ବର୍ଷା ସତ୍ତ୍ୱେ ତାତି ବଢ଼ୁଛି, ୩୦ ଡିଗ୍ରୀ ଉପରେ ୨୦ ସହର

ଭୁବନେଶ୍ୱର, ୨୫।୨(ବ୍ୟୁରୋ)- ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର କିଛି ଜିଲାରେ ବର୍ଷା ଜାରି ରହିଛି। ଶୁକ୍ରବାର ତାଳଚେର, ଅନୁଗୋଳ, ବାରିପଦାରେ ବର୍ଷା ହୋଇଥିବାବେଳେ ଶନିବାର ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, ସୁନ୍ଦରଗଡ଼, କନ୍ଧମାଳରେ ସ୍ବଳ୍ପ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ତେବେ ବର୍ଷା ସତ୍ତ୍ୱେ ତାପମାତ୍ରା ବଢ଼ି ଚାଲିଛି। ଦିନରେ ଗରମ ଅନୁଭୂତ ହେଉଥିବା ବେଳେ ଶୁକ୍ରବାର ୨୦ ସ୍ଥାନରେ ତାପମାତ୍ରା ୩୦ ଡିଗ୍ରୀ ଉପରେ ରହିଥିଲା। ବଲାଙ୍ଗୀର ଓ ସୋନପୁରରେ ସର୍ବାଧିକ ୩୬.୨ ଡିଗ୍ରୀ ରେକର୍ଡ କରାଯାଇଛି।

Share