ନିଜର ଅଙ୍ଗଦାନ କରିବେ ଦେବରକୋଣ୍ଡା

ମୁମ୍ବାଇ: ସାଉଥ୍‌ ଅଭିନେତା ବିଜୟ ଦେବରକୋଣ୍ଡା ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି। ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହାସହ ବିଜୟଙ୍କର ନିଷ୍ପତ୍ତିକୁ ଗର୍ବ ମଧ୍ୟ କରୁଛନ୍ତି। ବିଜୟ ଦେବରକୋଣ୍ଡା ଘୋଷଣା କରିଛନ୍ତି କି, ତାଙ୍କର ମୃତ୍ୟୁ ହେବା ପରେ ସେ ତାଙ୍କର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ଦାନ କରିଦେବେ। ମେଡିକାଲର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏହି ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୋର ମୃତ୍ୟୁ ହୋଇଯିବା ପରେ ମୋର ସମସ୍ତ ଅଙ୍ଗପ୍ରତ୍ୟଙ୍ଗକୁ ଦାନ କରିଦେବି। ଏହାଦ୍ୱାରା ମୁଁ କାହାର ସାହାର୍ଯ୍ୟରେ ଆସିପାରିବି ଯାହା ମୋତେ ବହୁତ ଖୁସି ଦେବ। ଆହୁରି ମଧ୍ୟ କହିଛନ୍ତି ଯେ, ଜଣେ ଡାକ୍ତର ମୋତେ କହିଥିଲେ କି କେବଳ ଡୋନରମାନଙ୍କ ଦ୍ୱାରା ହିଁ ଅନେକ ସର୍ଜରୀ କରାଯାଇଥାଏ। ଏଭଳି ଲୋକ ବି ଅଛନ୍ତି ଯେଉଁମାନେ ନିଜର ଅଙ୍ଗପ୍ରତ୍ୟଙ୍ଗକୁ ଦାନ କରି ଅନ୍ୟ ଜଣଙ୍କୁ ସାହାର୍ଯ୍ୟ କରୁଛନ୍ତି। ଏହା ବହୁତ ଭଲ କଥା। ଏହାବାଦ୍‌ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ବିଜୟଙ୍କ ମା’ ମଧ୍ୟ ଏପରି କରିବାକୁ ନିଷ୍ପତ୍ତି ନେଇଛନ୍ତି।

Share