Categories: ଜାତୀୟ

ଖବରଦାତା ସାଜଦ ଅହମଦ ଦର୍‌ଙ୍କ ଅଟକ ହାଇକୋର୍ଟରେ ଖାରଜ

ଶ୍ରୀନଗର,୨୦ା୧୧: ସରକାରଙ୍କୁ ସମାଲୋଚନା ପାଇଁ ଜଣେ ସାମ୍ବାଦିକଙ୍କୁ ଅଟକ ରଖାଯିବା ଘଟଣାରେ ଜମ୍ମୁ-କଶ୍ମୀର ଓ ଲଦାଖ ହାଇକୋର୍ଟ କେନ୍ଦ୍ରଶାସିତ ଅଞ୍ଚଳ କର୍ତ୍ତୃପକ୍ଷଙ୍କୁ ନିନ୍ଦା କରିଛନ୍ତି। ପ୍ରତିକାର ଅଟକ ଆଇନର ଏହା ଉଲ୍ଲଂଘନ ବୋଲି ଉଚ୍ଚ ଅଦାଲତ କହିଛନ୍ତି। କଶ୍ମୀରର ଖବରଦାତା ସାଜଦ ଅହମଦ୍‌ ଦର ଓରଫ ସାଜଦ ଗୁଲ୍‌ଙ୍କ ଅଟକକୁ ଅଦାଲତ ଖାରଜ କରିଦେଇଛନ୍ତି। ଦର୍‌ଙ୍କ ମନ୍ତବ୍ୟ ଓ ଟୁଇଟ୍‌ ଶତ୍ରୁତା ବଢ଼ାଇବା ସହ ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି କରିବା ଅଭିଯୋଗରେ ତାଙ୍କୁ ୨୦୨୨ ଜାନୁୟାରୀ ୧୬ରୁ ଗିରଫ କରାଯାଇ ଜମ୍ମୁ-କଶ୍ମୀର ଜନ ନିରାପତ୍ତା ଆଇନ ବଳରେ ଅଟକ ରଖାଯାଇଥିଲା। ତେବେ ସେଭଳି କିଛି ଘଟିଥିବାର ପ୍ରମାଣ ନ ଥିବାରୁ ସରକାରଙ୍କ ଅଭିଯୋଗ ଅସ୍ପଷ୍ଟ ବୋଲି କହି ହାଇକୋର୍ଟ ଦର୍‌ଙ୍କୁ ତୁରନ୍ତ ମୁକ୍ତ କରିଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Share