ବଲାଙ୍ଗୀରରେ ଧୂମ୍‌ଧାମ୍‌ରେ ଚାଲିଛି ଦେବଶିଳ୍ପୀଙ୍କ ପୂଜା

ବଲାଙ୍ଗୀର,୧୬ା୯(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ସୋମବାର ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ବଲାଙ୍ଗୀର ସରକାରୀ ନୂତନ ବସ୍‌ ଟର୍ମିନାଲଠାରେ ଘରୋଇ ବସ୍‌ ମାଲିକ ସଂଘ, ରାଣୀବନ୍ଧ ରାସ୍ତାରେ ଟ୍ରକ ଅପରେଟର ଆସୋସିଏଶନ, ସାଲେପାଲିଠାରେ ଚନ୍ଦ୍ରଜ୍ୟୋତି ଗ୍ୟାସ, ଖମାରମୁଣ୍ଡାସ୍ଥିତ କେବିକେ ଆଇଟିଆଇ, ବିଭିନ୍ନ ଗ୍ୟାରେଜ, ସର୍ଭିସ ସେଣ୍ଟର, ଶୋ’ରୁମ୍‌ଠାରେ ବିଶକର୍ମା ପୂଜା ଅନୁଷ୍ଠିତ ହୋଇଛି। ବସ୍‌ ଟର୍ମିନାଲଠାରେ ଘରୋଇ ବସ୍‌ ମାଲିକ ସଂଘ ସଭାପତି ଦୁର୍ଗା ବେହେରା ଓ ସମ୍ପାଦକ ପ୍ରତ୍ୟୁଷ ମିଶ୍ର, ଅନ୍ୟ ସଦସ୍ୟ, ଟ୍ରକ ଆସୋସିଏଶନ ସଭାପତି ବୀରେନ ମିଶ୍ର, ସମ୍ପାଦକ ଅଶ୍ବିନୀ ପଟ୍ଟନାୟକ ଓ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ। ଏହା ସହିତ ସହରରେ ବିଦ୍ୟୁତ ବିଭାଗ, ଅଟୋ ଷ୍ଟାଣ୍ଡ, ଟ୍ୟାକ୍ସି ଷ୍ଟାଣ୍ଡ, ସରକାରୀ ଆଇଟିଆଇରେ ବିଶ୍ୱକର୍ମା ପୂଜା ପାଳନ କରାଯାଇଛି । ଅନେକ ପୂଜା ମଣ୍ଡପରେ ବିଶ୍ୱକର୍ମା ମୂର୍ତ୍ତି ଓ ମେଢ ବେଶ ଆକର୍ଷଣୀୟ ହୋଇଛି।