ଶ୍ରମିକ ବଦଳରେ ମେଶିନ କାମ ସତ୍ତ୍ୱେ ସରୁନି ପ୍ରକଳ୍ପ

କେନ୍ଦ୍ରାପଡ଼ା, ୨୫ା୯ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲାରେ କର୍ମନିଯୁକ୍ତି ଏକ ସମସ୍ୟା। ଶିଳ୍ପ ପ୍ରତିଷ୍ଠାନ ଅଥବା କୃଷିଭିତ୍ତିକ ଶିଳ୍ପ ନାହିଁ। ଅର୍ଥକରୀ ଫସଲ ଉତ୍ପାଦନ ପାଇଁ ଭିତ୍ତିଭୂମି ନ ଥିବାରୁ ଶ୍ରମ ପାଇଁ ଆଗ୍ରହୀ ଯୁବବର୍ଗ କର୍ମନିଯୁକ୍ତି ପାଇଁ ଜିଲା ବାହାରକୁ ଯାଉଛନ୍ତି। ଅପରପକ୍ଷରେ ନିଜ ଅଞ୍ଚଳରେ ଶ୍ରମ ସୁଯୋଗ ସୃଷ୍ଟି ପାଇଁ କେନ୍ଦ୍ର ସରକାରଙ୍କ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ଏହି ଜିଲାରେ ଏକପ୍ରକାର ସ୍ଥାଣୁ ପାଲଟିଥିବା ଦେଖାଦେଇଛି। ବିଗତ ୩ବର୍ଷର ଅନୁମୋଦିତ ପ୍ରକଳ୍ପ ଓ ଏହାର କାର୍ଯ୍ୟ ସମ୍ପାଦନ ଶୈଳୀର ତଥ୍ୟ ଏହାକୁ ସ୍ପଷ୍ଟ କରିଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଏହି ଯୋଜନା ପାଇଁ ୭୯,୭୫୨ଟି ପ୍ରକଳ୍ପର କାର୍ଯ୍ୟକାରୀ ପାଇଁ ନିଆଯାଇଥିଲା। କରୋନା ସଂକ୍ରମଣ କଟକଣା ସତ୍ତ୍ୱେ ଏହି ଆର୍ଥିକ ବର୍ଷରେ ୭୭,୫୦୧ଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇ ରେକର୍ଡ ପରିମାଣ ୯୭.୧୮ ପ୍ରତିଶତ ସଫଳତା ମିଳିଥିଲା। ତେବେ ଏହା ପରଠାରୁ ପ୍ରକଳ୍ପ କାର୍ଯ୍ୟକାରିତାରେ ଜିଲା ପ୍ରଶାସନର ସ୍ଥାଣୁତା ଦେଖାଦେଇଛି। ୨୦୨୧- ୨୨ ଆର୍ଥିକ ବର୍ଷରେ ୧୩,୪୭୧ଟି ପ୍ରକଳ୍ପ ମଧ୍ୟରୁ ୩୨.୬୩ ପ୍ରତିଶତ ଓ ୨୦୨୨-୨୩ ଆର୍ଥିକ ବର୍ଷରେ ୭,୮୭୧ଟି ପ୍ରକଳ୍ପ ମଧ୍ୟରୁ ମାତ୍ର ୧୨.୯୬ ପ୍ରତିଶତ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ହୋଇଛି। ଅଦ୍ୟାବଧି ଏହି ଆର୍ଥିକ ବର୍ଷର ୬,୮୫୧ ପ୍ରକଳ୍ପ ନିର୍ମାଣାଧୀନ ଅଛି। ସେହିପରି ଚଳିତ ୨୦୨୩- ୨୪ ଆର୍ଥିକ ବର୍ଷ ଆରମ୍ଭକୁ ଇତିମଧ୍ୟରେ ୬ ମାସ ଶେଷ ହେବାକୁ ବସିଛି। ତେବେ ଏହି ଆର୍ଥିକ ବର୍ଷ ପାଇଁ ୭୦୦୯ ପ୍ରକଳ୍ପ ଯୋଜନା ଅଧୀନରେ କାର୍ଯ୍ୟ ହେବାକୁ ଥିବା ବେଳେ ମାତ୍ର ୧.୭୩ ପ୍ରତିଶତ ଅର୍ଥାତ୍‌ ୧୨୧ଟି ପ୍ରକଳ୍ପ କାର୍ଯ୍ୟର ନିର୍ମାଣ ସରିଛି। ଚଳିତ ଆର୍ଥିକ ବର୍ଷର ଆରମ୍ଭରେ ଆଳି ବ୍ଲକ ଅଞ୍ଚଳର ୭୦୫ଟି, ଡେରାବିଶର ୬୭୨, ଗରଦପୁରର ୪୫୧, କେନ୍ଦ୍ରାପଡ଼ାର ୭୧୦, ମହାକାଳପଡ଼ାର ୭୭୪, ମାର୍ଶାଘାଇର ୫୫୬, ପଟ୍ଟାମୁଣ୍ଡାଇର ୧୩୧୪, ରାଜକନିକାର ୮୯୮ ଓ ରାଜନଗର ବ୍ଲକର ୯୨୯ଟି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ପାଇଁ ମଞ୍ଜୁରି ମିଳିଥିଲା। ଏହି ସମୟ ଅବଧି ମଧ୍ୟରେ ଜିଲାର ଗରଦପୁର, ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକ ଅଞ୍ଚଳରେ ଗୋଟିଏ ହେଲେ ପ୍ରକଳ୍ପ କାର୍ଯ୍ୟ ସରିନାହିଁ। ସେହିପରି ଆଳି ଓ ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଦୁଇ ଅଙ୍କରେ ପହଞ୍ଚତ୍ ନାହିଁ। ସେହିପରି ଜିଲାର ୨,୦୧,୦୨୯ ପରିବାରଙ୍କୁ ଏହି ଯୋଜନାରେ ସାମିଲ କରାଯାଇଥିଲେ ମଧ୍ୟ ମାତ୍ର ୩୦୮ ଜଣଙ୍କୁ ଅଦ୍ୟାବଧି ୧୦୦ ଦିନର କାମ ଯୋଗାଇ ଦିଆଯାଇଛି।
ଏ ସମ୍ପର୍କରେ ଭରତପୁରର ଚିତ୍ତରଞ୍ଜନ ଦାସ, ଦେପୁରର ଜଗଦୀଶ ପତି, ଇନ୍ଦୁପୁରର ଦେବାଶିଷ ସାମଲ, ବୁଦ୍ଧିଜୀବୀ ପ୍ରଶାନ୍ତ କୁମାର ନାୟକ ପ୍ରମୁଖ କହିଛନ୍ତି, କୃଷିଭିତ୍ତିକ ଅର୍ଥନୀତିରେ ପରିଚାଳିତ ଜିଲାରେ କର୍ମନିଯୁକ୍ତି ଏକ ସମସ୍ୟା। ଏଠାରେ ଶିଳ୍ପ ଅଥବା ଖଣି ନାହିଁ। ବନ୍ୟା, ବାତ୍ୟା, ମରୁଡ଼ି ପରି ପ୍ରାକୃତିକ ବିପର୍ଯ୍ୟୟ ସଦାସର୍ବଦା ଲାଗି ରହିଛି। ଏ କ୍ଷେତ୍ରରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପାଇଁ ହୋଇଥିବା କେନ୍ଦ୍ରୀୟ ସରକାରୀ ଯୋଜନା ଶ୍ରମ ବଦଳରେ ଅର୍ଥକୁ ସୁଗମ ହେବା କଥା। ମାତ୍ର ସ୍ଥାନୀୟ ଲୋକ ପ୍ରତିନିଧି ଓ ପ୍ରଶାସକଙ୍କ ଅବହେଳା ଜିଲାରେ ଦାଦନ ଶ୍ରମିକ ହେବା ପାଇଁ ଯୁବ ଶ୍ରମିକଙ୍କୁ ବାଧ୍ୟ କରୁଛି। ଯୋଜନା କାର୍ଯ୍ୟକାରୀ କ୍ଷେତ୍ରରେ ମଧ୍ୟ ବହୁ ଅସାମଞ୍ଜସ୍ୟ ରହିଛି। ଯୋଜନାର ସଫଳତା ପାଇଁ ଶ୍ରମିକଙ୍କ ମଜୁରି ବଢ଼ାଇବା ଆବଶ୍ୟକ। ସେହିପରି ଯୋଜନାରେ ଶ୍ରମିକ ବଦଳରେ ମେଶିନ ଦ୍ୱାରା କାର୍ଯ୍ୟ ହେଉଛି। ଏହାବ୍ୟତୀତ ଏହି ଯୋଜନାରେ ମାଟି ରାସ୍ତା ନିର୍ମାଣ ଓ ପୋଖରୀ ଖୋଳା କାର୍ଯ୍ୟ ରହିଛି। ସାମ୍ପ୍ରତିକ ସମୟରେ ମାଟି ରାସ୍ତା ଅଦରକାରୀ ହୋଇଥିବା ବେଳେ ପୋଖରୀ ଖନନରେ ମେଶିନର ବ୍ୟବହାର ସହଜ ହୋଇଛି। ସେହିପରି ଯୋଜନାରେ କାର୍ଯ୍ୟ ସାରିବା ପରେ ମଜୁରିକୁ ଦୀର୍ଘଦିନ ଧରି ଅପେକ୍ଷା କରିବାକୁ ପଡୁଥିବାରୁ ଶ୍ରମିକଙ୍କ ଆଗ୍ରହ କମୁଛି ବୋଲି ସେମାନେ ମତ ଦେଇଛନ୍ତି। ଏ ସମ୍ପର୍କରେ ଜିଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡାଙ୍କୁ ପଚାରିବାରେ ଏବେ ବର୍ଷା ଲାଗି ରହିଥିବାରୁ ଯୋଜନା କାର୍ଯ୍ୟକାରୀରେ ବିଳମ୍ବ ହୋଇଛି। ଏହାସତ୍ତ୍ୱେ ଚଳିତବର୍ଷ ଏହି ଯୋଜନାରେ ବହୁ ପ୍ରକଳ୍ପ ନିର୍ମାଣ ହୋଇଛି। ସମ୍ପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇ ନ ଥିବାରୁ ସଫଳତା ହାର କମ ରହିଛି। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାରେ ରେକର୍ଡ ପରିମାଣର ସଫଳତା ମିଳିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲ ଉପରେ ୫ଫୁଟ୍‌ର ବର୍ଷାପାଣି

ପାଟଣା,୨୫।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାମାଳିପଶି ପଞ୍ଚାୟତର ନୂଆପଡ଼ା ଦେଇ ଯାଇଥିବା ସୀତା ନଦୀ ପୋଲ ଉପରେ ମଙ୍ଗଳବାର ଅପରାହ୍ନରୁ ୫ ଫୁଟ୍‌ର...

ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ଏଫ୍‌ଏମ୍‌ୟୁର ୩ ପ୍ରଫେସର

ବାଲେଶ୍ୱର, ୨୫।୯(ବାଞ୍ଛାନିଧି ଦେ): ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ(ଏଫଏମ୍‌ୟୁ) ରସାୟନ ବିଜ୍ଞାନ ପ୍ରଫେସର ପଙ୍କଜ କୁମାର ପାଢ଼ୀ, ଗଣିତ ବିଭାଗର ଡ. ଗୌରାଙ୍ଗ ସି ସାମନ୍ତ ଏବଂ...

ନକଲି ପେଟ୍ରୋଲ, ଡିଜେଲ ୮୦ ଟଙ୍କାରେ କିଣି ବିକୁଛନ୍ତି…

ଜଳେଶ୍ୱର, ୨୫।୯(ନବୀନ ସାହୁ)-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆରେ ଅଞ୍ଚଳରେ ମିଳୁଛି ନକଲି ପେଟ୍ରୋଲ ଓ ଡିଜେଲ। ଯାହା ପଶ୍ଚିମବଙ୍ଗରୁ ଆସି ସୀମାନ୍ତବର୍ତ୍ତୀ ଅଞ୍ଚଳ ଚୂଡ଼ାମଣିପୁର...

ବିଦ୍ୟୁତ୍‌ କାର୍ଯ୍ୟାଳୟ ହୋହଲ୍ଲା: ଘେରିଲେ …

ପାଟଣା,୨୫।୧(ବୀରକିଶୋର ଦାଶ)ଚ ଅଘୋଷିତ ବିଦ୍ୟୁତ୍‌କାଟ୍‌ ପ୍ରତିବାଦରେ ଉପଭୋକ୍ତାମାନେ କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଉପଖଣ୍ଡ ବିଦ୍ୟୁତ୍‌ କାର୍ଯ୍ୟାଳୟକୁ ମଙ୍ଗଳବାର ଅପରାହ୍ନରେ ଘେରାଉ କରିଥିଲେ। ସବ୍‌...

ପୋଲିସକୁ ନାକେଦମ କଲେଣି ଯୁବକ: କାବୁ କରିବାକୁ ୨ ପ୍ଲାଟୁନ ଫୋର୍ସ

ବଣାଇଁ,୨୫।୯: ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ମହୁଲପଦା ଥାନା ଅନ୍ତର୍ଗତ ବଡ଼ଜଲ ଗଁାରେ ଜଣେ ଯୁବକ ଉନ୍ମତ୍ତକାଣ୍ଡ କରିଛନ୍ତି। ସେ ଧନୁତୀର ଧରି ଡରାଇବା ସହ...

ନାବାଳିକାଙ୍କୁ ଅପହରଣ ଅଭିଯୋଗ

ଯୋଡା, ୨୪ା୯(ମାନସ ମହାନ୍ତି)-କେନ୍ଦୁଝର ଜିଲା ବାମେବାରୀ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଏନେଇ ଥାନାରେ ଅଭିଯୋଗ ହେବା...

ଆପଣଙ୍କ ବିଧାୟକଙ୍କୁ ଜାଣନ୍ତୁ

ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ଇଂ. ରଘୁନାଥ ଜଗଦଲା। ୨୦୨୪ ନିର୍ବାଚନରେ ସେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ...

ଆଜି କଶ୍ମୀରରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ: ୨୩୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨୫ ଲକ୍ଷ ଭୋଟର

ଶ୍ରୀନଗର,୨୫ା୯ (ପି.ଟି.):ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ବୁଧବାର ଅନୁଷ୍ଠିତ ହେବାକୁ ଯାଉଛି। ୫ ଜିଲାର ୨୬ ଆସନରେ ୨୫ ଲକ୍ଷ ମତଦାତା ୨୩୯...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri