ରାହାମା,୨୪ା୮(ଡି.ଏନ.ଏ.): ପାଇକା ନଦୀରେ ଆସିଥିବା ବନ୍ୟାଜଳ ଓ ଲଘୁଚାପ ଜନିତ ବର୍ଷା ଯୋଗୁ କୁଜଙ୍ଗ ବ୍ଲକ୍ର ଧୋଇଆ ଅଞ୍ଚଳରେ ଧାନ ଓ ପରିବା ଫସଲ ଉଜୁଡ଼ିଯାଇଛି। ଅଞ୍ଚଳର ପ୍ରାୟ ୨୦୦ ହେକ୍ଟର ଜିମିରେ ହୋଇଥିବା ଧାନ, ବାଇଗଣ, କଖାରୁ, ଭେଣ୍ଡି, ପୋଟଳ ଆଦି ଫସଲ ବୁଡ଼ି ରହିଛି। ବିଶେଷକରି ବ୍ଲକ୍ର କାଠକୋଟ, ହଂସୁରା, ବଡ଼ବାଲିକଣୀ, ତିର୍ତ୍ତୋଲର ପୋରଗଦେଇ ଆଦି ଅଞ୍ଚଳର ଚାଷୀଙ୍କ ପରିବା ଓ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି। ତେଣୁ ତୁରନ୍ତ ଅନୁଧ୍ୟାନ କରି ସହାୟତା ଦେବା ପାଇଁ କାଠକୋଟ ସରପଞ୍ଚ ମିହିର ରଞ୍ଜନ ପଟ୍ଟନାୟକ, ସାମାଜିକକର୍ମୀ ଶ୍ରୀକାନ୍ତ ଦାସ, ହଂସୁରା ସରପଞ୍ଚ ସ୍ମୃତିରେଖା ସ୍ବାଇଁ, ବଡ଼ବାଲିକଣୀର ଜ୍ଞାନରଞ୍ଜନ ଚୌଧୁରୀ ପ୍ରମୁଖ କୁଜଙ୍ଗ ବିଡିଓ ଓ ଜିଲାପାଳଙ୍କୁ ଅନୁରୋଧ କରିଛନ୍ତି।