ଗୁରୁତର ଅଭିଯୋଗ ପରେ ବି ଟ୍ରମ୍ଫଙ୍କ ପ୍ରାର୍ଥୀଙ୍କୁ ମିଳୁଛି ବିପୁଳ ସମର୍ଥନ

ଓ୍ବାଶିଂଟନ,୫।୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ତାଙ୍କ ବିରୋଧରେ ଦାଖଲ ହୋଇଥିବା ମକଦ୍ଦମାକୁ ଖାରଜ କରି କହିଛନ୍ତି ଯେ ଏହା ଜୋ ବାଇଡେନଙ୍କ ନିରାଶା। ଶୁକ୍ରବାର ଟ୍ରମ୍ଫ ଦକ୍ଷିଣପନ୍ଥୀ ବୋଲି ବିବେଚନା କରାଯାଉଥିବା ଲବାମା ଗସ୍ତରେ ଥିଲେ। ଅଲବାମାରେ ଟ୍ରମ୍ଫଙ୍କୁ ଅହେତୁକ ସମର୍ଥନ ମିଳିଥିଲା। ୨୦୨୦ ନିର୍ବାଚନ ଫଳାଫଳକୁ ସଲଟାଇ ଦେଇଥିବା ଟ୍ରମ୍ଫଙ୍କ ଉପରେ ଅଭିଯୋଗ ହୋଇଛି। ଯଦିଓ ଟ୍ରମ୍ଫ ଏହି ଅଭିଯୋଗକୁ ନିରର୍ଥକ ବୋଲି କହିଛନ୍ତି।

ତାଙ୍କ ବିରୋଧରେ ଚାଲିଥିବା ମକଦ୍ଦମା ଉପରେ ଲୋକଙ୍କୁ ସମ୍ବୋଧିତ କରି ଟ୍ରମ୍ଫ କହିଛନ୍ତି ଯେ ଏହା କେବଳ କୁଟିଳ ଜୋ ବାଇଡେନ ଏବଂ ତାଙ୍କର କଟ୍ଟରପନ୍ଥୀ ବାମପନ୍ଥୀଙ୍କ ନିରାଶା, ସେମାନେ ଚାହୁଁଛନ୍ତି ଯେ କ୍ଷମତା ବଜାୟ ରଖନ୍ତୁ। ସୂଚନାଯୋଗ୍ୟ, ରିପବ୍ଲିକାନ ପାର୍ଟିରୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପାଇଁ ଡୋନାଲ୍ଡ ଟ୍ରମ୍ଫ ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି। ଏହା ଅଧୀନରେ ସେ ଶୁକ୍ରବାର ଅଲବାମାରେ ପହଞ୍ଚିଥିଲେ, ଯେଉଁଠାରେ ତାଙ୍କୁ ବହୁ ସଂଖ୍ୟାରେ ଲୋକ ସ୍ବାଗତ କରିଥିଲେ।

Share