ଟିକା ନେବା ସତ୍ତ୍ୱେ ଯୁବ ଡାକ୍ତରଙ୍କ ଜୀବନ ଗଲା

ଭୁବନେଶ୍ୱର, ୧୧ା୪ (ବ୍ୟୁରୋ): ରାଜ୍ୟର ବହୁ ଡାକ୍ତର ଏବେ ସଂକ୍ରମିତ। କେତେଜଣଙ୍କର ମୃତ୍ୟୁ ଘଟିଥିବାବେଳେ ରବିବାର ଆଉଜଣଙ୍କ ଜୀବନ ନେଇଛି କରୋନା। ଭୁବନେଶ୍ୱରର ଏକ ଘରୋଇ ମେଡିକାଲର ଜଣେ ଯୁବ ଡାକ୍ତରଙ୍କର କରୋନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ଡାକ୍ତରଙ୍କ ନାମ ହୃଦାନନ୍ଦ ଭୂୟାଁ (୩୨)। ଏନେଇ ସରକାରୀସ୍ତରରେ କିଛି ସ୍ପଷ୍ଟ କରାଯାଇ ନ ଥିଲେ ମଧ୍ୟ ମିଳିଥିବା ସୂଚନାନୁସାରେ, ଡା. ଭୂୟାଁ କିଛିଦିନ ତଳେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହା ର୍ପୂବରୁ ସେ କରୋନା ଟିକାର ଦୁଇଟି ଡୋଜ୍‌ ମଧ୍ୟ ନେଇଥିଲେ। ଏହା ସତ୍ତ୍ୱେ ତାଙ୍କର କରୋନାରେ ମୃତ୍ୟୁ ହୋଇଥିବାରୁ ଟିକାର ପ୍ରଭାବକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେ ସିକଲସେଲ୍‌ରେ ପୀଡିତ ଥିଲେ ବୋଲି ସୂଚନା ମିଳିଛି। ଡା. ଭୂୟାଁ ଏମ୍‌କେସିଜିରେ ଏମ୍‌ବିବିଏସ୍‌ ଓ ଏସ୍‌ସିବିରେ ପିଜି ଶେଷ କରିବା ପରେ ଉକ୍ତ ଘରୋଇ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ।

Share