ବେଙ୍ଗାଲୁରୁ,୮।୩: କର୍ନାଟକର ବାମହାତୀ ବ୍ୟାଟ୍ସମ୍ୟାନ ଦେବଦତ୍ତ ପଡିକଲ ଲିଷ୍ଟ ଏ ଟୁର୍ନାମେଣ୍ଟରେ ଏକ ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ସୋମବାର ବିଜୟ ହଜାରେ ଟ୍ରଫିର ଏକ ମ୍ୟାଚରେ ସେ କେରଳ ବିପକ୍ଷରେ ଚମତ୍କାର ୧୦୧ ସ୍କୋର କରିଥିଲେ। ଲିଷ୍ଟ ଏ କ୍ରିକେଟରେ କ୍ରମାଗତ ଚାରିଟି ମ୍ୟାଚରେ ସେ ଚାରି ଶତକ ସ୍କୋର କରିଥିବା ପ୍ରଥମ ଭାରତୀୟ ହୋଇପାରିଛନ୍ତି। ବିରାଟ କୋହଲି ମଧ୍ୟ ଏହା କରିପାରି ନ ଥିଲେ। ପଡିକଲ ଚଳିତ ସିଜନରେ ଖେଳାଯାଇଥିବା ସମସ୍ତ ୬ଟି ମ୍ୟାଚରେ ୫୦ରୁ ଅଧିକ ସ୍କୋର କରିଛନ୍ତି।
୨୦୦୮-୯ରେ ବିଜୟ ହଜାରେ ଟ୍ରଫିର ଗୋଟିଏ ସିଜନରେ ବିରାଟ କୋହଲି ଏବଂ ଦେବଦତ୍ତ ପଡିକଲ ୪-୪ଟି ଶତକ ହାସଲ କରିଛନ୍ତି। କିନ୍ତୁ କୋହଲି କ୍ରମାଗତ ଚାରି ଶତକ ହାସଲ କରି ନ ଥିବାବେଳେ ପଡିକଲ କ୍ରମାଗତ ଚାରିଟି ମ୍ୟାଚରେ ଚାରଟି ଶତକ ହାସଲ କରିଛନ୍ତି। ୨୦ ବର୍ଷୀୟ ପଡିକଲ ଆଇପିଏଲରେ କୋହଲିଙ୍କ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଖେଳୁଛି। ଟି -୨୦ ଲିଗର ପ୍ରଥମ ସିଜନରେ ସେ ୫ଟି ଅର୍ଦ୍ଧଶତକ ସହ ୧୫ଟି ମ୍ୟାଚରେ ୪୭୩ ରନ ସଂଗ୍ରହ କରିଥିଲେ। ବିଜୟ ହଜାରେ ଟ୍ରଫିର ଚଳିତ ସିଜିନ ବିଷୟରେ କହିବାକୁ ଗଲେ ପଡିକଲ ହାରାହାରି ୧୬୮ଟି ମ୍ୟାଚରେ ୬୭୩ ରନ ସଂଗ୍ରହ କରିଛନ୍ତି। ଏଥିରେ ୪ ଶତକ ଏବଂ ୨ ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ।