୧୯୭୭ ସେପ୍ଟେମ୍ବର ୯ରେ ଅମୃତସରରେ ଜନ୍ମଗ୍ରହଣ କରିଥିବା ରାଜୀବ ଓମ ଭାଟିଆ ଅର୍ଥାତ ଅକ୍ଷୟ କୁମାରଙ୍କୁ ବଲିଉଡର ଖିଲାଡି କିଙ୍ଗ୍ କୁହାଯାଏ। ଅକ୍ଷୟ ନିଜେ ବଲିଉଡରେ ନିଜର ସ୍ଥାନ ସୃଷ୍ଟି କରିଥିଲେ ଏବଂ ଆଜି ତାଙ୍କର ପ୍ରାୟ ପ୍ରତ୍ୟେକ ଫିଲ୍ମ କୋଟି କୋଟି ଟଙ୍କା ଆୟ କରୁଛି। ଅକ୍ଷୟ କୁମାର ଫିଲ୍ମ ‘ସୌଗନ୍ଧ’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। କିନ୍ତୁ ଫିଲ୍ମ ‘ଖିଲାଡି’ରୁ ପ୍ରକୃତ ପରିଚୟ ପାଇଥିଲେ। ଏହା ପରେ ଅକ୍ଷୟ ‘ଖିଲାଡିଓ କା ଖିଲାଡି’, ‘ଇଣ୍ଟରନ୍ୟାଶନାଲ ଖିଲାଡି’, ‘ଖିଲାଡି୪୨୦’, ‘ହେରା ଫେରି’, ’ଅଜନାବି’, ‘ରୁସ୍ତମ’, ‘ବେଲବଟମ୍’, ‘ବେବି’, ‘ଗୁଡ ନ୍ୟୁଜ୍’ ଭଳି ଅନେକ ହିଟ୍ ଫିଲ୍ମରେ ଅଭନୟ ଯାଦୁ ଦେଖାଇଛନ୍ତି। ଅକ୍ଷୟ ତାଙ୍କର ଷ୍ଟଣ୍ଟ ଏବଂ କାର୍ଯ୍ୟ ପାଇଁ ଜଣାଶୁଣା।
ଅକ୍ଷୟ କୋଟି କୋଟି ସମ୍ପତ୍ତିର ମାଲିକ ହୋଇ ସୁଦ୍ଧା ଏହା ବିଶ୍ୱାସ କରନ୍ତି ଯେ ସ୍ବାସ୍ଥ୍ୟ ହେଉଛି ସବୁଠାରୁ ବଡ ଧନ। ତେଣୁ ସେ ନିଜକୁ ଲେଟ୍ ନାଇଟ୍ ପାର୍ଟିରୁ ଦୂରେଇ ରଖନ୍ତି । ଫିଟ୍ ରହିବା ପାଇଁ ଯୋଗ ସହିତ ପ୍ରତିଦିନ ସକାଳେ ବ୍ୟାୟାମ କରନ୍ତି । ଅକ୍ଷୟଙ୍କୁ ଫିଟନେଶ ଫ୍ରିକ୍ ବୋଲି କୁହାଯାଏ ଏବଂ ସେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରେରଣା ।