Categories: ଜାତୀୟ

ବିଧାନ ପରିଷଦ ନିର୍ବାଚନ: ପ୍ରାର୍ଥୀ ଘୋଷଣା କଲା ଭାଜପା, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କୁ ମିଳିଲାନି ଟିକେଟ୍‌

ବେଙ୍ଗାଲୁରୁ,୨୪।୫: କର୍ନାଟକରେ ହେବାକୁ ଥିବା ବିଧାନ ପରିଷଦ ନିର୍ବାଚନ ପାଇଁ ଏମ୍‌ଏଲ୍‌ସି ପ୍ରାର୍ଥୀ ଘୋଷଣା କରିଛି । ଭାଜପା ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ଚଲୁବାଦୀ ନାରାୟଣସ୍ବାମୀ, ହେମଲତା ନାୟକ, ଏସ କେଶବ ପ୍ରସାଦ ଏବଂ ଲକ୍ଷ୍ମଣା ସଓ୍ବଦୀ । ସେହିଭଳି ଶିକ୍ଷକ କୋଟାରୁ ବସବରାଜ ହୋରାଟ୍ଟୀଙ୍କୁ ଟିକେଟ୍‌ ମିଳିଛି। ହେଲେ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପାଙ୍କ ପୁଅ ବିଓ୍ବାଇ ବିଜୟେନ୍ଦ୍ରଙ୍କୁ ଦଳ ଟିକେଟ୍‌ ଦେଇନାହିଁ । କର୍ନାଟକରେ ଆସନ୍ତା ଜୁନ ୩ ତାରିଖରେ ବିଧାନ ପରିଷଦ ନିର୍ବାଚନ ଅନୁଷ୍ଠିତ ହେବ ।
ତେବେ କୁହାଯାଉଛି କି, ଆସନ୍ତା ବିଧାନସଭା ନିର୍ବାଚନରେ ବିଜୟେନ୍ଦ୍ରଙ୍କୁ ବଡ ଦାୟିତ୍ୱ ମିଳିପାରେ । ଦଳ ବିଜୟେନ୍ଦ୍ରଙ୍କୁ ବିଧାନସଭା ଟିକେଟ୍‌ ଦେବା ପାଇଁ ଚିନ୍ତା କରୁଛି । ତେଣୁ ଦଳ ବିଧାନ ପରିଷଦ ନିର୍ବାଚନ ପାଇଁ ୟେଦିଙ୍କ ପୁଅଙ୍କୁ ମୈଦାନକୁ ଛାଡିନାହିଁ ।

Share