Categories: ଫୁରସତ

ମଦ୍ୟପ ଓ ଅପରାଧୀଙ୍କ ପାଇଁ ନିଯୁକ୍ତି ସୁଯୋଗ, ବିଜ୍ଞାପନ ଦେଲା ଏହି କମ୍ପାନୀ

ହୋବାର୍ଟ,୨୯।୧୧: ଭଲ ଦରମା ସହ ମନ ମୁତାବକ ଚାକିରି ଖଣ୍ଡିଏ ମିଳିଲେ ବ୍ୟକ୍ତ ଯେକେଉଁଠି ଯିବାକୁ ଚାହିଁଥାଏ। ସମ୍ପ୍ରତି, ଏକ ଏଭଳି ଚାକିରିର ବିଜ୍ଞାପନ ସୋସିଆଲ ମିଡିଆରେ ଘୁରି ବୁଲୁଛି ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। କାରଣ ମଦ୍ୟପ ଓ ଅପରାଧୀଙ୍କୁ ଏଥିରେ ଚାକିରି କରିବା ପାଇଁ ସୁଯୋଗ ଦିଆଯାଇଛି।


ଅଷ୍ଟ୍ରେଲିଆର ତସମାନିଆ ଦ୍ୱୀପର ଏକ ପବ୍‌ରେ ଏପରି ନିଯୁକ୍ତି ବିଜ୍ଞାପନ ବାହାରିଛି। ଯୋଗ୍ୟତାରେ ମଦ୍ୟପ ଓ ଅପରାଧୀଙ୍କୁ ଗୁରୁତ୍ୱ ଦିଆଯିବ ବୋଲି କୁହାଯାଇଛି। ବିଜ୍ଞାପନରେ କୁହଯାଇଛି, ଆଗକୁ ଖ୍ରୀଷ୍ଟମାସ ଥିବାଯୋଗୁ ପବ୍‌ ଶୀଘ୍ର କର୍ମଚାରୀ ଆବଶ୍ୟକ କରୁଛି। କର୍ମଚାରୀଙ୍କ ପୃଷ୍ଠଭୂମି ଯାହା ଥାଉ ନା କାହିଁକି ସେମାନେ କେବଳ ଜଣେ ଭଲ କର୍ମଚାରୀ ନିଯୁକ୍ତି କରିବାକୁ ଚାହୁଁଛନ୍ତି।

ଏହି ପବ୍‌ ନିଜ ଫେସବୁକ ପେଜରେ ଚାକିରି ବିଜ୍ଞାପନ ଦେଇଛି। ରୋଷେଇ କରିବା ସହ ଗାର୍ଡ ଭାବରେ ଜଗିବା ପାଇଁ ଲୋକଟିଏ ଦରକାର ବୋଲି ନିଯୁକ୍ତିରେ କୁହାଯାଇଛି। କର୍ମଚାରୀ ଜଣେ ଅପରାଧୀ, ନିଶା ସେବକ କିମ୍ବା ମଦ୍ୟପ ହୋଇଥିଲେ ମଧ୍ୟ ଏଥିରେ କୌଣସି ଅସୁବିଧା ନାହିଁ ବୋଲି ବିଜ୍ଞାପନରେ କୁହାଯାଇଛି।

Share