ସୂର୍ଯ୍ୟଠାରୁ ୩୦ ଗୁଣା ବଡ଼ ତାରାର ହେଲା ବିନାଶ…

ଓ୍ବାଶିଂଟନ,୧୫।୩ : ସୂର୍ଯ୍ୟଠାରୁ ୩୦ ଗୁଣା ବଡ ଏକ ତାରା ବିନାଶ ପଥରେ ପହଞ୍ଚିବାର ଫଟୋକୁ ନାସାର ୱେବ ଟେଲିସ୍କୋପ ସୁନ୍ଦର ଭାବେ ଉତ୍ତୋଳନ କରିଛି। ଆମେରିକାର ସ୍ପେସ ଏଜେନ୍ସି ନାସାର ୱେବ ସ୍ପେସ ଟେଲିସ୍କୋପ ଏକ ତାରାର ଏକ ବିରଳ ତଥା କ୍ଷଣସ୍ଥାୟୀ ପର୍ଯ୍ୟାୟର ଫଟୋକୁ କ୍ୟାମେରାରେ ଉଠାଇଛି। ନାସା ଏହାର ଫଟୋ ଶେୟାର କରିଛି। ଏହି ଚିତ୍ରରେ, ଧୂଳି ଏବଂ ଗ୍ୟାସ ଭଳି ଜିନିଷ ତାରା ମଧ୍ୟରେ ଉଡୁଥିବା ଦେଖିବାକୁ ମିଳୁଛି। ବିନାଶ ହୋଇଥିବା ତାରାର ନାମ ହେଉଛି ଡବ୍ଲୁଆର-୧୨୪। ଏହା ସୂର୍ଯ୍ୟଠାରୁ ପ୍ରାୟ ୩୦ ଗୁଣା ବଡ ଥିଲା ।

ଏ ସମ୍ପର୍କରେ ୟୁରୋପୀୟ ସ୍ପେସ ଏଜେନ୍ସିର ବୈଜ୍ଞାନିକ ମାକେରେନା ଗାର୍ସିଆ ମାରିନ କହିଛନ୍ତି ଯେ ଏଭଳି ଦୃଶ୍ୟ ପୂର୍ବରୁ ଆମେ କେବେ ଦେଖିନାହୁଁ। ଏହା ପ୍ରକୃତରେ ରୋମାଞ୍ଚକର। ୨୦୨୧ ଶେଷରେ ୱେବ ସ୍ପେସ ଟେଲିସ୍କୋପ ସ୍ଥାପିତ ହୋଇଥିଲା। ଏହା ହେଉଛି ଏହାର ପ୍ରଥମ ପର୍ଯ୍ୟବେକ୍ଷଣ ।
ଓଲଫ-ରାଇଟ ତାରାର ବିରଳ ଦୃଶ୍ୟ ତାରକାମାନଙ୍କ ମଧ୍ୟରେ ସବୁଠାରୁ ଉଜ୍ଜ୍ୱଳ, ବୃହତ ଏବଂ ସବୁଠାରୁ କମ୍ପାକ୍ଟିଭ ଚିହ୍ନଟ ଜୁନ ୨୦୨୨ରେ ନାସାର ଜେମ୍ସ ୱେବ ସ୍ପେସ ଟେଲିସ୍କୋପ ଦ୍ୱାରା କରାଯାଇଥିବା ପ୍ରଥମ ପର୍ଯ୍ୟବେକ୍ଷଣ ମଧ୍ୟରୁ ଅନ୍ୟତମ। ତାରା ଡବ୍ଲୁଆର-୧୨୪ ପୃଥିବୀଠାରୁ ୧୫ ହଜାର ଆଲୋକ ବର୍ଷ ଦୂରରେ ଥିଲା ।

ଡବ୍ଲୁଆର-୧୨୪ ପରି ତାରାମାନେ ମଧ୍ୟ ଜ୍ୟୋତିର୍ବିଜ୍ଞାନୀମାନଙ୍କୁ ବ୍ରହ୍ମାଣ୍ଡର ପ୍ରାରମ୍ଭିକ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିବାରେ ସହାୟତା ପ୍ରଦାନ କରୁଛନ୍ତି।

Share