ବାରମ୍ବାର ଦାବି ପରେ ବି ଗୁଡ଼ାରିରୁ ରାଜଧାନୀକୁ ଗଡ଼ୁନି ବସ୍‌

ଗୁଡାରି,୪।୩(ଡି.ଏନ୍‌.ଏ.) – ରାୟଗଡ଼ା ଜିଲାର ଗୁଡାରି ସହର ୧୯୭୨ରେ ଏନ୍‌ଏସି ମାନ୍ୟତା ପାଇଛି। ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳରେ ଅନେକ ଶିକ୍ଷିତ ଯୁବତୀଯୁବକ ଅଛନ୍ତି। ଗୁଡ଼ାରି ଏନ୍‌ଏସି ଏବଂ ବ୍ଲକର ୯ ପଞ୍ଚାୟତକୁ ନେଇ ଏହି ଅଞ୍ଚଳ। ଉଚ୍ଚଶିକ୍ଷା, ନିଯୁକ୍ତି କିମ୍ବା ସାକ୍ଷାତ୍‌କାର ପରୀକ୍ଷା ପାଇଁ ବିଭିନ୍ନ ସମୟରେ ଭୁବନେଶ୍ବର ଯାଇଥାନ୍ତି। ପରିତାପର ବିଷୟ ଗୁଡାରିରୁ ଭୁବନେଶ୍ୱର ଯିବା ପାଇଁ ବସ୍‌ର ସୁବିଧା ନାହିଁ। ଅଞ୍ଚଳବାସୀ ୨୦ କି.ମି. ଦୂର ପଦ୍ମପୁର କିମ୍ବା ଗୁମୁଡ଼ା ଯାଇ ଭୁବନେଶ୍ୱର ବସ୍‌ ଧରିବାକୁ ପଡ଼ୁଛି। ତେଣୁ ଗୁଡାରି ସହରରୁ ଭୁବନେଶ୍ୱର, ବିଶାଖାପାଟଣା ଓ ଜୟପୁରକୁ ବସ୍‌ ଚଳାଚଳ ଏବଂ ଗୁଣପୁର-ଥେରୁବାଲି ରେଳପଥ ସମ୍ପ୍ରସାରଣ ନିମନ୍ତେ ସହରର ଯୁବଗୋଷ୍ଠୀ ‘ୟୁଥ୍‌ ଫର୍‌ ଚେଞ୍ଜ୍‌’ ପକ୍ଷରୁ ଦାବି ହୋଇଛି। ଏ ନେଇ ଏକ ଦସ୍ତଖତ ଅଭିଯାନ ଚାଲିଛି।
ପ୍ରକାଶଯୋଗ୍ୟ, ଗୁଡାରିରୁ ପଦ୍ମପୁର ଯିବା ପାଇଁ ଶେଷ ବସ୍‌ ସମୟ ହେଉଛି ସା ୫ଟା। ଏହାପରେ ଗୁଡାରିରୁ ବାହାରକୁ ଯିବା ପାଇଁ ବସ୍‌ ସୁବିଧା ନାହିଁ। ସେହିପରି ଭୁବନେଶ୍ୱରରୁ ଆସୁଥିବା ବସ୍‌ ଭୋର ୪ଟାରୁ ୫ଟା ମଧ୍ୟରେ ପଦ୍ମପୁରରେ ପହଞ୍ଚିଥାଏ। କିନ୍ତୁ ପଦ୍ମପୁରରୁ ଗୁଡାରି ଯିବା ପାଇଁ ପ୍ରଥମ ବସ୍‌ ସକାଳ ସାଢ଼େ ୭ଟାରେ ରହିଛି। ଫଳରେ ଯାତ୍ରୀ ତଥା ଛାତ୍ରୀଛାତ୍ର ବସ୍‌ଷ୍ଟାଣ୍ଡରେ ପ୍ରାୟ ୩ ଘଣ୍ଟା ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି। ସେହିପରି ସ୍ବାସ୍ଥ୍ୟସେବା ପାଇଁ ଅଞ୍ଚଳବାସୀ ମୁଖ୍ୟତଃ ବିଶାଖାପାଟଣା ଉପରେ ନିର୍ଭର କରୁଛନ୍ତି। ଗମନାଗମନର ସମସ୍ୟା ଯୋଗୁ ଅନେକ ସମୟରେ ଅସୁବିଧା ଭୋଗୁଛନ୍ତି। ଏ ନେଇ ପୂର୍ବରୁ ସ୍ଥାନୀୟ ବିଧାୟକ ରଘୁନାଥ ଗମାଙ୍ଗଙ୍କ ସମେତ ଅନ୍ୟ ରାଜନେତାଙ୍କୁ ଅଞ୍ଚଳବାସୀ ଜଣାଇଛନ୍ତି। ଏ ଦିଗରେ କୌଣସି ସୁଫଳ ମିଳିନାହିଁ। ଆଗକୁ ପୌର ନିର୍ବାଚନ ରହିଛି। ସହରର ଯୁବଗୋଷ୍ଠୀ ପୁଣି ଦାବିକୁ ଆଗକୁ ଆଣି ସମାଧାନ ଦାବି କରିଛନ୍ତି। ବୁଧବାର ଏବଂ ଗୁରୁବାର ଏହି ଅଭିଯାନ ଚାଲିଥିବାବେଳେ ଶୁକ୍ରବାର ଦାବି ଓ ସଂଗୃହୀତ ଦସ୍ତଖତକୁ ଗୁଡାରି ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ। ସେହିପରି ଗୁଣପୁର-ଥେରୁବାଲି ରେଳପଥ ସମ୍ପ୍ରସାରଣ ନିମନ୍ତେ ସଂଗୃହୀତ ଦସ୍ତଖତ ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମଧ୍ୟ ପ୍ରଦାନ କରାଯିବ। ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ବୋଲି ଯୁବଗୋଷ୍ଠୀ କହିଛନ୍ତି।
ଏହି ଅଭିଯାନରେ ସହରର ଅନେକ ବୁଦ୍ଧିଜୀବୀ, ଛାତ୍ରୀଛାତ୍ର, ବିଡିଓ ନୃସିଂହ ଚରଣ ସେଠୀ, ତହସିଲଦାର ଭାରତୀ ଦେବୀ, ଥାନାଧିକାରୀ ସଞ୍ଜୟ କୁମାର ନାୟକ, ମେଡିକାଲ ଅଫିସର ଅରୂପାନନ୍ଦ ବେହେରା ଏବଂ ରାଜନେତା ସାମିଲ ହୋଇ ଦସ୍ତଖତ କରିଛନ୍ତି। ଜିଲା ବିଜେଡି ସଭାପତି ସୁଧୀର ଦାସ ମଧ୍ୟ ସାମିଲ ହୋଇ ପରିବହନ ମନ୍ତ୍ରୀଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ଶୀଘ୍ର ରାଜଧାନୀକୁ ବସ୍‌ ସେବା ମିଳିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାରଗୁଡ଼ା ଲୋକ ମହୋତ୍ସବ ଉଦ୍‌ଯାପିତ

ନୂଆପଡ଼ା,୫ା୪(ମକାରୁ ବେମାଲ): ସ୍ଥାନୀୟ ମିନି ଷ୍ଟାଡିୟମରେ ଚାଲିଥିବା ମାରଗୁଡ଼ା ଲୋକ ମହୋତ୍ସବ ଶନିବାର ଉଦ୍‌ଯାପିତ ହୋଇଯାଇଛି। ନୂଆପଡା ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆଙ୍କ...

ମହଙ୍ଗା ପଡ଼ିଲା ପୋଲିସକୁ ପଥର ମାଡ଼

ଥୁଆମୂଳ ରାମପୁର,୫ା୪(ଦୁର୍ଗା କୀର୍ତ୍ତି): ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ କ୍ଷତିପୂରଣ ଦାବିରେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ସମ୍ମୁଖରେ ଶୁକ୍ରବାର ମଧ୍ୟାହ୍ନରୁ...

ଗୋ-ମାଂସ କାଟିବା ବେଳେ ମାଡ଼ି ବସିଲା ପୋଲିସ

ବାଲିଗୁଡ଼ା,୫ା୪(ସଞ୍ଜୟ ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରେ ଗୋମାଂସ କଟିବା ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରକାଶ ଯେ,...

ଘରୁ ଚୋରି: ପଲିଗ୍ରାଫ ଟେଷ୍ଟରେ ଧରାପଡ଼ିଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୫ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ ଗାଁ ପଞ୍ଚାୟତ ଦାଉଣି ଗ୍ରାମର ଚନ୍ଦ୍ରଶେଖର ପଟ୍ଟନାୟକଙ୍କ ଘର ଗ୍ରିଲ ଭାଙ୍ଗି ଘରୁ ପ୍ରାୟ...

ଟ୍ରେନ ଆଗକୁ ଡେଇଁ ବିଡିଏ କର୍ମଚାରୀଙ୍କ ଆତ୍ମହତ୍ୟା

ବ୍ରହ୍ମପୁର,୫।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ରେ କାର୍ଯ୍ୟରତ ଜଣେ କର୍ମଚାରୀ ଚଳନ୍ତା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ା ସେ ହେଲେ ବ୍ରହ୍ମପୁର...

ଜନ୍ମ ଦିନରେ ବିଧାୟକଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭଞ୍ଜନଗର,୫।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଶନିବାର ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ଏପରିକି...

ଅଧା ରହିଗଲା ପ୍ରେମ କାହାଣୀ: ପ୍ରେମିକା ପିଇଲେ କୀଟନାଶକ, ପରେ ପ୍ରେମିକ ନେଲେ…

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଜଣେ ଯୁକ୍ତ ୨ ନାବାଳିକା...

ଗାଁରେ ପଶିଲେ ୨୮ ଟିକିଆ ହାତୀପଲ, ବାସହରା ହେଲେ ପରିବାର

ଜି.ଉଦୟଗିରି,୫ା୪(ଚିନ୍ମୟ କୁମାର ସେଠୀ): ଜି.ଉଦୟଗିରି ବ୍ଲକ କଳିଙ୍ଗା ପଞ୍ଚାୟତ ଅନ୍ତର୍ଗତ କୁର୍ମିଙ୍ଗିଆ କାଟାଗୁଡ଼ା ଗ୍ରାମରେ ୨୮ ଟିକିଆ ଜଙ୍ଗଲୀ ହାତୀ ପଲ ପଶି ଆସି ଘର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image