Advertisement

ଅତିରିକ୍ତ ଜିଲାପାଳ ଭାବେ ଦାୟିତ୍ୱ ନେଲେ ଦେବଦତ୍ତ ପଣ୍ଡା

ଛତ୍ରପୁର,୧୭।୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅତିରିକ୍ତ ଜିଲାପାଳ(ରାଜସ୍ବ) ଭାବେ ଦେବଦତ୍ତ ପଣ୍ଡା ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ନୟାଗଡ ଜିଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ। ଏହାସହ ସେ ନୂଆପଡା, ସୁନ୍ଦରଗଡ, ନୟାଗଡ଼ ଏବଂ ଅନ୍ୟାନ୍ୟ ଜିଲାରେ ବିଭିନ୍ନ ପଦରେ ରହି ଦାୟିତ୍ୱ ତୁଲାଇ ଆସିଛନ୍ତି।
ଆଜି ଦାୟିତ୍ୱ ଗ୍ରହଣ ଅବସରରେ ସେ ଗଣମାଧ୍ୟମକୁ ସୌଜନ୍ୟମୂଳକ ସାକ୍ଷତରେ କହିଛନ୍ତି, ଜିଲାବାସୀ ଯେପରି ସଠିକ ଭାବେ ରାଜସ୍ବ ସେବା ପାଇପାରିବେ। ସେଥିପ୍ରତି କାର୍ଯ୍ୟ କରିବା ସହିତ ସରକାରଙ୍କ ସମସ୍ତ ଉନ୍ନୟନ ଯୋଜନାର ସଫଳ କାର୍ଯ୍ୟକାରିତାକୁ ଗୁରୁତ୍ୱ ଦିଗରେ ପଦକ୍ଷେପ ନେବି। ସେହିପରି ଗଞ୍ଜାମ ଜିଲାର ସୁନାମକୁ ବଜାୟ ରଖିବା ତାଙ୍କର ପ୍ରଥମ ଲକ୍ଷ୍ୟ ବୋଲି ସେ କହିଛନ୍ତି। କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ବାଗତ କରିଥିଲେ ।
ସୂଚନାଥାଉକି, ପୂର୍ବରୁ ଅତିରିକ୍ତ ଜିଲାପାଳ (ରାଜସ୍ବ) ଭାବେ ଦାୟିତ୍ୱ ଥିବା ସୁଧାଂଶୁ କୁମାର ଭୋଇଙ୍କ ସମ୍ବଲପୁର ଜିଲାର ଅତିରିକ୍ତ ଜିଲାପାଳ ଭାବେ ବଦଳି ହୋଇଛି ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share