Posted inଜାତୀୟ

ଅଯୋଗ୍ୟ ଘୋଷିତ ସତ୍ତ୍ୱେ ଭିନେଶଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର

ନୂଆଦିଲ୍ଲୀ, ୭ା୮:କୁସ୍ତିରେ ପ୍ରଥମ ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭାବେ ଫାଇନାଲରେ ପ୍ରବେଶ କରିପାରିଥିବାରୁ ପଞ୍ଜାବର ଲଭ୍‌ଲି ପ୍ରଫେସନାଲ ୟୁନିଭର୍ସିଟି(ଏଲ୍‌ପିୟୁ) ଏହାର ଛାତ୍ରୀ ଭିନେଶ ଫୋଗଟଙ୍କ ପାଇଁ ୨୫ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛି। ପ୍ୟାରିସରେ ବୁଧବାର ମହିଳା ୫୦କେଜି ଫାଇନାଲ ପୂର୍ବରୁ ଓଜନ ବେଳେ ଭିନେଶଙ୍କ ଓଜନ ୧୦୦ ଗ୍ରାମ୍‌ ଅଧିକ ଜଣାପଡ଼ିବା ପରେ ତାଙ୍କୁ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ କରାଯାଇଛି। ଫଳରେ ସ୍ବର୍ଣ୍ଣ ନିକଟବର୍ତ୍ତୀ ହୋଇଥିବା ଏହି କୁସ୍ତିଯୋଦ୍ଧା ବର୍ତ୍ତମାନ ବିନା ପଦକରେ ସ୍ବଦେଶ ଫେରିବେ। ପୁରସ୍କାର ଘୋଷଣା ପରେ ଏଲ୍‌ପିୟୁର ପ୍ରତିଷ୍ଠାତା କୁଳାଧିପତି ତଥା ରାଜ୍ୟ ସଭା ସଦସ୍ୟ ଅଶୋକ କୁମାର ମିତ୍ତଲ କହିଛନ୍ତି, ଏବେ ସୁଦ୍ଧା ଆମେ ଭିନେଶଙ୍କୁ ଜଣେ ପଦକ ବିଜେତା ବିବେଚନା କରୁଛୁ। ଚମତ୍କାର କ୍ରୀଡ଼ା ନୈପୁଣ୍ୟ ଦେଖାଇ ସେ ଫାଇନାଲରେ ପ୍ରବେଶ କରିଥିଲେ। ଏଥିଯୋଗୁ ସେ ଅତିକମ୍‌ରେ ରୌପ୍ୟ ପଦକ ପାଇଁ ହକ୍‌ଦାର ଥିଲେ। ପୂର୍ବ ପ୍ରତିଶ୍ରୁତି ଅନୁସାରେ ଆମ ଦୃଷ୍ଟିରେ ସେ ୨୫ ଲକ୍ଷ ଟଙ୍କା ପୁରସ୍କାର ରାଶି ପାଇବାରେ ହକ୍‌ଦାର ଅଟନ୍ତି। ଜଳନ୍ଧରରେ ଅବସ୍ଥିତ ଏହି ୟୁନିଭର୍ସିଟିରେ ଫୋଗଟ ମନୋବିଜ୍ଞାନରେ ଏମ୍‌.ଏ. ଅଧ୍ୟୟନ କରୁଛନ୍ତି। ଏଲ୍‌ପିୟୁ ପ୍ୟାରିସ ଅଲିମ୍ପିକ୍ସରେ ଭାଗ ନେଇଥିବା ଏହାର ଛାତ୍ରୀଛାତ୍ରଙ୍କ ପାଇଁ ପଦକ ପିଛା ପୁରସ୍କାର ଘୋଷଣା କରିଥିଲା। ସ୍ବର୍ଣ୍ଣ ଜିତିଲେ ୫୦ ଲକ୍ଷ, ରୌପ୍ୟ ଓ ବ୍ରୋଞ୍ଜ ପାଇଁ ଯଥାକ୍ରମେ ୨୫ଲକ୍ଷ ଓ ୧୦ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ଏହି ବିଶ୍ୱବିଦ୍ୟାଳୟର ୨୪ଜଣ ଛାତ୍ରୀଛାତ୍ର ବିଭିନ୍ନ କ୍ରୀଡ଼ା ଯଥା ଜାଭେଲିନ୍‌, ରେସ୍‌ଲିଂ, ହକି, ଆଥଲେଟିକ୍ସ, ଭାରୋତ୍ତୋଳନ, ଶୁଟିଂ ଓ ବକ୍ସିଂରେ ପ୍ରତିନିଧିତ୍ୱ କରୁଛନ୍ତି, ଯାହାକି ଭାରତୀୟ ଦଳର ୨୧ ପ୍ରତିଶତ। ଏକ୍ଷେତ୍ରରେ ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌ଏ)ର ଷ୍ଟାଣ୍ଡଫୋର୍ଡ ୟୁନିଭର୍ସିଟି ପଛକୁ ଏଲ୍‌ପିୟୁ ଦ୍ୱିତୀୟ ସ୍ଥାନ ଅଧିକାର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦେଶ ଗୋଟିଏ ନିର୍ବାଚନ: ୧୫ ବିରୋଧୀ ଦଳ କହିଲେ ଅସମ୍ଭବ

ନୂଆଦିଲ୍ଲୀ,୧୮ା୯: କଂଗ୍ରେସ ନେତୃତ୍ୱରେ ୧୫ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ବୁଧବାର କେନ୍ଦ୍ର କ୍ୟାବିନେଟ୍ ପୂର୍ବତନ...

ଦେଶର ସର୍ବକନିଷ୍ଠ ମହିଳା ମୁଖ୍ୟମନ୍ତ୍ରୀ ହେବେ ଆତିଶୀ, ତାଲିକାରେ ଓଡ଼ିଶାର ଥିଲେ…

ନୂଆଦିଲ୍ଲୀ,୧୮।୯: ଅରବିନ୍ଦ କେଜରିଓ୍ବାଲଙ୍କ ସ୍ଥାନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଆତିଶୀ। ତେବେ ମୁଖ୍ୟମନ୍ତ୍ରୀ ଭାବେ ଆତିଶୀଙ୍କ ନାଁକୁ ମଞ୍ଜୁର ଦିଆଯାଇଛି ଯିଏକି ରାଜଧାନୀ ଦିଲ୍ଲୀର ଶୀର୍ଷ...

ମୋଦିଙ୍କ ପ୍ରସ୍ତାବକୁ ଖୋଲାଖୋଲି ସମର୍ଥନ କଲେ ମାୟାବତୀ-ଅଖିଳେଶ, କଂଗ୍ରେସର ବଢିଲା ହାର୍ଟବିଟ୍‌

ନୂଆଦିଲ୍ଲୀ,୧୮।୯: ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ନେଇ ସମାଜବାଦୀ ପାର୍ଟିର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ମୋଦି କ୍ୟାବିନେଟର ନିଷ୍ପତ୍ତିକୁ ଦଳ ସମର୍ଥନ କରି କହିଛି ଯେ...

ଓ୍ବାନ୍‌ ନେଶନ, ଓ୍ବାନ୍‌ ଇଲେକ୍ସନରେ କ’ଣ ବଦଳିଯିବ ଜାଣନ୍ତୁ….

ନୂଆଦିଲ୍ଲୀ,୧୮ା୯: ଓ୍ବାନ୍‌ ନେଶନ, ଓ୍ବାନ୍‌ ଇଲେକ୍ସନରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ କମିଟିର ପ୍ରସ୍ତାବକୁ ବୁଧବାର କେନ୍ଦ୍ର କ୍ୟାବିନେଟ୍‌ ଅନୁମୋଦନ କରିଛି। ପୂର୍ବତନ ରାଷ୍ଟ୍ରପତିଙ୍କ...

ମୋଦି ସରକାରଙ୍କ ବଡ ଆକ୍ସନ, ଆଉ ଭାରତ ପାଣିରେ ମଉଜ କରିପାରିବନାହିଁ ପାକିସ୍ତାନ

ନୂଆଦିଲ୍ଲୀ,୧୮।୯: ପାକିସ୍ତାନ ବର୍ଷ ବର୍ଷ ଧରି ଭାରତୀୟ ଜଳକୁ ଉପଭୋଗ କରିଆସୁଥିଲା, କିନ୍ତୁ ବର୍ତ୍ତମାନ ଏହି ଦିନ ପରିବର୍ତ୍ତନ ହେବାକୁ ଯାଉଛି। ଭାରତ ସରକାର ପାକିସ୍ତାନକୁ...

ଓ୍ବାନ ନେଶନ ଓ୍ବାନ ଇଲେକଶନକୁ ମୋଦି କ୍ୟାବିନେଟରେ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ,୧୮।୯: ଓ୍ବାନ ନେଶନ ଓ୍ବାନ ଇଲେକଶନର ଅର୍ଥ ହେଉଛି ଗୋଟିଏ ଦେଶ-ଗୋଟିଏ ନିର୍ବାଚନ। ଏହା ଏବେ ମୋଦି କ୍ୟାବିନେଟର ଅନୁମୋଦନ ଲାଭ କରିଛି। ବୁଧବାର (ସେପ୍ଟେମ୍ବର...

ମହିଳାଙ୍କୁ ପ୍ରତି ମାସରେ ୨ ହଜାର ଟଙ୍କା…, ଗରିବଙ୍କୁ ୧୦୦ ଗଜ ଜମି, ଜାଣନ୍ତୁ ଆଉ କ’ଣ ରହିଛି କଂଗ୍ରେସର ଘୋଷଣାପତ୍ରରେ

ଚଣ୍ଡିଗଡ଼,୧୮।୯: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ବୁଧବାର ଦିଲ୍ଲୀର ଏଆଇସିସି ମୁଖ୍ୟାଳୟରେ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଦଳର ଗ୍ୟାରେଣ୍ଟି ଘୋଷଣା କରିଛନ୍ତି। ଏହି ଅବସରରେ...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri