ସ୍କୁଲ ଫି’ ପାଇଁ ପିଲାଙ୍କୁ ବନ୍ଦୀ

ଭୁବନେଶ୍ୱର, ୨୪ା୮(ବ୍ୟୁରୋ): ସ୍କୁଲ ଫି’ ନ ଦେବାରୁ ଭୁବନେଶ୍ୱର ଘାଟିକିଆସ୍ଥିତ ଏପିଜେ ପବ୍ଲିକ ଘରୋଇ ଇଂଲିଶ ମିଡିୟମ ସ୍କୁଲରେ ୩୪ଜଣ ଛାତ୍ରୀଛାତ୍ରଙ୍କୁ ୫ଘଣ୍ଟା ଧରି ବନ୍ଦ ରଖାଯାଇଥିବା ନେଇ ଅଭିଯୋଗ ହୋଇଛି। ଅଭିଭାବକମାନେ ମଙ୍ଗଳବାର ସ୍କୁଲ ଆଗରେ ଧାରଣା ଦେବା ସହିତ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଭରତପୁର ଥାନାରେ ଏତଲା ଦେଇଛନ୍ତି। ପୋଲିସ ଉକ୍ତ ବିଦ୍ୟାଳୟର ସିଇଓ, ଭାଇସ୍‌ ପ୍ରିନ୍ସିପାଲ ଏବଂ ଆଡ୍‌ମିନ୍‌ ମ୍ୟାନେଜରଙ୍କ ବିରୋଧରେ ଆଇପିସି ଦଫା ୩୪୨, ୩୪ ଏବଂ ଜୁଭେନାଇଲ ଜଷ୍ଟିସ ଆକ୍ଟର ଦଫା ୭୫ରେ ଏକ ମାମଲା(୩୩୮/୨୦୨୨) ରୁଜୁ କରି ତଦନ୍ତ ଜାରି ରଖିଛି।
ଅଭିଭାବକଙ୍କ ଅଭିଯୋଗ ଅନୁଯାୟୀ, ଭରତପୁର ଥାନା ଅନ୍ତର୍ଗତ ଏପିଜେ ପବ୍ଲିକ୍‌ ସ୍କୁଲରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ପିଲା ପଢ଼ୁଛନ୍ତି। ପିଲାମାନଙ୍କ ଏବେ ପରୀକ୍ଷା ଚାଲିଛି। ସୋମବାର ପୂର୍ବାହ୍ନ ସାଢ଼େ ୯ଟାରେ ପରୀକ୍ଷା ଶେଷ ହେବାପରେ ବିଭିନ୍ନ କ୍ଲାସ୍‌ ରୁମ୍‌ରୁ କିଛି କିଛି ପିଲାଙ୍କୁ ବ୍ୟାଗ୍‌ ନେଇ ବାହାରକୁ ଆସିବା ପାଇଁ ସ୍କୁଲ ଶିକ୍ଷକ କହିଥିଲେ।
ସ୍କୁଲ ଫି’ ପାଇଁ
ପରେ ୩୪ଜଣ ପିଲାଙ୍କୁ ଏକାଠି କରି ସ୍କୁଲ ଲାଇବ୍ରେରି ହଲ୍‌ରେ ୫ଘଣ୍ଟା ଧରି ବନ୍ଦ କରି ରଖିଥିଲେ। ଅପରାହ୍ନ ଅଢ଼େଇଟା ପର୍ଯ୍ୟନ୍ତ ପିଲାଙ୍କୁ ଖାଇବା, ପାଣି ପିଇବା ପାଇଁ ଦିଆଯାଇ ନ ଥିଲା। ଏପରି କି ପରିସ୍ରା ଯିବା ପାଇଁ ମଧ୍ୟ ପିଲାଙ୍କୁ ଛାଡ଼ି ନ ଥିଲେ। ତେବେ ଶିକ୍ଷକଙ୍କ ଏଭଳି ଆଚରଣ ଦେଖି ପିଲାମାନେ କିଛି ବୁଝିପାରୁ ନ ଥିଲେ। ପାଟିରେ ହାତ ଦେଇ ଚୁପ୍‌ରେ ବସିବା ପାଇଁ ପିଲାଙ୍କୁ କୁହାଯାଇଥିଲା। ତୁମ ଅଭିଭାବକ ସ୍କୁଲ ଫି’ ଦେଇ ନ ଥିବାରୁ ତୁମକୁ ଏପରି ବନ୍ଦ କରି ରଖାଯାଇଥିବା ପିଲାଙ୍କୁ କୁହାଯାଇଥିଲା। ଏହାପରେ ପିଲାଙ୍କ ହାତରେ ଏକ ନୋଟିସ୍‌ ଦିଆଯାଇଥିଲା। ତୁମ ପିଲାର ସ୍କୁଲ ଫି’ ବାକି ରହିଛି, ତୁରନ୍ତ ପୈଠ କରିବାକୁ ଉକ୍ତ ନୋଟିସରେ ଉଲ୍ଲେଖ କରାଯାଇଥିଲା। ତେବେ ପିଲାମାନେ ଘରେ ଯାଇ ଅଭିଭାବକଙ୍କୁ ଏନେଇ କହିବା ପରେ ମଙ୍ଗଳବାର ସକାଳୁ ଅଭିଭାବକମାନେ ଏକତ୍ର ହୋଇ ସ୍କୁଲ ଆଗରେ ଧାରଣାରେ ବସିଥିଲେ। ଏ ସମ୍ପର୍କରେ ଜଣେ ଅଭିଭାବକ କହିଛନ୍ତି, ଆମେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଏନେଇ ପଚାରିବାରୁ ସେ କିଛି ଜାଣି ନ ଥିବା କହିଥିଲେ। ସେପଟେ ଘଟଣାସ୍ଥଳରେ ଭରତପୁର ପୋଲିସ ପହଞ୍ଚତ୍ ଅଭିଭାବକ ଏବଂ ସ୍କୁଲ ଶିକ୍ଷକଙ୍କ ସହ ଆଲୋଚନା କରିଥିଲା। ପରେ ଅଭିଭାବକମାନେ ଭରତପୁର ଥାନାକୁ ଯାଇ ଏକ ଲିଖିତ ଏତଲା ରୁଜୁ କରିଥିଲେ। ଏନେଇ ଡିସିପି ପ୍ରତୀକ ସିଂଙ୍କ କହିବା ହେଲା, ଅଭିଭାବକଙ୍କ ବୟାନ ରେକର୍ଡ କରାଯାଇଛି। ଘଟଣା ସମ୍ପର୍କରେ ପ୍ରମାଣ ପାଇଁ ଲାଇବ୍ରେରି ରୁମ୍‌ରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରାଯିବ। ଏଥିସହ ଲାଇବ୍ରେରିଆନ ଏବଂ ଅନ୍ୟ ଶିକ୍ଷକଙ୍କ ବୟାନ ମଧ୍ୟ ରେକର୍ଡ କରାଯିବ ବୋଲି ସିଂ କହିଛନ୍ତି।
ଅପରପକ୍ଷେ ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଯଦି ସ୍କୁଲ୍‌ ଫି’ ବାକି ରହିଥିଲା, ତେବେ ଅଭିଭାବକଙ୍କୁ ସିଧାସଳଖ ଅବଗତ କରାଯାଇ ପାରିଥାନ୍ତା। କିନ୍ତୁ ସେଭଳି ନ କରି କୋମଳମତି ପିଲାଙ୍କୁ ୫ଘଣ୍ଟା ଏକ ରୁମ୍‌ରେ ବନ୍ଦ କରି ରଖିବା ଶାରୀରିକ ଏବଂ ମାନସିକ ନିର୍ଯାତନା ସଦୃଶ। ଏନେଇ ବୁଧବାର ଶିଶୁ ସୁରକ୍ଷା ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଅଭିଭାବକ ଚିନ୍ମୟ ଚୌଧୁରୀ କହିଛନ୍ତି। ତେବେ ଏହି ଘଟଣା ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କୌଣସି ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri