କ୍ଷମତା ଦଖଲ କରି ମଧ୍ୟ ତାଲିବାନ ଏବେ କାଙ୍ଗାଳ…

ଓ୍ବାଶିଂଟନ/କାବୁଲ,୧୯।୮: ବନ୍ଧୁକର ଶକ୍ତି ଦ୍ୱାରା ପ୍ରାୟ ଦୁଇ ଦଶନ୍ଧି ପରେ ଆଫଗାନିସ୍ତାନକୁ ନିଜ ଅଧୀନକୁ ନେଇଥିବା ତାଲିବାନ ପାଇଁ ଏବେ ଅନ୍ତର୍ଜାତୀୟ ସମର୍ଥନ ହାସଲ କରିବା ସହଜ ନୁହେଁ। ତାଲିବାନ ନିଜକୁ ପରିବର୍ତ୍ତନ କରିବା ବିଷୟରେ କଥାବାର୍ତ୍ତା କରୁଥିବା ବେଳେ ଏହାର ବର୍ବରତାର ଚିତ୍ର ବିଶ୍ୱ ସମୁଦାୟର ମନରେ ଏକ ଅବିଶ୍ୱାସ ସୃଷ୍ଟି କରୁଛି। ଏହି କାରଣରୁ ଆଫଗାନିସ୍ତାନକୁ ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନିଙ୍କ ପ୍ରଦାନ କରାଯାଇଥିବା ଆନ୍ତର୍ଜାତୀୟ ସହାୟତା ଉପରେ ନିଷେଧାଜ୍ଞା ଜାରି କରାଯାଇଛି। ପ୍ରଥମେ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ପକ୍ଷରୁ ୭୦୬ ଶହ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଫ୍ରିଜ କରାଯାଇଥିଲା। ଏହା ପରେ ଏବେ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ମଧ୍ୟ ଜରୁରୀକାଳୀନ ଭଣ୍ଡାର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛି। ଏହା ଅଧୀନରେ ତାଲିବାନ ୪୬ ମିଲିୟନ ଡଲାରର ବିପୁଳ ପରିମାଣର ଅର୍ଥ ଆଉ ବ୍ୟବହାର କରିପାରିବ ନାହିଁ।
ଏହା ସହିତ ଅନ୍ୟ କୌଣସି ପ୍ରକାରର ନୂତନ ସହାୟତା ଆଇଏମ୍‌ଏଫ୍‌ ପକ୍ଷରୁ ଆଫଗାନିସ୍ତାନକୁ ଯୋଗାଇ ଦିଆ ଯିବନାହିଁ। ଆଇଏମ୍‌ଏଫ୍‌ କହିଛି ଯେ ଦେଶ ଉପରେ ତାଲିବାନର ନିୟନ୍ତ୍ରଣ ଆଫଗାନିସ୍ତାନର ଭବିଷ୍ୟତ ପାଇଁ ଅନିଶ୍ଚିତତା ସୃଷ୍ଟି କରିଛି। ଏଭଳି ପରିସ୍ଥିତିରେ ଜରୁରୀକାଳୀନ ରିଜର୍ଭରେ ବ୍ୟବହାର ଅବରୋଧ କରିବା ଜରୁରୀ ହୋଇପଡିଥିଲା।
ଆମେରିକାର ଚାପରେ ଆଇଏମ୍‌ଏଫ୍‌ ଏହି ନିଷ୍ପତ୍ତି ନ୍ଥେତ୍ବା କୁହାଯାଉଛି। ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଆମେରିକାର ରାଷ୍ଟ୍ରପତି ଏବଂ ତାଙ୍କ ପ୍ରଶାସନର ଚାପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଫଳରେ କ୍ଷମତା ଦଖଲ କରିଥିବା ତାଲିବାନ ଏବେ କାଙ୍ଗାଳ ହୋଇଯାଇଛି। ଦେଶର ମୁଦ୍ରାକୋଷ ବ୍ୟବହାର ଉପରେ କଟକଣା ଯୋଗୁ ଅଗାମୀ ଦିନରେ ଆର୍ଥିକ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ରହିଛି।

Share