ନୂଆଦିଲ୍ଲୀ,୧।୧ : ନୂଆ ବର୍ଷର ଉତ୍ସବ ମଧ୍ୟରେ ଏକ ଖବର ନେଇ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଓମିକ୍ରନର ସବ-ଭାରିଆଣ୍ଟ ଏକ୍ସବିବି.୧.୫ ଭାରତରେ ଚିହ୍ନଟ ହୋଇଛି। ଗୁଜରାଟରେ ଏହାର ପ୍ରଥମ ମାମଲା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଗୁଜରାଟ ପ୍ରଶାସନ ସମ୍ପୂର୍ଣ୍ଣ ସତର୍କ ହୋଇପଡିଛି। ବୈଜ୍ଞାନିକମାନେ ଏକ୍ସବିବି ସବ-ଭାରିଆଣ୍ଟଗୁଡିକ ଉପରେ ଅନୁସନ୍ଧାନ କରୁଥିବାବେଳେଏକ୍ସବିବି ଦୁଇଟି ଭିନ୍ନ ଭାରିଆଣ୍ଟ ମଧ୍ୟରେ ଓମିକ୍ରନ ବିଏ.୨ ଉପରେ ଗବେଷଣା ଜାରି ରହିଛି। ବର୍ତ୍ତମାନ ଏହି ସବ-ଭାରିଆଣ୍ଟ ଏକ୍ସବିବି.୧.୫ ଚିହ୍ନଟ ହୋଇଛି।
ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର ଦ୍ୱାରା ପ୍ରକାଶିତ ତଥ୍ୟରୁ ଜଣାପଡିଛି ଯେ ଆମେରିକାରେ କୋଭିଡ-୧୯ ର ୪୦ ପ୍ରତିଶତରୁ ଅଧିକ ମାମଲାରେ ସବ-ଭାରିଆଣ୍ଟ ଏକ୍ସବିବି.୧.୫ ରିପୋର୍ଟ କରାଯାଇଥିଲା। ଯଦିଓ ଚାଇନାରେ ବୃଦ୍ଧି ପାଉଥିବା କୋଭିଡ ମାମଲାକୁ ନେଇ ଜନସ୍ବାସ୍ଥ୍ୟ ବିଶେଷଜ୍ଞ ଚିନ୍ତିତ ଅଛନ୍ତି। ଅନେକ ବିଶେଷଜ୍ଞ କେବଳ ସୁପର ଭାରିଆଣ୍ଟ ଏକ୍ସବିବି.୧.୫ ଦ୍ୱିଗୁଣିତ ହେବାର ଆଶଙ୍କା ନେଇ ଚିନ୍ତିତ ଅଛନ୍ତି।