କୋଟି କୋଟି ଟଙ୍କାର ମାଲିକ ସତ୍ତ୍ୱେ ସ୍ବାମୀ ରିଷିଙ୍କୁ କଞ୍ଜୁସ କହୁଥିଲେ ନୀତୁ: ପୂରା ଘଟଣା ଜାଣିଲେ…

ସ୍ବର୍ଗତ ବଲିଉଡ୍‌ ଅଭିନେତା ରିଷି କପୁର କୋଟି କୋଟି ମୂଲ୍ୟର ସମ୍ପତ୍ତିର ମାଲିକ ଥିଲେ। ତାଙ୍କ ପରିବାରର ପ୍ରାୟ ସମସ୍ତେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଥିଲେ। ତାଙ୍କ ପୁଅ ରଣବୀରଙ୍କୁ ବଲିଉଡର ରକଷ୍ଟାର କୁହାଯାଏ। କପୁର ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ଦେଖି ଲୋକମାନେ ଭାବନ୍ତି ଯେ, ସେମାନେ ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତି। ଏହି କଥା ବାକି ସଦସ୍ୟଙ୍କ ପାଇଁ ଉପଯୁକ୍ତ ଥିଲେ ମଧ୍ୟ ରିଷିଙ୍କୁ ଟିକେ କଞ୍ଜୁସ ଥିଲେ।
ଏକ ସାକ୍ଷାତକାରରେ ସ୍ତ୍ରୀ ନୀତୁ କହିଥିଲେ ଯେ, ବେଳେବେଳେ ରିଷି ବହୁତ କଞ୍ଜୁସଙ୍କ ଭଳି ବ୍ୟବହାର କରୁଥିଲେ।
ରେଷ୍ଟୁରାଣ୍ଟରେ ଖାଇବା ପାଇଁ ସେ ବହୁତ ଟଙ୍କା ଖର୍ଚ୍ଚ କରୁଥିଲେ, କିନ୍ତୁ ସେ ଛୋଟ ଜିନିଷରେ ଟଙ୍କା ସଞ୍ଚୟ କରୁଥିଲେ। ନୀତୁୁ କହିଥିଲେ ଯେ ଥରେ ଆମେ ନ୍ୟୁୟର୍କରେ ଥିଲୁ ଯେତେବେଳେ ମୁଁ ରିଷିଙ୍କୁ ସକାଳର ଚା’ ପାଇଁ ଏକ ବୋତଲ କ୍ଷୀର କିଣିବାକୁ କହିଥିଲି, ସେତେବେଳେ ଅଧାରାତି ହୋଇଥିଲା। ସାମାନ୍ୟ କ୍ଷୀର ଲାଗି ରହୁଥିବା ସ୍ଥାନରୁ ବହୁତ ଦୂରରେ ଥିବା ଦୋକାନକୁ ଯାଉଥିଲେ। କାରଣ ସେଠାରେ ଏକ ବୋତଲ କ୍ଷୀର ୩୦ ଟଙ୍କାରୁ କମ୍‌ରେ ମିଳୁଥିଲା।
ଯେତେବେଳେ ରଣବୀରଙ୍କୁ ୧୬ ବର୍ଷ ହୋଇଥିଲା, ସେ ତାଙ୍କ ମା’ଙ୍କୁ ଏକ କାର ପାଇଁ ଅନୁରୋଧ କରିଥିଲେ। ସେତେବେଳେ ରିଷି ତାଙ୍କୁ କାର ଦେବାକୁ ମନା କରିଦେଇଥିଲେ। ଯେତେବେଳେ ତୁମେ ନିଜେ ରୋଜଗାର କରିବ କାର କିଣିବ ବୋଲି ସେ କହିଥିଲେ। କାରଣ ରିଷି ଚାହୁଁଥିଲେ ଯେ, ତାଙ୍କ ପିଲାମାନେ ଟଙ୍କାର ମହତ୍ୱ ବୁଝନ୍ତୁ।

Share