Categories: ଜାତୀୟ

ପ୍ରକୃତିକୁ ନଷ୍ଟ କରିବା ସମାଜ କଲ୍ୟାଣର ପଥକୁ ସୁଗମ କରେ ନାହିଁ…

ନୂଆଦିଲ୍ଲୀ,୧୫।୧୧: ପ୍ରକୃତି ହି ସବୁଠାରୁ ଶକ୍ତିଶାଳୀ। ଏପରିସ୍ତଳେ ପ୍ରକୃତିକୁ ନଷ୍ଟ କରିବା ଅବା ଏହାର ପ୍ରକ୍ରିୟାରେ ହସ୍ତକ୍ଷେପ କରିବା ଦ୍ୱାରା ନକାରାତ୍ମକ ପ୍ରଭାବ ସୃଷ୍ଟି ହୋଇଥାଏ। ପ୍ରକୃତିକୁ ନଷ୍ଟ କରିବା ସମାଜ କଲ୍ୟାଣର ପଥ ସୁଗମ କରେ ନାହ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ବିର୍ସା ମୁଣ୍ଡାଙ୍କ ଜନ୍ମ ବାର୍ଷିକୀ ଅବସରରେ ରାଞ୍ଚିଠାରେ ଅନୁଷ୍ଠି ହେଉଥିବା ଏକ ଭିଡିଓ କନଫରେନ୍ସିଂ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି କହିଛନ୍ତି।

ଏହା ସହିତ ପ୍ରଧାନମନ୍ତ୍ରୀ ରାଞ୍ଚିରେ ଭଗବାନ ବିର୍ସା ମୁଣ୍ଡା ମେମୋରିଆଲ ଉଦ୍ୟାନ ସହିତ ସ୍ବତନ୍ତ୍ରତା ସେନାନୀ ସଂଗ୍ରହାଳୟର ଲୋକାର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଅଭିଭାଷଣରେ କହିଛନ୍ତି ଯେ ସ୍ବାଧୀନତାର ଏହି ଅମୃତ ସମୟରେ ଦେଶ ନିଷ୍ପତ୍ତି ନେଇଛି ଯେ ଭାରତର ଆଦିବାସୀ ପରମ୍ପରା, ବୀରତ୍ୱର କାହାଣୀକୁ ଦେଶ ଅଧିକ ମହତ୍ତ୍ୱ ପ୍ରଦାନ କରାଯିବାର ଯୋଜନା ପ୍ରସ୍ତୁତ କରାଯାଇଛି।

ଏହି କ୍ରମରେ, ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଛି ଯେ ପ୍ରତିବର୍ଷ ୧୫ ନଭେମ୍ବରକୁ ଅର୍ଥାତ୍‌ ପ୍ରଭୁ ବିର୍ସା ମୁଣ୍ଡାଙ୍କ ଜନ୍ମଦିନକୁ ଜନଜାତି ଗୌରବ ଦିବସ ଭାବରେ ପାଳନ କରାଯିବ। ଆଧୁନିକତା ନାମରେ ପ୍ରକୃତିର ଜୈବ ବିବିଧତାକୁ ନଷ୍ଟ କରିବା ସମାଜ କଲ୍ୟାଣ ପାଇଁ ରାସ୍ତା ନୁହେଁ। ଏହା ପ୍ରଭୁ ବିର୍ସାଙ୍କୁ ଜଣାଥିଲା। ସେ ଆଧୁନିକ ଶିକ୍ଷା ସପକ୍ଷରେ ଥିଲେ। ସମାଜରେ ଉଚିତ ପରିବର୍ତ୍ତନ ଲାଗି ସର୍ବଦା ପ୍ରୟାସ ଜାରି ରଖିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସମାଜର ତ୍ରୁଟି ବିରୁଦ୍ଧରେ କହିବାକୁ ସେ ସାହସ ପ୍ରଦର୍ଶନ କରିଥିଲେ।

ଭଗବାନ ବିର୍ସା ମୁଣ୍ଡା ମେମୋରିଆଲ ଉଦ୍ୟାନ ସହିତ ସ୍ବତନ୍ତ୍ରତା ସେନାନୀ ସଂଗ୍ରହାଳୟ ପରି ୯ଟି ସଂଗ୍ରହାଳୟର ନିର୍ମାଣ କାର୍ଯ୍ୟ ଗୁଜୁରାଟର ରାଜପିପଲା, ଆନ୍ଧ୍ରପ୍ରଦେଶର ଲମ୍ବସିଙ୍ଗି, ଛତିଶଗଡର ରାୟପୁର, କେରଳର କୋଝିକୋଡେ, ମଧ୍ୟପ୍ରଦେଶର ଛିନ୍ଦୱାଡା, ତେଲେଙ୍ଗାନାର ହାଇଦ୍ରାବାଦ, ମଣିପୁରର ତାମିଙ୍ଗଲଙ୍ଗ, ଗୋଆରେ ପୋଣ୍ଡା ଜାରି ରହିଥିବା ପ୍ରଧାନମନ୍ତ୍ରୀ ଏହି ଅବସରରେ ସୂଚନା ଦେଇଛନ୍ତି।

Share