ପୁରୀ ଅଫିସ, ୧୮ା୪: ସୁପରିଚିତ ନାଟ୍ୟକାର, ଅଭିନେତା ତଥା ନିର୍ଦ୍ଦେଶକ ବଟରାଜ ଦେବ ଗୋସ୍ବାମୀ ଓ ତାଙ୍କ ସହଧର୍ମିଣୀ ରାଧାମଣି ଗୋସ୍ବାମୀଙ୍କର ଶନିବାର କରୋନାରେ ଜୀବନ ଯାଇଛି। ମୃତ୍ୟୁବେଳକୁ ବଟରାଜଙ୍କୁ ୭୩ବର୍ଷ ବୟସ ହୋଇଥିଲା। ଏହି ଦମ୍ପତି କରୋନାରେ ଆକ୍ରାନ୍ତ ହେବା ପରେ କୋଲକାତାସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ତାଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।
ମସିହା ଅଗଷ୍ଟ ମାସରେ ପୁରୀ ସହରର ମରିଚିକୋଟ ଲେନ୍ସ୍ଥିତ ଗୋସ୍ବାମୀ ଭବନରେ ବଟରାଜ ଦେବ ଗୋସ୍ବାମୀ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ୩ ସନ୍ତାନ ଅଛନ୍ତି। ସେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ମଞ୍ଚ ନାଟକରେ ଅଭିନୟ କରିବା ସହ ନିର୍ଦ୍ଦେଶନା ଦେଇଥିଲେ। ତାଙ୍କ ପରଲୋକ ନାଟ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଅଭିନନ୍ଦନିକାର ସମ୍ପାଦକ ଶ୍ୟାମ ପ୍ରକାଶ ସେନାପତି କହିଛନ୍ତି। ସେହିପରି ଅନେକ କଳାପ୍ରେମୀ ମଧ୍ୟ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ତାଙ୍କର ଏକମାତ୍ର ପୁଅ ଶମ୍ଭୁନାଥ ଉଭୟ ମାତା ଓ ପିତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି।