ହତାଶ ପ୍ରେମିକର ଉନ୍ମତ୍ତ କାଣ୍ଡ, ହତ୍ୟା ପରେ ପ୍ରେମିକାଙ୍କ ମୃତଦେହ କୂଅରେ ଫିଙ୍ଗି ଦେଲେ

ବରଗଡ଼ ଅଫିସ,୧୯।୩: ବିବାହ କରିବାରେ ବିଫଳ ହେବା ପରେ ଜଣେ ହତାଶ ପ୍ରେମିକ ନିଜ ପ୍ରେମିକାଙ୍କୁ ମାରି କୂଅ ଭିତରକୁ ଫିଙ୍ଗିଦେବା ଘଟଣା ବରଗଡ଼ ଜିଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଘଟଣାଟି ବରଗଡ଼ ଜିଲା ବିଜେପୁର ଥାନା ସାଇପାଲି ଗ୍ରାମରେ ଘଟିଛି। ଗ୍ରାମର ପଦ୍ମିନୀ ଛତ୍ରିଆଙ୍କ ସହିତ ଉକ୍ତ ଗ୍ରାମର ଚନ୍ଦ୍ରଶେଖର ସେଠ୍‌ଙ୍କ ପ୍ରେମ ସମ୍ପର୍କ ରହିଥିଲା। ଇତିମଧ୍ୟରେ ପଦ୍ମିନୀଙ୍କ ବିବାହ ଅନ୍ୟତ୍ର ସ୍ଥିର ହୋଇ ସାରିଥିବା ବେଳେ ଗତ ୧୫ତାରିଖରୁ ପଦ୍ମିନୀ ନିଖୋଜ ହୋଇଯାଇ ଥିଲେ। ଚନ୍ଦ୍ରଶେଖର ତାଙ୍କୁ ଅପହରଣ କରି ନେଇଥିବା ପଦ୍ମିନୀଙ୍କ ପରିବାର ଲୋକେ ବିଜେପୁର ଥାନାରେ ଏତଲା ଦେଇଥିଲେ। ଏହାପରେ ପୋଲିସ ଘଟଣାର ଅନୁସନ୍ଧାନ ଆରମ୍ଭ କରିବା ସହିତ ଚନ୍ଦ୍ରଶେଖରଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ପଦ୍ମିନୀଙ୍କୁ ତଣ୍ଟି ଚିପି ହତ୍ୟା ପରେ ମୃତଦେହ ଗାଁ ଉପକଣ୍ଠରେ ରହିଥିବା ଏକ କୂଅ ଭିତରକୁ ଫିଙ୍ଗି ଦେଇଥିବା ନେଇ ଚନ୍ଦ୍ରଶେଖର ପୋଲିସ ଆଗରେ ସ୍ବୀକାର କରିବା ସହିତ ଘଟଣାସ୍ଥଳ ଦେଖାଇଥିଲା। ଶନିବାର ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ପୋଲିସ ସେଠାରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ସେହିପରି ସାଇଣ୍ଟିଫିକ୍‌ ଟିମ ଉପସ୍ଥିତିରେ ଶବର ପଞ୍ଚନାମା ମଧ୍ୟ କରାଯାଇଥିଲା । ଆଜି ଅଭିଯୁକ୍ତ ଚନ୍ଦ୍ରଶେଖରଙ୍କୁ ଗିରଫ କରି ସ୍ବାସ୍ଥ୍ୟ ପରୀକ୍ଷା ପରେ ସୋହେଲା କୋର୍ଟକୁ ଚାଲାଣ କରାଯାଇଛି। ଏ ନେଇ ଅଭିଯୁକ୍ତଙ୍କ ବିରୋଧରେ ଦଫା ୩୬୪, ୩୦୨, ୨୦୧ ଆଇପିସିରେ ଏକ ମାମଲା ନଂ-୫୯/୨୦୨୩ ରୁଜୁ ହୋଇଥିବା ବିଜେପୁର ଥାନା ଅଧିକାରୀ ସନୟ କୁମାର ନାଏକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ

ରାଇକିଆ,୧୦ା୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ସଭାଗୃହଠାରେ ଶୁକ୍ରବାର ଆସନ୍ତା ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଇକିଆ ବ୍ଲକ ଅଧ୍ୟକ୍ଷ...

ବସ୍‌ରେ ଚିକିତ୍ସା ପାଇଁ ଯାଉଥିଲେ: ସିଟ୍‌ରେ ଟଳିପଡ଼ିଲେ ବୃଦ୍ଧା

ଦିଗପହଣ୍ଡି,୧୦।୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ପୁରୁଣା ବସ୍‌ଷ୍ଟାଣ୍ଡରୁ ବ୍ରହ୍ମପୁର ଯାଉଥିବା ଏକ ଯାତ୍ରୀବାହୀ ବସ୍‌ରୁ ଶୁକ୍ରବାର ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବୃଦ୍ଧା...

ମୋହନାରୁ ଗଞ୍ଜେଇ ନେଇ ବ୍ରହ୍ମପୁର ଯାଉଥିଲେ ଅଭିଯୁକ୍ତ, ହାଜତ ପଠାଇଲା ଅବକାରୀ

ଦିଗପହଣ୍ଡି,୧୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଏସ୍‌ଆଇ ଅନୀତା ପ୍ରଧାନ ଗଜପତି ଜିଲା ମୋହନା ଥାନା କୀର୍ତ୍ତିଗି ଗ୍ରାମର ଜିତେନ୍ଦ୍ର ପାଇକଙ୍କୁ...

ଭୋଟ ଦେବାକୁ ଆସିଲେନି ସମିତି ସଭ୍ୟ କି ସରପଞ୍ଚ: ଫେରିଗଲେ ନିର୍ବାଚନ ଅଧିକାରୀ

ଝାରସୁଗୁଡା,୧୦।୧: ଝାରସୁଗୁଡା ଜିଲା କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ଅନାସ୍ଥା ଭୋଟ ଆଜି ଅନୁଷ୍ଠିତବେଳେ ଏକ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି। ସକାଳ ୧୦ଟାରେ ଅନାସ୍ଥା...

ବିବାହ ବିଚ୍ଛେଦ ମାମଲାକୁ ନେଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ମାମଲା ବିଚାରାଧୀନ ଥିଲେ ଜଣେ ନେଇପାରିବେ…

କଟକ,୧୦ା୧: ବିବାହ ବିଚ୍ଛେଦ ମାମଲାରେ ହାଇକୋର୍ଟ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। କୋର୍ଟ କହିଛନ୍ତି, ମାମଲା ବିଚାରାଧୀନ ଥିବାବେଳେ ଜଣେ ଏକପାଖିଆ ସମ୍ମତି...

ତେଲଙ୍ଗାନାରେ ମର୍ମନ୍ତୁଦ ବସ ଦୁର୍ଘଟଣା: ଚାଲିଗଲା ୪ ଓଡ଼ିଆଙ୍କ ଜୀବନ

ମାଲକାନଗିରି,୧୦।୧(ଦୁର୍ଯ୍ୟୋଧନ ପାତ୍ର): ତେଲଙ୍ଗାନାରେ ଏକ ମର୍ମନ୍ତୁଦ ବସ ଦୁର୍ଘଟଣା ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୪ ଓଡ଼ିଆଙ୍କ ମୃତ୍ୟୁ ଘଟିଛି। ତେଲଙ୍ଗାନା ସୂର୍ଯ୍ୟାପେଟ-ଖମାମ ରାସ୍ତାରେ ଏହି...

ଆଜି କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ଅନାସ୍ଥା ଭୋଟ

ଝାରସୁଗୁଡ଼ା,୧୦।୧(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡା ଜିଲା କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ଅନାସ୍ଥା ଭୋଟ ଶୁକ୍ରବାର ହେବ। ଏହି ପରିପ୍ରେକ୍ଷୀରେ ଗୁରବାର ସକାଳେ ସମିତି ସଭ୍ୟ, ସରପଞ୍ଚ...

ନଦୀକୁ ଖସିଲା ଟୁରିଷ୍ଟ୍‌ ବସ: ଜଣେ ମୃତ, ୪ ଗୁରୁତର

ନୟାଗଡ,୧୦।୧: ନୟାଗଡ଼ ପୋଲିସ ଜିଲା ଚାନ୍ଦପୁର ଥାନା ଖଣ୍ଡିସ ପୋଲ ନିକଟରେ ସୁରକ୍ଷା ପ୍ରାଚୀର ଭାଙ୍ଗି ନଦୀ ଭିତରକୁ ଗୁରୁବାର ବିଳମ୍ବିତ ରାତିରେ ଟୁରିଷ୍ଟ ବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri