ବଦଳି ସତ୍ତ୍ୱେ ଗାଦି ଛାଡୁନାହାନ୍ତି ଏବିଇଓ

ସେମିଳିଗୁଡ଼ା/ସୁନାବେଡ଼ା, ୧୯।୫(ସ୍ବ.ପ୍ର.): ଅନ୍ୟତ୍ର ବଦଳି ସତ୍ତ୍ୱେ ସେମିଳିଗୁଡ଼ା ଏବିଇଓ ଜସନ ବେନିଆ ଗାଦି ଛାଡୁନାହାନ୍ତି। ମାସେ ହେଲାଣି ସେ ବଦଳି ସ୍ଥାନକୁ ନ ଯାଇ ଏଠାରେ ଅଛନ୍ତି। ତାଙ୍କର ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ୍‌କୁ ୨୦ା୪ା୨୨ରେ ବଦଳି ହୋଇଛି। ୧୯୯୧ରେ ସେମିଳିଗୁଡ଼ା ବ୍ଲକ ସୋରିଷପଦର ଅଞ୍ଚଳର ଏକ ବିଦ୍ୟାଳୟରେ ଶିକ୍ଷାକର୍ମୀ ଭାବେ ଚାକିରି ଜୀବନ ଆରମ୍ଭ କରିଥିବା ବେନିଆ ୨୦୧୩ରେ ଏବିଇଓ ରୂପେ ପଦୋନ୍ନତି ପାଇଥିଲେ। ଏକକାଳୀନ ୫୬ ଜଣ ଏବିଇଓଙ୍କ ବଦଳି ହୋଇଥିଲା। ସେଥିରେ ୨୫ ନମ୍ବରରେ ବେନିଆଙ୍କ ନାମ ରହିଥିଲା। ସେ ବଦଳି ଜାଗାକୁ ନ ଯିବା ନେଇ ପଚାରିବାକୁ ଜିଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହାକଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ୍‌ କାଟି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆ ସରକାରୀ ଜମିରେ ପ୍ରକଳ୍ପ କରି ଲାଭ ଉଠାଉଛି ଆନ୍ଧ୍ର

ପଟ୍ଟାଙ୍ଗି,୭ା୪(ଶରତ କୁମାର ଧଳ): ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଗ୍ରାମଗୁଡ଼ିକରେ ରହିଥିବା ସରକାରୀ ଜମିର ସୁରକ୍ଷା ରାଜସ୍ବ ବିଭାଗର ଦାୟିତ୍ୱ। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁ ସରକାରୀ...

କ୍ଷତିପୂରଣ ପାଇଁ ଛିଡୁନି ଅଙ୍କ,ବ୍ୟବଚ୍ଛେଦ ନ ହୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ପଡ଼ି ରହିଛି ମୃତଦେହ

ପଟ୍ଟାଙ୍ଗି,୫।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଚନ୍ଦକା ପଞ୍ଚାୟତରେ ଚାଲିଥିବା ଭାରତମାଳା ରାସ୍ତା ନିର୍ମାଣ କାର୍ଯ୍ୟରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା...

ଫଳକରେ ଓଡ଼ିଆ ବନାନ ତ୍ରୁଟି

ସୁନାବେଡ଼ା/ସେମିଳିଗୁଡା,୫ା୪ (କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। କିନ୍ତୁ ଏହାର ସୁଫଳ ମିଳୁ ନ ଥିବା...

ବ୍ଲକ ଅଧ୍ୟକ୍ଷ-ଉପାଧ୍ୟକ୍ଷଙ୍କ ବିବାଦ ତୁଟୁନି, ଉପଜିଲାପାଳଙ୍କୁ ଅଭିଯୋଗପତ୍ର ପ୍ରଦାନ

କୋରାପୁଟ,୪ା୪(ଅମିତାଭ ବେହେରା): କୋରାପୁଟ ଜିଲାର ନାରାୟଣପାଟଣା ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷାଙ୍କ ମଧ୍ୟରେ ବିବାଦ ଘନୀଭୂତ ହେବାରେ ଲାଗିଛି। ନାରାୟଣପାଟଣା ବ୍ଲକ ଅଧ୍ୟକ୍ଷ ଜି.ତ୍ରିନାଥଙ୍କ ବିରୋଧରେ...

୩୪ ଛାତ୍ରୀଛାତ୍ରଙ୍କୁ ପଢ଼ାଉଛନ୍ତି ଜଣେ ଶିକ୍ଷକ

ପଟ୍ଟାଙ୍ଗି,୪ା୪(ଶରତ କୁମାର ଧଳ): ଶିକ୍ଷା ବ୍ୟବସ୍ଥାକୁ ନେଇ ଦେଖା ଦେଉଥିବା ଅବ୍ୟବସ୍ଥା ସମ୍ପର୍କରେ ବିଭିନ୍ନ ସମୟରେ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି। କିନ୍ତୁ ଜିଲା ଶିକ୍ଷା...

ଏବେ ବି ରାଜସ୍ବ ମାନଚିତ୍ରରେ ନାହିଁ ମାଛକୁଣ୍ଡ ନଦୀ

ନନ୍ଦପୁର,୪ା୪(ତୁଷାରକାନ୍ତ ମହାନ୍ତି): ୨୦୨୪ ଏପ୍ରିଲ ୪ରେ କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ପାନ୍ଥଲୁଙ୍ଗ ପଞ୍ଚାୟତ ଦେଇ ପ୍ରବାହିତ ମାଛକୁଣ୍ଡ ନଦୀର ଶୋଭାପୁଟ ଓ ସୁଡୁବ ଘାଟ...

ଦଣ୍ଡନାଚ ବେଳେ ଷଣ୍ଢ ଆକ୍ରମଣ

ଦାମନଯୋଡି,୩ା୪(ମାନସ ରଞ୍ଜନ କର): ଦାମନଯୋଡି ଉପକଣ୍ଠସ୍ଥ ମାଥାଲପୁଟ ଅଞ୍ଚଳରେ ଦଣ୍ଡନାଚ ଚାଲିଥିବା ବେଳେ ଏକ ବୁଲା ଷଣ୍ଢ ଆକ୍ରମଣରେ ଜଣେ ଯାତ୍ରା କଳାକାର ଆହତ ହୋଇଛନ୍ତି।...

କାର୍ଯ୍ୟାଳୟରେ କର୍ମଚାରୀ ପିନ୍ଧିଲେ ସମ୍ବଲପୁରୀ ବସ୍ତ୍ର

କୋରାପୁଟ,୩ା୪: ରାଜ୍ୟ ସରକାରଙ୍କ ଦ୍ୱାରା ପାରମ୍ପରିକ ବସ୍ତ୍ର ପରିଧାନ ନେଇ ଘେଷଣା ପରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ପତ୍ର ସଂଖ୍ୟା ୩୬୧/୨୦୨୫ ତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image