କୋଟିପତି ହେଲେ ପାଡିକଲ

ବେଙ୍ଗାଲୁରୁ,୧୨।୨: ଆଇପିଏଲ୍‌-୨୦୨୨ ମେଗା ଅକ୍ସନର ଦ୍ୱିତୀୟ ସେଟ୍‌ ନିଲାମରେ ବାଜି ମାରିଛନ୍ତି ଦେବଦତ୍ତ ପାଡିକଲ। ତାଙ୍କୁ ରାଜସ୍ଥାନ ରୟାଲ୍ସ ୭.୭୫ କୋଟି ଟଙ୍କାରେ କିଣି ନେଇଛି।

ଆଇପିଏଲ୍‌ ଲିଗ୍‌ର ଗତ ଦୁଇ ସଂସ୍କରଣରେ ଦୁଇଜଣ ଖେଳାଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେମାନେ ଥିଲେ ଚେନ୍ନାଇ ସୁପର କିଙ୍ଗ୍ସର ଋତୁରାଜ ଗାଇକଓ୍ବାଡ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳିଥିବା ଦେବଦତ୍ତ। ଦେବଦତ୍ତ ଆର୍‌ସିବି ପକ୍ଷରୁ ଓପନର୍‌ ଭୂମିକା ତୁଲାଇଥିଲେ। ଏଥର ମଧ୍ୟ ସେ ରାଜସ୍ଥାନ ପକ୍ଷରୁ ଓପନିଂ ବିକଳ୍ପ ସାବ୍ୟସ୍ତ ହୋଇପାରନ୍ତି।

କେରଳରେ ଜନ୍ମିତ ଏହି ୨୧ ବର୍ଷୀୟ ଖେଳାଳି ଏଯାବତ ୧୫ ମ୍ୟାଚ୍‌ ଖେଳିଥିବା ବେଳେ ୪୭୩ ରନ୍‌ କରିଛନ୍ତି। ୨୦୨୧ରେ ସେ ଆଇପିଏଲ୍‌ରେ ନିଜର ପ୍ରଥମ ଶତକ ମଧ୍ୟ ମାରିଥିଲେ।

Share