ସ୍ବାବଲମ୍ବୀ ହେବାକୁ ସଂକଳ୍ପ

କାମାକ୍ଷାନଗର, ୧୯।୭(ସୁଧୀର ପରିଡ଼ା): ଛତୁଚାଷର ହବ୍‌ ପାଲଟିଛି ଢେଙ୍କାନାଳ ଜିଲାର କାମାକ୍ଷାନଗର ଉପଖଣ୍ଡ। ଅଞ୍ଚଳର ଅନୁକୂଳ ଜଳବାୟୁ ଛତୁ ଚାଷ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥିବାବେଳେ ବର୍ଷସାରା ଏହାର ଚାହିଦା ରହୁଛି। ତେଣୁ ଯୁବପିଢ଼ି ଏବେ ଏହି ଚାଷ କରିବାକୁ ବିଶେଷ ଭାବେ ଆଗ୍ରହୀ ହେଉଛନ୍ତି। ଫଳରେ କାମାକ୍ଷାନଗର ଅଞ୍ଚଳର ଚାହିଦା ମେଣ୍ଟାଇବା ପରେ ଏବେ ଏଠାରୁ ଜିଲା ବାହାରକୁ ରପ୍ତାନି ହେଉଛି କୁଇଣ୍ଟାଲ କୁଇଣ୍ଟାଲ ଛତୁ। ଅଞ୍ଚଳର ବହୁ ଶିକ୍ଷିତ, ଅର୍ଦ୍ଧଶିକ୍ଷିତ ଯୁବପିଢ଼ି ଏହାକୁ ବୃତ୍ତିଭାବେ ଗ୍ରହଣ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବାବେଳେ ଏହାଦ୍ୱାରା ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ସୃଷ୍ଟି ହେଉଛି ବ୍ୟାପକ ନିଯୁକ୍ତି ସୁଯୋଗ।
କାମାକ୍ଷାନଗର ଉପଖଣ୍ଡ ପରଜଙ୍ଗ ବ୍ଲକର ପଥରଖମ୍ବ, ଜୟପୁରାକାଟେଣି, ମୁକ୍ତାପଶି, ବଡ଼ଝରା, ଶୁଣ୍ଢିକାଟେଣି, କାମାକ୍ଷାନଗର ବ୍ଲକର ଚୁଳିଆ, ବାଉଁଶପାଳ, ସମାଟାଙ୍ଗି, ବିଜାସାହି, ଆଲୁଅଝରଣ ଅଞ୍ଚଳରେ ବ୍ୟାପକ ପରିମାଣର ପାଳ ଛତୁ ଚାଷ ହେଉଛି। ଜଙ୍ଗଲିଆ ଥଣ୍ଡା ପରିବେଶରେ ଉତ୍ପାଦନ ଆଶାତୀତ ହେଉଛି। ଅଞ୍ଚଳରୁ ଦୈନିକ ପ୍ରାୟ ୧୦୦ କୁଇଣ୍ଟାଲ ଛତୁ ବାହାରୁଥିବାବେଳେ ବ୍ୟବସାୟୀଙ୍କ ଜରିଆରେ ଚାଷୀମାନେ କେନ୍ଦୁଝର, ଯାଜପୁର, ଅନୁଗୋଳ, ସମ୍ବଲପୁର ଜିଲାକୁ ରପ୍ତାନି କରୁଛନ୍ତି। ଛତୁ ଉତ୍ପାଦନ ପାଇଁ ପ୍ରସ୍ତୁତ ବେଡ୍‌ ପିଛା ୮୦ରୁ ୯୦ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏଥିରୁ ୧ରୁ ଦେଢ଼ କେଜି ଯାଏ ଛତୁ ବାହାରିଥାଏ। ଚାଷୀମାନେ ବ୍ୟବସାୟୀଙ୍କୁ କେଜି ପିଛା ୧୫୦ରୁ ୧୭୦ ଟଙ୍କାରେ ବିକୁଥିବାବେଳେ ଖୋଲା ବଜାରରେ ଏହା ୨୦୦ରୁ ୨୨୦ ଟଙ୍କାରେ ମିଳୁଛି। ଅକ୍ଟୋବରରୁ ଜୁଲାଇ ମଧ୍ୟରେ ସାଧାରଣତଃ ଛତୁ ଛାଷ ପାଇଁ ଜଳବାୟୁ ଅନୁକୂଳ ଥାଏ। ୧ ଲକ୍ଷ ଟଙ୍କା ବିନିଯୋଗ କଲେ ଏବଂ ପାଗ ଭଲ ରହିଲେ ହାରାହାରି ୨ରୁ ଅଢ଼େଇ ଲକ୍ଷ ଟଙ୍କା ଲାଭ ହୋଇଥାଏ ବୋଲି ଚାଷୀମାନେ କହିଛନ୍ତି।
ଛତୁ ଚାଷ ଏକ ଲାଭଜନକ ବ୍ୟବସାୟ ହୋଇଥିବାରୁ ରାଜ୍ୟ ବାହାରକୁ କାମ କରିବାକୁ ଚାଲିଯାଉଥିବା ଯୁବକମାନେ ଏବେ ଏଥିରେ ମନୋନିବେଶ କରିବାକୁ ଆଗଭର ହେଉଛନ୍ତି। ଏହାଦ୍ୱାରା ଉପଖଣ୍ଡର ଶତାଧିକ ପରିବାରର ଆର୍ଥିକସ୍ଥିତି ମଜଭୁତ୍‌ ହୋଇପାରିଛି। ସରକାରୀସ୍ତରରେ ଉନ୍ନତ ଜ୍ଞାନକୌଶଳ, ପ୍ରୋତ୍ସାହନ ସାଙ୍ଗକୁ ବଜାର ସୁବିଧା ଯୋଗାଇ ଦିଆଗଲେ କାମାକ୍ଷାନଗର ଉପଖଣ୍ଡ ଛତୁ ଚାଷରେ ଆହୁରି ଆଗକୁ ଯିବ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri