Categories: ଖେଳ

ଆକାଶଦୀପଙ୍କ ହ୍ୟାଟ୍ରିକ୍‌ ସତ୍ତ୍ୱେ ଭାରତ ପରାସ୍ତ

ଆଡିଲେଡ୍‌, ୨୭।୧୧(ପି.ଟି.): ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ହକି ଟେଷ୍ଟ ସିରିଜ ଆରମ୍ଭ ହୋଇଛି। ଶନିବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଆକାଶଦୀପ ସିଂଙ୍କ ହ୍ୟାଟ୍ରିକ ସତ୍ତ୍ୱେ ଶେଷ ମୁହୂର୍ତ୍ତରେ ଦୁଇଟି ଗୋଲ ବରଣ କରିବାରୁ ଭାରତ ୪-୫ ଗୋଲରେ ପରାସ୍ତ ହୋଇଛି। ଏହି ହାଇସ୍କୋରିଂ ମ୍ୟାଚରେ ଭାରତ ପକ୍ଷରୁ ଆକାଶଦୀପ ୧୦ମ, ୨୭ତମ ଓ ୫୯ତମ ମିନିଟରେ ତିନୋଟି ଗୋଲ ସ୍କୋର କରିଥିବା ବେଳେ ଅଧିନାୟକ ହରମନପ୍ରୀତ ସିଂ (୩୧ତମ) ଏକ ପେନାଲ୍‌୍‌ଟି କର୍ନରକୁ ଗୋଲରେ ରୂପାନ୍ତରିତ କରିଥିଲେ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ତରଫରୁ ଲାଚାନ ଶାର୍ପ (୫ମ), ନାଥାନ ଏଫ୍ରାମସ୍‌ (୨୧ତମ), ଟମ୍‌ କ୍ରେଗ୍‌ (୪୧ତମ) ଗୋଟିଏ ଲେଖାଏଁ ଗୋଲ ଦେଇଥିବା ବେଳେ ବ୍ଲେକ ଗ୍ରୋଭର୍ସ ୫୭ତମ ଓ ୬୦ତମ ମିନିଟ୍‌ରେ ଦୁଇଟି ପେନାଲ୍ଟି କର୍ନରକୁ ଗୋଲରେ ରୂପାନ୍ତରିିତ କରି ମ୍ୟାଚର ପରିସମାପ୍ତି ଘଟାଇଥିଲେ। ସିରିଜର ଦ୍ୱିତୀୟ ମ୍ୟାଚ ରବିବାର ଖେଳାଯିବ। ମ୍ୟାଚର ଶେଷ ମୁହୂର୍ତ୍ତରେ ଦଳର ପ୍ରଦର୍ଶନକୁ ନେଇ ଭାରତର ମୁଖ୍ୟ କୋଚ୍‌ ଗ୍ରାହମ ରିଡ୍‌ ନୈରାଶ୍ୟ ପ୍ରକାଶ କରିଛନ୍ତି। ଏହି ଟୁର୍‌ରେ ସ୍ଥିର ପ୍ରଦର୍ଶନ ଆମର ମୂଳ ଲକ୍ଷ୍ୟ ରହିଛି। ରବିବାର ମ୍ୟାଚ ଆମ ପାଇଁ ଏକ ଚ୍ୟାଲେଞ୍ଜ ହେବ।

Share