Advertisement

ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଶୁଭାରମ୍ଭ: ଗାଁର ବିକାଶ ହେଲେ ଦେଶର ବିକାଶ ହେବ

ରାଇକିଆ,୫।୨(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ବୁଧବାର ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ଗାଁ ମାଟିରୁ ହିଁ ପ୍ରକୃତ ବିକାଶ ଆରମ୍ଭ। ଗାଁ ଉନ୍ନତି ହେଲେ ଦେଶର ବିକାଶରେ ଅଗ୍ରଗତି ହେବ ଏଭଳି ମତ ରଖିଛନ୍ତି ଉପସ୍ଥିତ ମଞ୍ଚାସୀନ ଅତିଥିବୃନ୍ଦ।
ବିଶେଷ କରି ମୌଳିକ ଭିତ୍ତିଭୂମିର ବିକାଶ, କ୍ଷୁଦ୍ର ପର୍ଯଟନ, କ୍ରୀଡା ଓ ଶିକ୍ଷା ଭିତ୍ତିଭୂମିର ଆଧୁନିକରଣ, ଅଭିନବ ବହୁମୁଖି ଜନ ମଙ୍ଗଳକାରୀ ଯୋଜନାକୁ ଏଥିରେ ସାମିଲ କରାଯାଇଛି । ଏହି ରାଜ୍ୟସ୍ତରୀୟ ଉଦ୍‌ଘାଟନ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ କାର୍ଯ୍ୟକ୍ରମକୁ ଭିଡିଓ କନ୍ଫରେନ୍ସରେ ଦେଖିବାର ବ୍ୟବସ୍ଥା କରାଯାଇଥିଲା |

ଜିଲା ପରିଷଦ ସଭ୍ୟ ସତ୍ୟବାନ ପାତ୍ର, ଏମ୍‌ପି ପ୍ରତିନିଧି ସନ୍ତୋଷ ଲେଙ୍କା, ବ୍ଲକ ଉପାଧ୍ୟକ୍ଷ ରିନା ପ୍ରଧାନ, ଏବିଡିଓ ଦିବ୍ୟସିଂ କହଁରଙ୍କ ସମେତ ବିଭିନ୍ନ ପଞ୍ଚାୟତରୁ ଆସିଥିବା ସରପଞ୍ଚ, ସମିତିସଭ୍ୟ, ଲୋକ ପ୍ରତିନିଧି, ପ୍ରଶାସନିକ ଅଧିକାରୀ, ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗଦେଇ ଏହି ଯୋଜନାର ଆଭିମୁଖ୍ୟ ଏବଂ ଏହାର କାର୍ଯ୍ୟକାରୀ ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା ଜନ ସାଧାରଣ ସାମିଲ ହୋଇଥିଲେ ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share