‘ସ୍ତ୍ରୀ ୨’ର ରେକର୍ଡ ଭାଙ୍ଗିଲା ‘ଦେବରା ପାର୍ଟ ୧’

ହାଇଦ୍ରାବାଦ: ଜୁନିୟର ଏନ୍‌ଟିଆର୍‌ଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଦେବରା ପାର୍ଟ ୧’ ଶୁକ୍ରବାର ମୁକ୍ତିଲାଭ କରିଛି। ଆରମ୍ଭରୁ ହିଁ ଏହି ଚଳଚ୍ଚିତ୍ରକୁ ଦର୍ଶକ ବେଶ୍‌ ପସନ୍ଦ କରିବାରେ ଲାଗିଛନ୍ତି, ଯାହାଫଳରେ ଏହା ବକ୍ସ ଅଫିସ୍‌ରେ ମଧ୍ୟ ଧମାଲ୍‌ ମଚାଇବାରେ ଲାଗିଛି। କେବଳ ଘରୋଇ ବକ୍ସ ଅଫିସରେ ନୁହେଁ ବରଂ ‘ଦେବରା ପାର୍ଟ ୧’ ବିଶ୍ୱବ୍ୟାପୀ ମଧ୍ୟ ରେକର୍ଡ ବ୍ୟବସାୟ କରିବା ଆରମ୍ଭ କରିଛି। ରିଲିଜ୍‌ ହେବାର ମାତ୍ର ୨ ଦିନ ମଧ୍ୟରେ ‘ଦେବରା ପାର୍ଟ ୧’ ୨୦୦ କୋଟି ଫିଲ୍ମ କ୍ଲବ୍‌ ତାଲିକାରେ ପ୍ରବେଶ କରିଛି।
ରବିବାର ବିଭିନ୍ନ ରିପୋର୍ଟ ଅନୁଯାୟୀ, ପ୍ରଥମ ୨ ଦିନରେ ‘ଦେବରା ପାର୍ଟ ୧’ ବିଶ୍ୱବ୍ୟାପୀ ୨୧୨ କୋଟି ଟଙ୍କାର ବ୍ୟବସାୟ କରିଛି। କେବଳ ଶୁକ୍ରବାର ଏହା ୧୫୭ କୋଟି ସଂଗ୍ରହ କରିଥିବା ବେଳେ ଶନିବାର ଏହି ଫିଲ୍ମ ବିଶ୍ୱବ୍ୟାପୀ ୫୫ କୋଟି ଟଙ୍କାର ବ୍ୟବସାୟ କରିଛି। ଏହାସହ ‘ଦେବରା ପାର୍ଟ ୧’ ଚଳିତ ବର୍ଷର ସବୁଠୁ ସଫଳ ଚଳଚ୍ଚିତ୍ର ‘ସ୍ତ୍ରୀ ୨’ର ରେକର୍ଡକୁ ଭାଙ୍ଗିବାରେ ମଧ୍ୟ ସଫଳ ହୋଇଛି। ଚଳିତ ବର୍ଷ ଅଗଷ୍ଟ ୧୫ରେ ‘ସ୍ତ୍ରୀ ୨’ ଫିଲ୍ମ ରିଲିଜ୍‌ ହୋଇଥିବାବେଳେ ଏହା ପ୍ରଥମ ୨ ଦିନରେ ବିଶ୍ୱବ୍ୟାପୀ ୧୩୦.୦୫ କୋଟି ଟଙ୍କାର ବ୍ୟବସାୟ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଲିଉଡରୁ ଅବସର ନେବେ ଶାହାରୁଖ!

ମୁମ୍ବାଇ,୩୦।୯: ବଲିଉଡର କିଙ୍ଗ ଶାହାରୁଖ ଖାନ ଦୀର୍ଘ ଦିନ ଧରି ଦର୍ଶକଙ୍କୁ ମନୋରଞ୍ଜନ ଦେଇଆସୁଥିଲେ। ତାଙ୍କୁ ବଲିଉଡର ଶେଷ ସୁପରଷ୍ଟାର ଭାବେ ବିବେଚନା କରାଯାଏ। ପ୍ରଶଂସକମାନେ...

ମିଥୁନଙ୍କୁ ମିଳବ ଦାଦା ସାହେବ ଫାଲକେ ଆଓ୍ବାର୍ଡ

ମୁମ୍ବାଇ,୩୦।୯: ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଭାରତୀୟ ସିନେମାର ଦିଗ୍‌ଜ ଓ ଲୋକପ୍ରିୟ କଳାକାର ଅଟନ୍ତି। ତାଙ୍କୁ ଦାଦା ସାହେବ ଫାଲକେ ସମ୍ମାନ ମିଳିବାକୁ ଯାଉଛି। ଏନେଇ...

ପ୍ରଥମେ ବିକିଲେ ଘର, ଏବେ କିଣିଲେ ବିଳାସପୂର୍ଣ୍ଣ ଗାଡ଼ି, ଦାମ ଶୁଣିଲେ

ମୁମ୍ବାଇ: ହିମାଚଳ ପ୍ରଦେଶ ମଣ୍ଡି ଆସନର ଭାଜପା ଏମପି ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ନିକଟରେ ଏକ ବିଳାସପୂର୍ଣ୍ଣ କାର କିଣିଛନ୍ତି। କଙ୍ଗନା ଲ୍ୟାଣ୍ଡ...

ଶାହରୁଖ୍‌ ଶ୍ରେଷ୍ଠ ଅଭିନେତା, ‘ଆନିମଲ୍‌’ ଶ୍ରେଷ୍ଠ ଚଳଚ୍ଚିତ୍ର

ଆବୁଧାବି, ୩୦।୯: ଭାରତୀୟ ଚଳଚ୍ଚିତ୍ର କ୍ଷେତ୍ରରେ ସର୍ବୋତ୍ତମ ପ୍ରତିଭାମାନଙ୍କୁ ସମ୍ମାନିତ କରିବା ପାଇଁ ଶନିବାର ରାତିରେ ଆବୁଧାବିର ୟସ୍‌ ଆଇଲାଣ୍ଡରେ ଇଣ୍ଟରନ୍ୟାଶ୍‌ନାଲ୍‌ ଇଣ୍ଡିଆନ୍‌ ଫିଲ୍ମ ଏକାଡେମୀ(ଆଇଆଇଏଫ୍‌ଏ)...

‘ଗେମ ଚେଞ୍ଜର’ରେ ରାମ ଚରଣଙ୍କ ଧମାକେଦାର ଏଣ୍ଟ୍ରି, ୧୦୦୦ ଡ୍ୟାନ୍ସରଙ୍କ ସହ…

ଚେନ୍ନାଇ: ଆଗାମୀ ଫିଲ୍ମ ‘ଗେମ ଚେଞ୍ଜର’ରେ ସାଉଥ ସୁପରଷ୍ଟାର୍‌ ରାମ ଚରଣଙ୍କ ଏଣ୍ଟ୍ରି ଏକ ଭିନ୍ନ ଢଙ୍ଗରେ ପ୍ରଦର୍ଶିତ ହେବ। ଏହି ମୁଭିରେ ତାଙ୍କର ଏଣ୍ଟ୍ରି...

Featured Video Play Icon

ଅକ୍ଟୋବର ୯ରେ ଭିଲେନ୍: ଶୁଣନ୍ତୁ ଫିଲ୍ମକୁ ନେଇ କ’ଣ କହୁଛନ୍ତି …

ଅକ୍ଟୋବର ୯ରେ ରିଲିଜ ହେବ ଓଡ଼ିଆ ଚଳଚ୍ଚିତ୍ର ଭିଲେନ୍ । ଏହି ଚଳଚ୍ଚିିତ୍ରରେ ନଜର ଆସିବେ ଅଭିନେତା ଅଦେ୍ର୍ଧନ୍ଦୁ ଏବଂ ଅଭିନେତ୍ରୀ ତମ୍ମନା । ତେବେ...

ଦର୍ଶକଙ୍କୁ ଧନ୍ୟବାଦ ଦେଲେ ରାଣୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାନୀ ମୁଖାର୍ଜୀ ‘ମିସେସ ଚାଟାର୍ଜୀ ଭର୍ସେସ ନରୱେ’ରେ ତାଙ୍କର ଚମତ୍କାର ଅଭିନୟ ସହିତ ତାଙ୍କ ପ୍ରଶଂସକଙ୍କ ହୃଦୟ ଜିତିଥିଲେ। ପ୍ରଶଂସକମାନେ ତାଙ୍କ...

ଓସ୍କାର ବିଜୟିନୀ ଅଭିନେତ୍ରୀ ମାଗି ସ୍ମିଥ୍‌ଙ୍କ ପରଲୋକ

ଲଣ୍ଡନ,୨୮ା୯: ଓସ୍କାର ବିଜୟିନୀ ଅଭିନେତ୍ରୀ ମାଗି ସ୍ମିଥ୍‌ଙ୍କର ଶୁକ୍ରବାର ସକାଳେ ଲଣ୍ଡନର ଏକ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କୁ ୮୯ ବର୍ଷ ହୋଇଥିଲା। ହାରି ପୋଟ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri