ଏକଦା ବଲିଉଡର ହ୍ୟାଣ୍ଡସମ ହିରୋ ଥିବା ପ୍ରିୟାଂଶୁ ଚାଟାର୍ଜୀ ୨୦୦୧ରେ ‘ତୁମ ବିନ’ ଫିଲ୍ମରେ ବଲିଉଡ୍ରେ ଡେବ୍ୟୁ କରିଥିଲେ। ତାଙ୍କର ପ୍ରଥମ ଫିଲ୍ମରୁୁ ସେ ରୋମାଣ୍ଟିକ ଅଭିନୟ କରିଥିଲେ। ଆଜି ତାଙ୍କର ୪୮ ତମ ଜନ୍ମଦିନ। ଏକ ସମୟ ଥିଲା ତାଙ୍କ ପ୍ରଥମ ଫିଲ୍ମ ରିଲିଜ ହେବା ପରେ ଅନ୍ୟ ପ୍ରୋଜେକ୍ଟ ପାଇଁ ଅଫର ମିଳିବାକୁ ଲାଗିଥିଲା। ପରେ ସେ ଲାଇମଲାଇଟରୁ ଦୂରେଇ ଯାଇଥିଲେ।
କେବଳ ଏହି ଫିଲ୍ମ ନୁହେଁ ଏହାର ଗୀତ ମଧ୍ୟ ଜବରଦସ୍ତ ହିଟ ହୋଇଥିଲା। ଏହା ପରେ ସେ ଐଶ୍ୱର୍ଯ୍ୟା ରାୟଙ୍କ ସହ ‘ଦିଲ୍ କା ରିସ୍ତା’, ଅମିତାଭଙ୍କ ସହ ‘ଭୂତନାଥ’ରେ ଅଭିନୟ କରିଥିଲେ କିନ୍ତୁ ସେ ତାଙ୍କ କ୍ୟାରିୟ ସେତେଟା ସଫଳ ହୋଇ ପାରି ନଥିଲା।