ପୁରୁଷୋତ୍ତମପୁର,୫/୨( ସିମାଞ୍ଚଳ ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବିଜୁପଟ୍ଟନାୟକ ଇନଡୋର ଷ୍ଟାଡିୟମ ପରିଷରରେ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ବିଡିଓ ନିରାକାର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଭର୍ଚୁଆଲ ମାଧ୍ୟମରେ ପଞ୍ଚାୟତିରାଜ ଓ ପାନିୟ ଜଳ ବିଭାଗ ପକ୍ଷରୁ ଗ୍ରାମାଞ୍ଚଳର ବିକାଶଲାଗି ଆହ୍ବାନ ଦେଇଛନ୍ତି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତଥି ଭାବେ କବିସୂର୍ଯ୍ୟ ନଗର ବିଧାୟକ ପ୍ରତାପଚନ୍ଦ୍ର ନାୟକ ଯୋଗଦେଇ, ବିକାଶର କିଛି ଦଳନଥାଏ ଏଣୁ ଦଳଗତ ର୍ନିବିଶେଷରେ ପୁରୁଷୋତ୍ତମପୁର ଅଞ୍ଚଳର ବିକାଶ ଲାଗି ସମସ୍ତଙ୍କ ସହଯୋଗ ଲୋଡି ରାଜ୍ୟରେ ପୁରୁଷୋତ୍ତମପୁରକୁ ଏକନମ୍ବର ବ୍ଲକ ଭାବରେ ଗଢିତୋଳିବା ଲାଗି ଆହ୍ହାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସିତାରାମ ପାଣିଗ୍ରାହି, ଏନଏସି ଅଧକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା,ବ୍ଲକ ଅଧକ୍ଷା ପିଙ୍କି ବେହେରା, ଭାଜପା ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ଅରୁଣକୁମାର ପଣ୍ଡା ,ଜଗତବନ୍ଧୁ ପଣ୍ଡା ଯୋଗଦେଇଥିବା ବେଳେ ବହୁ ସରପଞ୍ଚ,ସମିତିସଭ୍ୟ ଜନପ୍ରତିନିଧି, ଭଜପାର କାର୍ୟଯକର୍ତ୍ତା ମାନଙ୍କ ସହ ବହୁ ମହିଳା, ପୁରୁଷ ମାନେ ଯୋଗଦେଇଥିଲେ।