Categories: ଖେଳ

ହାରିବା ସତ୍ତ୍ୱେ ସମସ୍ତଙ୍କ ହୃଦୟ ଜିତିଲେ ନ୍ୟୁଜିଲାଣ୍ଡ ଅଧିନାୟକ

ମୁମ୍ବାଇ,୧୬।୧୧: ବିଶ୍ୱକପର ସେମିଫାଇନାଲ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୭୦ ରନରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ବିରାଟ କୋହଲି ତାଙ୍କ ଦିନିକିଆ କ୍ୟାରିୟରର ୫୦ତମ ଶତକ ସ୍କୋର କରିଥିଲେ। ଦିନିକିଆ ଫର୍ମାଟରେ ସର୍ବାଧିକ ଶତକ ହାସଲ କରିଥିବା ମହାନ ସଚିନ ତେନ୍ଦୁଲକରଙ୍କ ୪୯ ଶତକର ରେକର୍ଡ ଭାଙ୍ଗିଥିଲେ। ଦିନିକିଆ କ୍ରିକେଟ ଇତିହାସରେ ବିରାଟ ବର୍ତ୍ତମାନ ପ୍ରଥମ ଏବଂ ଏକମାତ୍ର ଖେଳାଳି ହୋଇପାରିଛନ୍ତି। ବିରାଟଙ୍କ ଏହି ବିଶେଷ ସଫଳତା ବିଷୟରେ ନ୍ୟୁଜିଲାଣ୍ଡର ଅଧିନାୟକ କେନ ୱିଲିୟମସନ ମ୍ୟାଚ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ବିରାଟଙ୍କୁ ଶ୍ରେଷ୍ଠ ବୋଲି ବର୍ଣ୍ଣନା କରିଛନ୍ତି।
ବିରାଟ କୋହଲିଙ୍କ ୫୦ତମ ଦିନିକିଆ ଶତକ ବିଷୟରେ ୱିଲିୟମସନ ସେମିଫାଇନାଲ ମ୍ୟାଚ ପରେ କହିଛନ୍ତି, ଏହା ଅତ୍ୟନ୍ତ ସ୍ବତନ୍ତ୍ର। ମୁଁ ଭାବୁଛି ଆପଣ ଯଦି ୫୦ଟି ମ୍ୟାଚ ଖେଳିଛନ୍ତି, କିଛି ଲୋକ ଏହାକୁ ଭଲ କ୍ୟାରିୟର ବୋଲି କୁହନ୍ତି, କିନ୍ତୁ ୫୦ ଶତକସ୍କୋର କରିବା ପ୍ରକୃତରେ ବହୁତ ଶ୍ରେଷ୍ଠ। ମୁଁ ଏହାକୁ ପ୍ରଶଂସା କରିବା ପାଇଁ ଶବ୍ଦ ଖୋଜିବାକୁ ଚେଷ୍ଟା କରୁଛି। ସେ ଉନ୍ନତ ହେବାରେ ଲାଗିଛନ୍ତି, ଯାହା ବିଶ୍ୱର ବିରୋଧୀ ଦଳ ପାଇଁ ଚିନ୍ତାର ବିଷୟ, କିନ୍ତୁ ଆପଣଙ୍କୁ ଏହାକୁ ପ୍ରଶଂସା କରିବାକୁ ପଡିବ। ଏହା ପ୍ରକୃତରେ ଅବିଶ୍ୱସନୀୟ।
ଏହି ମ୍ୟାଚ୍‌ରେ ବିରାଟ କୋହଲି ଏବଂ ଶ୍ରେୟାସ ଆୟରଙ୍କ ଶତକ ଯୋଗୁ ଟିମ ଇଣ୍ଡିଆ ମୋଟ ୩୯୭ ରନ ସ୍କୋର କରିଥିଲା। ନ୍ୟୁଜିଲାଣ୍ଡ ଦଳ କେବଳ ୩୨୭ ରନରେ ଅଲଆଉଟ୍‌ ହୋଇଯାଇଛି।

Share