ବସ୍‌ଷ୍ଟାଣ୍ଡ ପାଇଁ ସ୍ଥାନ ନିରୂପଣ ନେଇ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ରାଇରଙ୍ଗପୁର/ଯଶୀପୁର,୨ା୯(ମନୋରଞ୍ଜନ ତିରିଆ/ସରୋଜ କୁମାର ମହାନ୍ତ): ମୟୂରଭଞ୍ଜ ଜିଲା ଯଶୀପୁରର ବ୍ଲକ୍‌ସ୍ତରୀୟ ବସ୍‌ଷ୍ଟାଣ୍ଡ ବ୍ଲକ୍‌ କାର୍ଯ୍ୟାଳୟ ନିକଟରେ କରାଯିବା ପାଇଁ ସ୍ଥାନ ନିରୂପଣ ନିମନ୍ତେ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଏବଂ ଯଶୀପୁର ମହାବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ତରଫରୁ ଯଶୀପୁର ତହସିଲଦାର କ୍ରେସେନ୍‌ସିଆ ତିର୍କୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ବିଭିନ୍ନ ପଞ୍ଚାୟତର ସରପଞ୍ଚମାନଙ୍କର ଏକ ମିଳିତ ଦସ୍ତଖତ ସମ୍ବଳିତ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଜାତୀୟ ରାଜପଥ-୪୯ ପାର୍ଶ୍ୱରେ ଯଶୀପୁର ମୌଜାର ଖାତା ନଂ-୬୫୫, ପ୍ଲଟ୍‌ ନଂ-୧୯୨୨ରେ ୩୦ ଏକର ୨୫ ଡେସିମିଲି ଜାଗା ରହିଛି। ଏହା ସତ୍ତ୍ୱେ ଯଶୀପୁରଠାରୁ ୪ କିଲୋମିଟର ଦୂରରେ ଥିବା ପଦ୍ମପୁର ମୌଜାର ଖାତା ନଂ-୨୧୭, ପ୍ଲଟ୍‌ ନଂ-୮୩୧ଓ ୮୩୨କୁ ଚୟନ କରାଯାଉଥିବା ଶୁଣିବାକୁ ମିଳୁଥିବାରୁ ବିଭିନ୍ନ ପଞ୍ଚାୟତର ସରପଞ୍ଚମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ଚିଠି ସଂଖ୍ୟା ୫୭୪ ତା.୧୨.୫.୨୦୨୧ ଅନୁସାରେ ଉକ୍ତ ସ୍ଥାନଟି ବ୍ଲକ୍‌ ମୁଖ୍ୟାଳୟଠାରୁ ଦୂରରେ ଥିବା ଯୋଗୁ ଅନ୍ୟତ୍ର ଜାଗା ଚୟନ ନିମନ୍ତେ ଚିଠିରେ ଉଲ୍ଲେଖ ରହିଛି। ଯଶୀପୁର ମୌଜାର ଧୋବାଡିହାରେ ବ୍ଲକ୍‌, ତହସିଲ, ଦମକଳ କେନ୍ଦ୍ର, ପଶୁ ଚିକିତ୍ସାଳୟ, କୃଷି କାର୍ଯ୍ୟାଳୟ, କ୍ଷୁଦ୍ର ଜଳ ସେଚନ କାର୍ଯ୍ୟାଳୟ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କାର୍ଯ୍ୟାଳୟ ସମେତ କୁମ୍ଭୀର, ମହାବିଦ୍ୟାଳୟ, ସରସ୍ବତୀ ଶିଶୁ ମନ୍ଦିର, ସାପ୍ତାହିକ ହାଟ ଆଦି ରହିଛି। ଉକ୍ତ ସ୍ଥାନଗୁଡ଼ିକ ନିକଟରେ ଏ ୩୧.୨୫ ଡେସିମିଲି ସରକାରୀ ଜାଗା ରହିଛି। ତେଣୁ ସରକାରଙ୍କର ପ୍ରସ୍ତାବିତ ବ୍ଲକ୍‌ ସ୍ତରୀୟ ବସ୍‌ଷ୍ଟାଣ୍ଡ ପଦ୍ମପୁର ମୌଜା ନୁହେଁ ଯଶୀପୁର ମୌଜାର ଧୋବାଡ଼ିହା ଅଞ୍ଚଳରେ କରାଯିବା ନିମନ୍ତେ ସରପଞ୍ଚମାନଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ତହସିଲଦାରଙ୍କ ଜରିଆରେ ପ୍ରଦାନ କରାଯାଇଛି। ଉକ୍ତ ଦାବିପତ୍ରରେ ଯଶୀପୁର ସରପଞ୍ଚ ପ୍ରଦୀପ କୁମାର ମାଟିଆ, ଜାମୁକେଶ୍ୱର ସରପଞ୍ଚ ମମତା ନାଏକ, ବାଉଁଶନାଳୀ ସରପଞ୍ଚ ସମୀର ନାଏକ, ଏକତାଳି ସରପଞ୍ଚ ସୁରାଇ ମାଝି, ଟଙ୍ଗାବିଲ୍ଲା ସରପଞ୍ଚ ଦିବ୍ୟଜ୍ୟୋତି ନାଏକ, ରୁଗୁଡ଼ି ସରପଞ୍ଚ ପ୍ରତାପଚନ୍ଦ୍ର ହେମ୍ବ୍ରମ, ଅସ୍ତକୁମାର ସରପଞ୍ଚ ପ୍ୟାରୀ ଟୁଟି, ମାହାର୍ଦ୍ଦାପଳସା ସରପଞ୍ଚ ଆରତି ନାଏକ, ପୋଡ଼ାଗଡ଼ ସରପଞ୍ଚ ନୁନି ଆଲଡ଼ା, ଦୁର୍ଦୁରା ସରପଞ୍ଚ ଧନେଶ୍ୱର ସୋରେନ୍‌ ପ୍ରମୁଖଙ୍କର ଦସ୍ତଖତ ରହିଛି।

ସେହିପରି ଯଶୀପୁର ମହାବିଦ୍ୟାଳୟ ପକ୍ଷରୁ ସିପୁ ବିଶ୍ୱାଳ, ଶିବୁ ଜେରାଇ, ଦୀନେଶ ନାଏକ, ଅଙ୍କିତ ପାଣିଗ୍ରାହୀ, ରବି ସିଂ ପ୍ରମୁଖଙ୍କ ନେତୃତ୍ୱରେ ଛାତ୍ରୀଛାତ୍ର ଯଶୀପୁରର ମୌଜାରେ ବସ୍‌ଷ୍ଟାଣ୍ଡ ନିମନ୍ତେ ସ୍ଥାନ ନିରୂପଣ କରାଯିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ ତହସିଲଦାର କ୍ରେସେନ୍‌ସିଆ ତିର୍କୀଙ୍କ ପ୍ରତିକ୍ରିୟା ନିଆଯିବାରୁ ଯଶୀପୁରରେ ଦୁଇଟି ବସ୍‌ଷ୍ଟାଣ୍ଡ ନିମନ୍ତେ ସରକାରଙ୍କଠାରୁ ପ୍ରସ୍ତାବ ଆସିଥିବା ସେ କହିଛନ୍ତି। ଗୋଟିଏ ଜିଲ୍ଲାସ୍ତରୀୟ ଏବଂ ଅନ୍ୟଟି ବ୍ଲକ୍‌ସ୍ତରୀୟ। ଏ ଦୁଇଟି ବସ୍‌ଷ୍ଟାଣ୍ଡ ପାଇଁ ପ୍ରଶାସନ ତରଫରୁ ଏ ପର୍ଯ୍ୟନ୍ତ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସହକାରୀ ଜିଲା ଶ୍ରମ ଅଧିକାରୀରୁ ଓଏଏସ୍‌: ଏଥର ବି ଅମିତ ମାରିଲେ ବାଜି

ଭବାନୀପାଟଣା,୨୦।୧୦ (ଉତ୍ତମ କୁମାର ଦାଶ)- ଓଡିଶା ପ୍ରଶାସନିକ ସେବା (ଓଏଏସ୍‌) ପରୀକ୍ଷାରେ ପୁଣି ଥରେ କୃତ କାର୍ଯ୍ୟ ହୋଇଛନ୍ତି କଳାହାଣ୍ଡି ସହକାରୀ ଜିଲା ଶ୍ରମ ଅଧିକାରୀ...

ଭାଜପାରେ ସରପଞ୍ଚଙ୍କୁ ମିଶିବାକୁ ବିରୋଧ

କାଏମା,୨୦ା୧୦(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀ ବେଶ୍‌ କିଛିଦିନ ହେବ ଚର୍ଚ୍ଚାରେ ରହିଆସିଛି। ଗତ ସାଧାରଣ ନିର୍ବାଚନରେ ଏଠାରେ ବିଜେଡିର ପରାଜୟ ହୋଇଛି।...

ଆଇଇଡି ବିସ୍ଫୋରଣରେ ୨ ଯବାନ ନିହତ

ମାଲକାନଗିରି,୧୯।୧୦(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ନାରାୟଣପୁର ଜିଲାରେ ମାଓବାଦୀଙ୍କ ଦ୍ୱାରା ଆଇଇଡି ବୋମା ବିସ୍ଫୋରଣରେ ୨ ଯବାନ ନିହତ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି।...

ଅଭାବରୁ ଅନ୍ୟ ହାତରେ ଟେକିଦେଲେ ଶିଶୁପୁତ୍ର, ଆଉ ତା’ ପରେ…

ବରଗଡ଼,୧୯ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଭାବ ଅନଟନରୁ ନିଜର ୧୭ ଦିନର ଏକ ଶିଶୁପୁତ୍ରକୁ...

ଧନୁଯାତ୍ରା ମହୋତ୍ସବକୁ ମିଳିନି ସରକାରୀ ଅନୁଦାନ, ବୈଠକରେ ଗତବର୍ଷ ଆୟ ବ୍ୟୟର ସୂଚନା

ବରଗଡ଼,୧୯ା୧୦(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୫ ଜାନୁଆରୀ ୩ରୁ ଆରମ୍ଭ ହେବ। ଏହି ମହୋତ୍ସବକୁ ଆଉ ପ୍ରାୟ ଅଢ଼େଇ...

ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଶାଳିନୀ: ଜିଲାପାଳ ହୋଇ ଲୋକଙ୍କ ସେବା କରିବା ରହିଛି ଲକ୍ଷ୍ୟ

ପୁରୁଷୋତ୍ତମପୁର,୧୯।୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ବଜାର ସାହି ଏକ କୃଷକ ପରିବାରରେ ଜନ୍ମ ଗ୍ରହଣ କରିଥିବା ଆଇ ଶାଳିନୀ(୨୩ ) ପ୍ରଥମ ପ୍ରୟାସରେ ଓଏଏସ୍‌...

ଓଏଏସ୍‌ ପରୀକ୍ଷାରେ ଜୁନାଗଡ଼ ପୁଅଙ୍କ ସଫଳତା

ଭବାନୀପାଟଣା,୧୯।୧୦(ଉତ୍ତମ କୁମାର ଦାଶ): ଶନିବାର ପ୍ରକାଶ ପାଇଛି ୨୦୨୨ ଓଏଏସ୍‌ ରେଜଲ୍ଟ। ଓଏଏସ୍‌ ପରୀକ୍ଷାରେ ସଫଳ ହୋଇଛନ୍ତି କଳାହାଣ୍ଡି ଜିଲା ଜୁନାଗଡ଼ର ପୁଅ ଲଲାଟେନ୍ଦୁ ଦଣ୍ଡସେନା।...

ପ୍ରଶାସନିକ ସେବାରେ ରାୟଗଡ଼ାରୁ ବାଜି ମାରିଲେ ୫, ଛୁଟୁଛି ଶୁଭେଚ୍ଛାର ସୁଅ

ରାୟଗଡ଼ା,୧୯ା୧୦(ଆଶିଷ ରଞ୍ଜନ ପଣ୍ଡା): ପ୍ରଶାସନିକ ସେବାରେ ରାୟଗଡ଼ା ଜିଲାରୁ ୫ ଜଣ କୃତକାର୍ଯ୍ୟ ହୋଇଥିବା ଜଣାପଡ଼ିଛି। ସେମାନେ ହେଲେ ଦୀପାରାଣୀ ବେହେରା, ପଙ୍କଜ କୁମାର ମାଝୀ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri