ମହିଳାଙ୍କ ସହ ଅସଂଯତ ଅବସ୍ଥାରେ ଧରାପଡିଲେ ଡେଟ୍ରୋଇଟ ପୋଲିସ କମିଶନର

ଓ୍ବାଶିଂଟନ୍‌,୧୪।୭: ଡେଟ୍ରୋଇଟ ପୋଲିସ କମିଶନର ବ୍ରାଏନ ଫର୍ଗୁସନ ନିଜ କାରରେ ବେଶ୍ୟାଙ୍କ ସହ ଧରାପଡ଼ିବା ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି।
ବ୍ରିଆନ ଫର୍ଗୁସନ ଏକ ବିବୃତ୍ତିରେ କହିଛନ୍ତି, “ପୋଲିସ ତତ୍ୱାବଧାନରେ ଡେଟ୍ରୋଇଟ ଲୋକଙ୍କ ସେବା କରିବା ଏକ ଗୌରବର ବିଷୟ । ବୋର୍ଡ ଏବଂ ମୋ ପରିବାରର ସ୍ବାର୍ଥକୁ ଦୃଷ୍ଟିରେ ରଖି ମୁଁ ତୁରନ୍ତ ଜିଲା ପୋଲିସ କମିଶନର ପଦରୁ ଇସ୍ତଫା ଦେଉଛି। ମୁଁ ଚାହୁଁ ନାହିଁ ଯେ ଏହି ବ୍ୟକ୍ତିଗତ ବିଷୟ ଯୋଗୁ ବୋର୍ଡର କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଆଞ୍ଚ ଆସୁ।
ସେ ଆହୁରି କହିଛନ୍ତି ଯେ, ଏହା ଏକ ଭୁଲ ବୁଝାମଣା ହୋଇଛି। ମହିଳା ଜଣକ ହଠାତ୍‌ ମୋ ଟ୍ରକ ଭିତରକୁ ପଶି ଆସିଥିଲେ। ଯେତେବେଳେ ପୋଲିସ ସେହି ମହିଳାଙ୍କୁ ବାହାରକୁ ନେଇଥିଲା, ମୁଁ ମଧ୍ୟ ତାଙ୍କୁ ବାହାରକୁ ବାହାର କରିବାକୁ ଚେଷ୍ଟା କରୁଥିଲି।

ସୂଚନାଯୋଗ୍ୟ, ବୁଧବାର ଫର୍ଗୁସନ ଏକ କାର୍‌ ଭିତରେ ଜଣେ ବେଶ୍ୟାଙ୍କ ସହ ଲଜ୍ଜାଜନକ କାର୍ଯ୍ୟରେ ଲିପ୍ତ ଥିଲେ। ଯାହାକୁ ତାଙ୍କ ଅଧିକାରୀମାନେ ଦେଖିବାକୁ ପାଇଥିଲେ।

Share