବ୍ୟସାଚୀ ପୁଣି ଥରେ ଟ୍ରୋଲର ଶିକାର ହୋଇଛନ୍ତି।

ପୁଣି ଥରେ ନିଜର ଜୁଏଲାରୀ କଲେକସନ୍‌କୁ ନେଇ ତିଆରି କିରଥିବା ବିଜ୍ଞାପନ ପାଇଁ ସେ ଟ୍ରୋଲର୍ସଙ୍କ ଟାର୍ଗେଟକୁ ଆସିଛନ୍ତି। ଏହା ପୂର୍ବରୁ ଏକ ମଙ୍ଗଳସୂତ୍ର ବିଜ୍ଞାପନକୁ ନେଇ ବିବାଦ ହୋଇଥିଲା। ଅଟମ ୱିନଟର ଜୁଏଲେରୀ କଲେକସନ୍‌-୨୦୨୧ର ଅନେକ ପୋଷ୍ଟର ଶେୟାର କରାଯାଇଛି, ଯେଉଁଥିରେ ମଡେଲଗୁଡିକ ଶାଢି ପିନ୍ଧିଛନ୍ତି। ସେ ତାଙ୍କ ବେକ ଏବଂ କାନରେ ଭାରି ଅଳଙ୍କାର ପିନ୍ଧିଛନ୍ତି। ଗୋଟିଏ ପୋଷ୍ଟରରେ ତିନି ମଡେଲ ଏବଂ ଅନ୍ୟ ପୋଷ୍ଟରରେ ୬ ମଡେଲ ନଜର ଆସିଛନ୍ତି। କିନ୍ତୁ ତାଙ୍କ ମୁହଁରେ ଟିକେ ବି ଖୁସି ନାହିଁ। ସମସ୍ତେ ଦୁଃଖୀ ମନରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ସବ୍ୟସାଚୀଙ୍କୁ ଟ୍ରୋଲ କରାଯାଉଛି। ଟ୍ରୋଲର୍ସ କହିଛନ୍ତି, ଏତେ ଦାମୀ ଅଳଙ୍କାର ପିନ୍ଧିବାର କ’ଣ ଫାଇଦା ଯଦି ସେମାନେ ଖୁସି ନାହାନ୍ତି।

Share