ସ୍ବଚ୍ଛ ସମ୍ବଲପୁର ଏବେ ବି ବଡ଼ ଆହ୍ବାନ

ସମ୍ବଲପୁର,୨।୩(ଭବାନୀଶଙ୍କର ଭୋଇ): ସମ୍ବଲପୁର ମହାନଗର ନିଗମର ସ୍ବଚ୍ଛ ସମ୍ବଲପୁର ସ୍ଲୋଗାନ ସତ୍ତ୍ବେ ସହରରେ ସ୍ବଚ୍ଛତା ସବୁବେଳେ ଚିନ୍ତାର କାରଣ ପାଲଟିଛି। ମହାନଗର ନିଗମ ପକ୍ଷରୁ ଆବର୍ଜନ ପରିଚାଳନା ପାଇଁ ଅନେକ ବ୍ୟବସ୍ଥା ରହିଛି। ତଥାପି ମଧ୍ୟ ସ୍ବଚ୍ଛତା ନେଇ ଲୋକମାନଙ୍କ ଆପତ୍ତିି ଓ ଅଭିଯୋଗ କମିନାହିଁ। ମହାନଗର ନିଗମ ପକ୍ଷରୁ ୪୧ଟି ୱାର୍ଡର ସଫେଇ କାର୍ଯ୍ୟ ପରିଚାଳନା ପାଇଁ ମାସକୁ ଏକ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଉଛି। କେତେକ ସ୍ଥାନରୁ ଦିନ ଦିନ ଧରି ଆବର୍ଜନା ସଂଗ୍ରହ ନ ହେବା, କେତେକ ସ୍ଥାନରେ ଦୀର୍ଘ ଦିନ ଧରି ଆବର୍ଜନା ପଡିରହିବା, ଡ୍ରେନଗୁଡିକ ଠିକଣା ଭାବେ ସଫା ନ ହେବା, ରାସ୍ତାରେ ଡ୍ରେନ ପାଣି ପ୍ରବାହିତ ହେଉଥିବା ଭଳି ଅଭିଯୋଗ ସମ୍ବଲପୁର ମହାନଗର ନିଗମ ପାଇଁ ସାଧାରଣ ଘଟଣା। ସହରରେ ଡ୍ରେନ ପାଇଁ ମାଷ୍ଟରପ୍ଲାନ ତିଆରି କରାଯାଉଛି। ତେବେ ଅନେକ ୱାର୍ଡରେ ରାସ୍ତା ଉପରେ ଡ୍ରେନ ପାଣି ଜମି ରହୁଥିବା ଭଳି ସ୍ଥିତି ଦେଖିବାକୁ ମିଳୁଛି। ଅନେକ ସମୟରେ ଅଭିଯୋଗ ପରେ ବି କୌଣସି ସୁଫଳ ମିଳୁ ନ ଥିବା ମଧ୍ୟ ଅନେକ ଅଭିଯୋଗ କରନ୍ତି। ଅନେକ ୱାର୍ଡରେ ସଫେଇ ପାଇଁ ଠିକାସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। ତଥାପି ସହରର ସ୍ବଚ୍ଛତା ନେଇ ସବୁବେଳେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ। ତେବେ ମହାନଗର ନିଗମ ଆୟୁକ୍ତ ବେଦଭୂଷଣଙ୍କ ସୂଚନା ଅନୁଯାୟୀ ବିଗତ କିଛି ବର୍ଷ ତୁଳନାରେ ସହରର ୧୦ରୁ ୪୦% ଆବର୍ଜନା ସଂଗ୍ରହ ବୃଦ୍ଧି ପାଇଛି। ମହାନଗରର ୪୧ଟି ୱାର୍ଡରୁ ଦୈନିକ ୨ଶହ ଟନ ଆବର୍ଜନା ବାହାରୁଛି। ମହାନଗର ନିଗମ ପକ୍ଷରୁ ଘରକୁ ଘର ଯାଇ ଆବର୍ଜନା ସଂଗ୍ରହ ପାଇଁ ଗାଡ଼ିର ବ୍ୟବସ୍ଥା ରହିଛି। ବିଭିନ୍ନ ସ୍ଥାନରେ ଜମା ହେଉଥିବା ଆବର୍ଜନାକୁ ସଂଗ୍ରହ ପାଇଁ ଟ୍ରାକ୍ଟର ଓ ଅନ୍ୟାନ୍ୟ ଗାଡ଼ିର ମଧ୍ୟ ବ୍ୟବସ୍ଥା ହୋଇଛି। ୱେଲ ସେଣ୍ଟରରେ ଆବର୍ଜନାକୁ ପୃଥକ କରାଯାଇ ସେଥିରୁ ଖତ ମଧ୍ୟ ପ୍ରସ୍ତୁତି ହେଉଛି। ସେହିପରି ଖୁବଶିଘ୍ର ମହାନଗର ଅଞ୍ଚଳରେ ୫୦ କୋଟି ଟଙ୍କା ବ୍ୟୟରେ ଆବର୍ଜନାଗୁଡ଼ିକର ପ୍ରକ୍ରିୟାକରଣ ପାଇଁ ମଧ୍ୟ ସ୍ବତନ୍ତ୍ର ପ୍ଲାଣ୍ଟ ସ୍ଥାପନ କରାଯିବ ବୋଲି ଆୟୁକ୍ତ ସୂଚନା ଦେଇଛନ୍ତି। ତେବେ ସହରକୁ ସଫା ସୁତୁରା ରଖିବା ପାଇଁ ଜନସାଧାରଣଙ୍କ ସହଯୋଗ ଆବଶ୍ୟକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୀଳଚକ୍ର ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି, ଶ୍ରଦ୍ଧାଳୁ କହୁଛନ୍ତି ଘଟିବ..

ପୁରୀ,୧୭ା୩: ଚୈତ୍ର ମାସ କୃଷ୍ଣ ପ୍ରତିପଦା ତିଥି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହୋଲି ଉତ୍ସବ ଏବଂ ଚନ୍ଦନ ଅନୁକୂଳ ନୀତି ସମ୍ପନ୍ନ ହୋଇଛି। ଏହି ପରିପ୍ରେକ୍ଷୀରେ...

କେନାଲ ଆଡ଼ିରେ ପଡ଼ିଛି ଅଜଣା ମହିଳାଙ୍କ ମୃତଦେହ

ମୋରଡ଼ା,୧୭ା୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ ହଳଦୀପାଳ ପଞ୍ଚାୟତର ଚିତ୍ରଡ଼ା ଫାଣ୍ଡି ପଛ ପଟ ଜଙ୍ଗଲ ନିକଟ ଦେଇ ଯାଇଥିବା ସୁବର୍ଣ୍ଣରେଖା କେନାଲ...

ଶଗଡ଼କୁ ଧକ୍କା ଦେଇ XUV ଫେରାର, ବୃଦ୍ଧାଙ୍କ ସମେତ ବଳଦ ମୃତ

ଦେବଗଡ଼,୧୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ଥାନା ଅନ୍ତର୍ଗତ ଛତାବର ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ ଶଗଡ଼କୁ ଧକ୍କା ଦେଇ XUV...

ସୁପର ସ୍ପେଶାଲିଟି ଡାକ୍ତରଖାନାର ଉଦ୍‌ଘାଟନ କରିବେ ଶାହା

ସମ୍ବଲପୁର,୧୭ା୩(ପ୍ରମୋଦ ବହିଦାର): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ୨୨ଓ ୨୩ ତାରିଖ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ପ୍ରଥମ ଦିନ ମାର୍ଚ୍ଚ ୨୨ରେ ସମ୍ବଲପୁରରେ...

ଦିନେ ଛାଡ଼ି ଦିନେ ହେଉଛି ପାନୀୟ ଜଳ ଯୋଗାଣ: ବର୍ଷା ଅପେକ୍ଷାରେ ଅଞ୍ଚଳବାସୀ

ରାଇକିଆ,୧୭ା୩(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସହରର ପାନୀୟ ଜଳ ଯୋଗାଣ ହେଉଛି ଏକ ପ୍ରମୁଖ ସମସ୍ୟା। ସହରବାସୀଙ୍କ ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ, ୨ଗୁରୁତର

ଗୋପାଳପୁର,୧୭।୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନଂ ଜାତୀୟ ରାଜପଥ ଗୋପାଳପୁର ଓଭର ବ୍ରିଜ ନିକଟ ବିଲୁ ଢ଼ାବା ସମୁଖରେ ଏକ ମର୍ମନ୍ତୁଦ ଦୁର୍ଘଟଣା...

ଆଗକୁ କାଳବୈଶାଖୀ: ୨୦ରୁ ୨୬ ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର,୧୭।୩: ଆଗକୁ ଆସୁଛି କାଳବୈଶାଖୀ। ଏହାର ପ୍ରଭାବରେ ରାଜ୍ୟରେ କମିବ ତାତି। ଆଶ୍ୱସ୍ତ ହେବେ ରାଜ୍ୟବାସୀ। ଗୁରୁଚାପ ବଳୟ ସାଙ୍ଗକୁ ଟ୍ରାପ୍‌ ଲାଇନ ପ୍ରଭାବରେ ଆସନ୍ତା...

ଅଗ୍ନିକାଣ୍ଡରେ ସର୍ବସ୍ବାନ୍ତ ୭ ପରିବାର: ବିପନ୍ନଙ୍କୁ ସହାୟତା ଦେଲେ ବିଧାୟକ

ଭଞ୍ଜନଗର,୧୭ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ତହସିଲ ଅନ୍ତର୍ଗତ ଦୋମୁହାଣୀ ପଞ୍ଚାୟତର ବଞ୍ଜର ସାହି ନିକଟସ୍ଥ ତିନିସାହିରେ ରବିବାର ଅଗ୍ନିକାଣ୍ଡ ଘଟି ୭ଟି ପରିବାରର ୧୦...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image