ପରିବର୍ତ୍ତନ ସତ୍ତ୍ୱେ ପଛରେ ପଡ଼ିଲେ ମନମୋହନ

ଭଦ୍ରକ,୬ା୬(ସନାତନ ରାଉତ)ଚଳିତ ନିର୍ବାଚନରେ ଓଡ଼ିଶାରେ ଅଭୂତପୂର୍ବ ପରିବର୍ତ୍ତନ ହୋଇଛି। ଓଡ଼ିଶାବାସୀ ଦୀର୍ଘବର୍ଷର ଶାସନ କ୍ଷମତାରେ ଥିବା ବିଜେଡିିକୁ ଧରାଶାୟୀ କରି ଭାଜପାକୁ ବହୁମତ ଦେଇଛନ୍ତି। ନିର୍ବାଚନ ପୂର୍ବରୁ ଭାଜପା-ବିଜେଡି ମେଣ୍ଟ ନେଇ ବହୁ ଚର୍ଚ୍ଚା ଚାଲିଥିଲା। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ। କେନ୍ଦ୍ରୀୟ ନେତା ଓ ବିଜେଡି ମୁଖିଆଙ୍କ ମଧ୍ୟରେ ମେଣ୍ଟ ପାଇଁ ସମର୍ଥନ ରହିଥିବା ବେଳେ ଏକାକୀ ମନମୋହନ ମେଣ୍ଟ ପ୍ରତି ଅମଙ୍ଗ ହୋଇଥିଲେ। ସବୁବେଳେ ଗଣମାଧ୍ୟମରେ ପ୍ରତିକ୍ରିୟାରେ କହିଥିଲେ, ‘ଓଡ଼ିଶାରେ ଏକା ଲଢ଼ିବୁ, ସରକାର ଗଢ଼ିବୁ’। ତାଙ୍କର ଏହି ଉକ୍ତିକୁ ଓଡ଼ିଶାବାସୀ ଜୁନ୍‌ ୪ ତାରିଖରେ ପ୍ରମାଣିତ କରିଦେଲେ। ସାରା ଓଡ଼ିଶାରେ ୭୮ ବିଧାନସଭା ଆସନରେ ଭାଜପା ବିଜୟୀ ହୋଇଥିବା ବେଳେ ଚାନ୍ଦବାଲି ନିର୍ବାଚନମଣ୍ଡଳୀରୁ ମନମୋହନ ପରାଜୟବରଣ କରିଛନ୍ତି। ଓଡ଼ିଆ ଅସ୍ମିତାକୁ ନେଇ ନିର୍ବାଚନ ଲଢ଼ୁଥିବା ମନମୋହନ ମାତ୍ର ୧,୯୧୬ ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟଙ୍କଠାରୁ ହାରିଯାଇଛନ୍ତି। ଭୋଟ ଗଣତି ଆରମ୍ଭରୁ ମନମୋହନ ଆଗୁଆ ରହିଥିବା ବେଳେ ୭ମ ରାଉଣ୍ଡ୍‌ ଗଣତି ଶେଷରେ ୪୯୦ ଭୋଟ ପଛରେ ପଡ଼ିଯାଇଥିଲେ। ପରେ ଏହି ଟ୍ରେଣ୍ଡ୍‌ ଶେଷ ପର୍ଯ୍ୟନ୍ତ ଲାଗି ରହିଥିଲା।
ପରିବର୍ତ୍ତନ ଆଣିବାରେ ମନମୋହନଙ୍କ ଯୋଗଦାନ ରହିଥିଲେ ମଧ୍ୟ ସେ ନିଜେ ହାରିଯିବା ତାଙ୍କ ସମର୍ଥକଙ୍କୁ ନିରାଶ କରିଛି। ଚାନ୍ଦବାଲିର ବରିଷ୍ଠ ଭାଜପା ନେତା ଅଜୟ ନାୟକ କହିଛନ୍ତି, ରାଜ୍ୟବାସୀଙ୍କ ଭାବାବେଗକୁ ମନମୋହନ ବୁଝିଥିବା ବେଳେ ଚାନ୍ଦବାଲିବାସୀ ତାଙ୍କୁ ବୁଝିପାରିଲେ ନାହିଁ। ସେହିପରି ମନମୋହନଙ୍କ ସମର୍ଥକ ଉପେନ୍ଦ୍ର ରାଉଳ କହିଛନ୍ତି, କେନ୍ଦ୍ର ନେତାଙ୍କ ପାଖରେ ଭାଜପା ଏକା ଲଢ଼ିବ ବୋଲି ସେ ଗ୍ୟାରେଣ୍ଟି ଦେଇଥିଲେ। ତାଙ୍କ ଗ୍ୟାରେଣ୍ଟି ପୂରଣ ହେଲା, କିନ୍ତୁ ଚାନ୍ଦବାଲିବାସୀ ପରିବର୍ତ୍ତନ ଚାହିଁଲେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୪ ଜମି ଅଧିଗ୍ରହଣ ଅଧିକାରୀ ନିଲମ୍ବିତ

ଯାଜପୁର,୧୮ା୧୦(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଲି ବହୁମୁଖୀ ଯୋଜନା ଦ୍ୱାରା ଯାଜପୁର ଜିଲାର ୪୬,୬୦୦ ହେକ୍ଟର ଜମିରେ ଜଳସେଚନ...

ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ମିଳିଲା ୧୨ଟି ପାଟ୍ରୋଲିଂ ଗାଡ଼ି, ୫ବର୍ଷରେ ଅଭୟାରଣ୍ୟକୁ ଆସିବେ ୧୪ ବାଘ

ଭୁବନେଶ୍ୱର, ୧୮ା୧୦ (ବନ୍ଦନା ସେଠୀ): ଜୀବଜନ୍ତୁଙ୍କ ସୁରକ୍ଷାରେ ନିୟୋଜିତ ହେବ ପାଟ୍ରୋଲିଂ ଭ୍ୟାନ୍‌। ବିଶେଷକରି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ସୁରକ୍ଷା ପାଇଁ ଆଧୁନିକ ଯାନର ବ୍ୟବସ୍ଥା...

ଟାସ୍କଫୋର୍ସ ପୁନର୍ଗଠନ କଲେ ରାଜ୍ୟ ସରକାର, ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ଶିକ୍ଷାନୀତି

ଭୁବନେଶ୍ୱର,୧୮।୧୦: ଜାତୀୟ ଶିକ୍ଷା ନୀତି-୨୦୨୦କୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଗୁରୁବାର ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ପୁନର୍ଗଠନ ସହ...

ବଦଳିଲେ ୭୦ରୁ ଅଧିକ ତହସିଲଦାର

ଭୁବନେଶ୍ୱର, ୧୮ା୧୦: ରାଜ୍ୟରେ ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ...

କୋଷ୍ଟ ଗାର୍ଡ ଡିଆଇଜି, ପନ୍ତ୍ରୀଙ୍କୁ ଦୁର୍ବ୍ୟବହାର, ନୟାପଲ୍ଲୀ ଥାନାରେ ଏତଲା

ଭୁବନେଶ୍ୱର,୧୮ା୧୦(ସତ୍ୟଜିତ୍‌ ରାଉତ): କୋଷ୍ଟଗାର୍ଡ ଡିଆଇଜି ସତ୍ୟ ରଞ୍ଜନ ଦାସ ଓ ତାଙ୍କ ପତ୍ନୀ ନୟାପଲ୍ଲୀ ଥାନା ଅନ୍ତର୍ଗତ କଳିଙ୍ଗ ଷ୍ଟାଡିଅମ୍‌ ଟ୍ରାଫିକ୍‌ ପୋଷ୍ଟ ନିକଟରେ ଗୁରୁବାର...

OSSSC ଦ୍ଵାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ବିବାଦ, ସରକାର ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର, ୧୮ା୧୦: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ଦ୍ୱାରା କମ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ୨୦୨୪ର ଫରେଷ୍ଟର, ଫରେଷ୍ଟ ଗାର୍ଡ, ଆର୍‌ଆଇ, ଅମିନ ଆଦି...

୨୩ରୁ ଏସବୁ ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ବିଲରେ ଧାନ ବାହାରିବାକୁ ବସିଲାଣି। ଚାଷୀକୁଳ ଅସରାଏ ବର୍ଷାକୁ ଚାହିଁ ରହିଛନ୍ତି। ବର୍ଷା ହେଲେ ବିଲରେ ସୁନା ଫଳିବ। ବର୍ଷକର ପରିଶ୍ରମ ଚାଷୀଙ୍କୁ...

କାର୍ତ୍ତିକ ଆରମ୍ଭରୁ ଅସମ୍ଭାଳ, ଛୁଇଁହେଉନି ପରିବା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ପାର୍ବଣରେ ମହଙ୍ଗାମାଡ଼ ଖାଉଟିଙ୍କ ହର୍ଷୋଲ୍ଲାସକୁ ଫିକା କରିଦେଇଛି। ଆଳୁ, ପିଆଜ ଓ ତେଲ ସମେତ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀଗୁଡ଼ିକ ପୂର୍ବରୁ ଚଢ଼ାଦରରେ ବିକ୍ରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri