ପ୍ରମାଣ ଥିଲେ ମଧ୍ୟ ବିଶ୍ୱ ଆତଙ୍କବାଦୀ ତାଲିକାରେ ନାମ ଅନ୍ତର୍ଭୁକ୍ତ କରାଯିବା ଲାଗି ରୋକା ଯାଉଛି: ଭାରତ…

ଜେନେଭା,୬।୯ : ଜାତିସଂଘ ପରିଷଦକୁ ଭାରତ କହିଛି କୌଣସି କାରଣ ନ ଦର୍ଶାଇ ବିଶ୍ୱସ୍ତରରେସ୍ତରରେ ଅନୁମୋଦିତ ଆତଙ୍କବାଦୀଙ୍କୁ କଳା ତାଲିକାଭୁକ୍ତ କରିବା ପ୍ରସ୍ତାବକୁ ଅବରୋଧ କରିବା ଅନାବଶ୍ୟକ। ଏଥି ସହ ଚାଇନାକୁ ଟାର୍ଗେଟ କରି କହିଛନ୍ତି ଏଭଳି କରିବା ଦ୍ୱାରା ଚାଇନାର ଦୋହରା ମନୋଭାବ ପ୍ରକାଶ ପାଉଛି।

ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରାଷ୍ଟ୍ରଦୂତ ରୁଚିରା କାମ୍ବୋଜ କହିଛନ୍ତି ୟୁଏନଏସସି କଟକଣା କମିଟିର କାର୍ଯ୍ୟକାରିତା ମିଳିତ ଜାତିସଂଘ ସୁରକ୍ଷା ପରିଷଦର ବିଶ୍ୱସନୀୟତାକୁ କ୍ଷତି ପହଞ୍ଚାଉଛି। ସେ କହିଛନ୍ତି, ଯଥାର୍ଥ କାରଣ ଦର୍ଶାଇ ବିଶ୍ୱବ୍ୟାପୀ ଅନୁମୋଦିତ ଆତଙ୍କବାଦୀଙ୍କ ପାଇଁ ପ୍ରକୃତ, ପ୍ରମାଣ ଭିତ୍ତିକ ତାଲିକା ପ୍ରସ୍ତାବକୁ ଅବରୋଧ କରିବା ଅନାବଶ୍ୟକ। ଆତଙ୍କବାଦର ଆହ୍ବାନର ମୁକାବିଲା ପାଇଁ ପରିଷଦର ପ୍ରତିବଦ୍ଧତାକୁ ନେଇ ଏହା ନକଲତାକୁ ଖଣ୍ଡନ କରିଥାଏ।

Share