ଆଜି ମନ୍ଦିର ପ୍ରବେଶ କରିବେ ଦେବ ଦମ୍ପତି

ସମ୍ବଲପୁର,୬ା୬(ବ୍ୟୁରୋ): ସମ୍ବଲପୁରର ବିଶ୍ୱ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ସୋମବାର ହେଉଛି ଶେଷ ଦିନ। ଦେବ ଦମ୍ପତିଙ୍କ ବିବାହ ପରେ ଆଜି ଚାଲିଛି ଯୁଗଳ ଦର୍ଶନ ଶୋଭାଯାତ୍ରା। ସନ୍ଧ୍ୟା ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ଚାଲିବ। ନବ ବିବାହିତ ଦେବ ଦମ୍ପତି ସୁସଜ୍ଜିତ ବିମାନରେ ଆଜି ନଗର ପରିକ୍ରମା କରୁଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରର ହଜାର ହଜାର ଲୋକ ଏହି ଯାତ୍ରାରେ ସାମିଲ ହୋଇଛନ୍ତି। ସନ୍ଧ୍ୟାରେ ଶିବ-ପାର୍ବତୀ ମନ୍ଦିର ପ୍ରବେଶ କରିବେ।

Share