ଏବେ ସାରା ବିଶ୍ୱରେ କରୋନା ମହାମାରୀ କାୟା ବିସ୍ତାର କରିଛି। ପାଖାପାଖି ୨୧୪ ଦେଶରେ ଏହି ମହାମାରୀ ତାଣବ ରଚିଛି। କରୋନା ଟେଷ୍ଟ ପାଇଁ ସମୟ ଲାଗୁଥିବାରୁ ତୁରନ୍ତ ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇ ପାରୁନାହିଁ। ଫଳରେ କରୋନା ରୋଗୀ ଅନ୍ୟମାନଙ୍କ ସହ ମିଶି ସଂକ୍ରମିତ ବଢାିବା ଆଶଙ୍କା ରହୁଛି। ଏହାକୁ ଦୃଷ୍ଟିରେ ରଖି ଏକ୍ସପ୍ରାଇଜ୍ ନାମକ ଏକ ସଂସ୍ଥା ଏକ ପ୍ରତିଯୋଗିତା ଆରମ୍ଭ କରିଛି। ଯେଉଁ ବ୍ୟକ୍ତି ଶୀଘ୍ର କାମ କରୁଥିବା କୋଭିଡ୍-୧୯ ଟେଷ୍ଟର ଉପାୟ ଖୋଜି ପାଇବ ସେମାନଙ୍କୁ ୫ ମିଲିୟନ ଡଲାର ଅର୍ଥାତ୍ ୩୭.୩୯ କୋଟି ଟଙ୍କା ମିଳିବ। ଏହି ପ୍ରତିଯୋଗିତା ୬ ମାସ ଧରି ଚାଲିବ। ଆଗାମୀ ବର୍ଷ ଆରମ୍ଭରେ ବିଜେତାଙ୍କ ନାମ ଘୋଷଣା କରାଯିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ଏକ୍ପପ୍ରାଇଜ୍ ସଂସ୍ଥା ଏହି ପ୍ରତିଯୋଗିତାର ନାମ ରଖିଛି ‘ଏକ୍ସପ୍ରାଇଜ୍ ର଼୍ୟାପିଡ୍ କୋଭିଡ ଟେଷ୍ଟିଂ। ସୂଚନାଯୋଗ୍ୟ, ବେସରକାରୀ ସଂସ୍ଥା ଏକ୍ପପ୍ରାଇଜ୍ ଜୁଲାଇ ୨୮ରେ ଏହା ଘୋଷଣା କରିଥିଲା। ଏହି ପ୍ରତିଯୋଗିତାରେ ସେ ବ୍ୟକ୍ତିମାନେ ଭାଗ ନେଇପାରିବେ ଯେଉଁମାନେ କୋଭିଡ-୧୯ ଟେଷ୍ଟର ଶସ୍ତା ଏବଂ ଶୀଘ୍ର ଫଳାଫଳ ଦେଉଥିତ୍ବା ଉପାୟ ବିଷୟରେ କହିପାରିବେ। ଆମେ ସରଳ ଏବଂ ସହଜ ଟେଷ୍ଟିଂ କିଟ୍ ପ୍ରସ୍ତୁତ କରିବାକୁ ଚାହୁଁଛୁ। ଯାହାକୁ କୌଣସି ଛୋଟ ପିଲା ମଧ୍ୟ ଉପଯୋଗ କରିପାରିବ। ଟେଷ୍ଟିଂର ଫଳାଫଳ ଯେମିତି ୧୫ ମିନିଟ୍ରେ ଆସୁପାରୁଥିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।