ଋଣଜାଲରେ ବିକାଶଶୀଳ ରାଷ୍ଟ୍ର

ନୂଆଦିଲ୍ଲୀ/ବେଜିଂ,୨୩ା୭: ବିକାଶଶୀଳ ଦେଶଗୁଡ଼ିକୁ ଚାଇନା ଦେଉଥିବା ଋଣର ଅଧା ହେଉଛି ହିଡେନ କେଡିଟ୍ସ (ଲୁକ୍କାୟିତ କରଜ)। ହାଭାର୍ଡ ୟୁନିଭର୍ସିଟିର ଜଣାଶୁଣା ଋଣ ବିଶେଷଜ୍ଞ କାର୍ମେନ ରିନ୍‌ହାର୍ଟ ଏବଂ କେଇଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ଖ୍ରିଷ୍ଟୋଫ୍‌ ଟ୍ରେବେସ୍କ ଓ ସେବାସ୍ତିଆନ୍‌ ହର୍ନ ବିଶ୍ଳେଷଣ କରି ଉପରୋକ୍ତ ବିଷୟ ଜାଣିବାକୁ ପାଇଛନ୍ତି। ୧୯୪୯ରୁ ୨୦୧୭ ମଧ୍ୟରେ ଚାଇନା ପକ୍ଷରୁ ୧୫୨ ଦେଶକୁ ପ୍ରଦାନ କରାଯାଇଥିବା ୨,୦୦୦ ଋଣ ସମ୍ପର୍କରେ ସେମାନେ ଅଧ୍ୟୟନ କରିଥିଲେ। ବିଭିନ୍ନ ସୂତ୍ରରୁ ମିଳିଥିବା ତଥ୍ୟକୁ ନେଇ ବିଶ୍ୱ ଅର୍ଥନୀତିରେ ଚାଇନାର ବାସ୍ତବ ଭୂମିକା ସମ୍ପର୍କରେ ସେମାନେ ଅବତାରଣା କରିଛନ୍ତି। ଏହି ବିକାଶଶୀଳ ଦେଶଗୁଡ଼ିକରେ ଚାଇନା ପବ୍ଲିକ୍‌ ଓ ପ୍ରାଇଭେଟ ସେକ୍ଟରକୁ କୋଟି କୋଟି ଡଲାର ଋଣ ଦେଇ ନିଜ ଚେର ମଜଭୁତ କରିଛି। ଉକ୍ତ ଋଣ ସମ୍ପର୍କିତ ରେକର୍ଡ କୌଣସି ଆନ୍ତର୍ଜାତିକ ସଂସ୍ଥା ପାଖରେ ନ ଥିବାରୁ ଏହାକୁ ହିଡେନ୍‌ କ୍ରେଡିଟ୍ସର ନାମକରଣ ଏଇଥିପାଇଁ ଦିଆଯାଇଛି।
ଅଧ୍ୟୟନରୁ ଅନୁମାନ କରାଯାଇଛି ଯେ, ହିଡେନ୍‌ କ୍ରେଡିଟ୍ସର ସିଂହଭାଗ ବିଗତ ୨ ଦଶନ୍ଧି ମଧ୍ୟରେ ବଢ଼ିଯାଇଛି। ଏବେ ଏହାର ପରିମାଣ ୨୦,୦୦୦ କୋଟି ଡଲାର ଟପିଯାଇଛି। ଏଥିରେ ପୂର୍ବରୁ ବାକି ଥିବା ଋଣର ସମ୍ମିଳିତ ମୂଲ୍ୟକୁ ମଧ୍ୟ ସାମିଲ କରାଯାଇଛି। ଚାଇନାଠାରୁ ସର୍ବାଧିକ ଋଣ ନେଇଥିବା ୫୦ ଦେଶ ସମ୍ପର୍କରେ ଆଲୋଚନା କଲେ ଜଣାଯାଏ ଯେ, ଏହି ଦେଶଗୁଡ଼ିକରେ ହାରାହାରି ଋଣ ବଢ଼ି ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୧୫%ରୁ ଅଧିକ। ଡାଇରେକ୍ଟ ଲୋନ୍ସ ବା ପ୍ରତ୍ୟକ୍ଷ ଋଣର ସିଂହଭାଗ ଚାଇନା ସରକାରଙ୍କ ନିୟନ୍ତ୍ରଣରେ ଥିବା ‘ଚାଇନା ଡେଭେଲପ୍‌ମେଣ୍ଟ ବ୍ୟାଙ୍କ’ ଏବଂ ‘ଏକ୍ସଜିମ୍‌ ବ୍ୟାଙ୍କ ଅଫ୍‌ ଚାଇନା’ ଜରିଆରେ ପ୍ରଦାନ କରାଯାଇଛି। ଏହାବାଦ ଏପରି ଅନେକ ପରୋକ୍ଷ ବ୍ୟବସ୍ଥା ମଧ୍ୟ ରହିଛି, ଯାହା ଜରିଆରେ ଚାଇନା ଅନ୍ୟ ରାଷ୍ଟ୍ରଗୁଡ଼ିକୁ ଋଣ ଦେଇଥାଏ। ଏପରି ଋଣ ସମ୍ପର୍କରେ ଜାଣିବା ସହଜ ନୁହେଁ। କାରଣ ଏହା ‘ସରକାରଠାରୁ ସରକାର’ ବ୍ୟବସ୍ଥା ଜରିଆରେ ନିଆଯାଇଥାଏ। ଅଧିକାଂଶ ଋଣ ସରକାରୀ ନିୟନ୍ତ୍ରଣରେ ଥିବା ୟୁନିଟଗୁଡ଼ିକ ଜରିଆରେ ଦିଆଯାଇଥାଏ ଏବଂ ତାକୁ ପ୍ରଦାନ କରୁଥିବା କମ୍ପାନୀଗୁଡ଼ିକ ମଧ୍ୟ ସାଧାରଣତଃ ଏପରି ହୋଇଥାନ୍ତି, ଯାହାର ମୁଖ୍ୟ ମାଲିକ ହେଉଛି ଚାଇନା।

ବିଶ୍ୱ ଅର୍ଥ ବ୍ୟବସ୍ଥାରେ ଚାଇନାର ଦଖଲ
ଦୁଇ ଦଶନ୍ଧି ତଳେ ଚାଇନା ଆପଣାଇଥିବା ରଣନୀତି ଆଜି ଏହାକୁ ବିଶ୍ୱ ଅର୍ଥ ବ୍ୟବସ୍ଥାର ଏକ ପ୍ରମୁଖ ରାଷ୍ଟ୍ରରେ ପରିଣତ କରିଛି। ବାହାର ଦୁନିଆ ପାଇଁ କୋହଳ ଆଭିମୁଖ୍ୟ ଯୋଗୁ ଚାଇନା ଏପରି ସଫଳତା ହାସଲ କରିଛି। ଏଥିଯୋଗୁ ଚାଇନା ବିଶ୍ୱର ସବୁଠୁ ବଡ଼ ସରକାରୀ କରଦାତା ପାଲଟିସାରିଛି। ଅନ୍ୟ କୌଣସି ଦେଶର ସରକାର ଚାଇନା ଭଳି ବିପୁଳ ପରିମାଣର ଋଣ ପ୍ରଦାନ କରିବାରେ ସକ୍ଷମ ନୁହନ୍ତି। ୨୦୧୮ର ତଥ୍ୟାନୁସାରେ ବିକାଶଶୀଳ ଦେଶଗୁଡ଼ିକ ଉପରେ ଚାଇନାର ୫ ଲକ୍ଷ କୋଟି ଡଲାରରୁ ଅଧିକ ଋଣ ରହିଛି। ଏହି ପରିମାଣ ବିଶ୍ୱ ଜିଡିପିର ପ୍ରାୟ ୬% ହେବ। ୨୦ ବର୍ଷ ପୂର୍ବରୁ ଏହି ଋଣର ପରିମାଣ ଜିଡିପିର ମାତ୍ର ୧% ଥିଲା। ଚାଇନା ସବୁ ପ୍ରକାର ଅର୍ଥ ବ୍ୟବସ୍ଥାକୁ ଋଣ ଦେଉଥିବାବେଳେ ଏହାର ଆଧିପତ୍ୟ ସ୍ବଳ୍ପ ଆୟକାରୀ ଦେଶଗୁଡ଼ିକ ଉପରେ ଅଧିକ। ଗରିବ ଓ ବିକାଶଶୀଳ ଦେଶଗୁଡ଼ିକୁ ଚାଇନା ପକ୍ଷରୁ ଦିଆଯାଉଥିବା ଋଣ ଓ୍ବାଲର୍‌ଡ ବ୍ୟାଙ୍କ, ଅନ୍ତର୍ଜତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଅଥବା ଅନ୍ୟ ସରକାରଗୁଡ଼ିକ ତୁଳନାରେ ବହୁ ପରିମାଣରେ ଅଧିକ।

ଭାରତ ନେଇଛି କି ?
ଚାଇନାଠାରୁ ଭାରତ ପ୍ରତ୍ୟକ୍ଷ ଭାବେ ଋଣ ନେଇନାହିଁ। ତେବେ ଏସିଆନ୍‌ ଇନ୍‌ଫ୍ରାଷ୍ଟ୍ରକ୍ଚର ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କ (ଏଆଇଆଇବି)ଠାରୁ ସର୍ବାଧିକ ଋଣ ନେଇଥିବା ଦେଶଗୁଡ଼ିକ ମଧ୍ୟରେ ଶୀର୍ଷରେ ଭାରତ ରହିଛି। ଏହି ବହୁପାକ୍ଷିକ ବ୍ୟାଙ୍କର ସବୁଠୁ ବଡ଼ ଅଂଶଧନ (୨୬.୬% ଭୋଟିଂ ରାଇଟ୍ସ) ଚାଇନାର ହୋଇଥିବାବେଳେ ଭାରତର ଶେୟାର ୭.୬%। ଏଆଇଆଇବି ପକ୍ଷରୁ ଭାରତକୁ ଦିଆଯାଇଥିବା ଋଣ ଭାରତୀୟ ଇନ୍‌ଫ୍ରା ମାର୍କେଟରେ ଚାଇନା ଫାର୍ମଗୁଡ଼ିକର ପ୍ରବେଶ ପାଇଁ ପଥ ପ୍ରଶସ୍ତ କରିପାରେ।

ଓବିଓଆର୍‌ ଯୋଗୁ ପ୍ରଭାବିତ
ଭାରତର ଅଧିକାଂଶ ପଡ଼ୋଶୀ ଚାଇନାର ୮ ଟ୍ରିଲିୟନ୍‌ ଡଲାର ବ୍ୟୟରେ ନିର୍ମାଣାଧୀନ ଓ୍ବାନ୍‌ ବେଲ୍ଟ ଓ୍ବାନ୍‌ ରୋଡ୍‌ (ଓବିଓଆର୍‌) ଋଣଜାଲରେ ଛନ୍ଦି ହୋଇଯାଇଛନ୍ତି। ଏସିଆ, ଆଫ୍ରିକା ଓ ୟୁରୋପ ମଧ୍ୟରେ ସଂଯୋଗୀକରଣ ପାଇଁ ଉଦ୍ଦିଷ୍ଟ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗଙ୍କ ମାନସ ସନ୍ତାନ ଓବିଓଆର୍‌ ସହ ପାକିସ୍ତାନ, ବାଂଲାଦେଶ ଓ ନେପାଳ ସମେତ ଅନେକ ରାଷ୍ଟ୍ର ଯୋଡ଼ିହୋଇ ସାରିଲେଣି। ଏହି ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପ ଅଧୀନରେ ଆସୁଥିବା ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ପାକ୍‌-ଅଧିକୃତ କଶ୍ମୀର (ପିଓକେ) ଦେଇ ଗତିଶୀଳ ହୋଇଥିବାରୁ ଏହାଦ୍ୱାରା ଭାରତ ପ୍ରଭାବିତ ହୋଇଛି। ଉକ୍ତ ପ୍ରକଳ୍ପକୁ ଭାରତ ନିଜର ସାର୍ବଭୌମତ୍ୱ ଓ ଅଖଣ୍ଡତା ପ୍ରତି ବିପଦ ଦର୍ଶାଇ ବିରୋଧ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

କ’ଣ କହୁଛି JFK ଫାଇଲ୍‌? ଆମେରିକାର ପୂର୍ବତନ ରାଷ୍ଟ୍ରପତି କେନେଡିଙ୍କ ହତ୍ୟା ନେଇ ହେଲା ବଡ଼ ଧରଣର  ଖୁଲାସା

ଓ୍ବାଶିଂଟନ,୧୯।୩: ୧୯୬୩ରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜନ ଏଫ୍‌. କେନେଡିଙ୍କୁ ଗୁଳି କରି ହତ୍ୟା ସହିତ ଜଡିତ ଗୋପନୀୟ ଦଲିଲର ୮୦,୦୦୦ ଫାଇଲ୍‌କୁ ମଙ୍ଗଳବାର ସନ୍ଧ୍ୟାରେ...

‘ଟ୍ରମ୍ପକୁ କଲେ ଅପମାନ’, ଫୋନ କଲରେ ଆସିବାକୁ ଏକ ଘଣ୍ଟା ଅପେକ୍ଷା କରାଇଲେ ପୁଟିନ

ମସ୍କୋ,୧୯।୩: ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଫୋନ ମାଧ୍ୟମରେ ଆଲୋଚନା କରି ରୁଷିଆ-ୟୁକ୍ରେନ ଯୁଦ୍ଧ ଶେଷ କରିବା...

ସୁନୀତା ଓ୍ବିଲିୟମ୍ସଙ୍କ ସ୍ବାମୀ କିଏ? ଜାଣନ୍ତୁ କେମିତି ଆରମ୍ଭ ହୋଇଥିଲା ତାଙ୍କ ଲଭ ଷ୍ଟୋରୀ

ଓ୍ବାଶିଂଟନ,୧୯।୩: ୨୮୬ ଦିନର ମହାକାଶ ଅଭିଯାନ ପରେ ଶେଷରେ ପୃଥିବୀକୁ ଫେରିଛନ୍ତି ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ। ନାସାର ମହାକାଶଚାରୀ ବୁଚ ୱିଲମୋର୍‌,...

ମହାକୁମ୍ଭର ଫଟୋ ମାଗିଥିଲେ ସୁନୀତା, କେଉଁ ଭଗବାନଙ୍କ ମୂର୍ତ୍ତି ନେଇ ସ୍ପେସ ଷ୍ଟେଶନ ଯାଇଥିଲେ ଜାଣନ୍ତୁ…

ଓ୍ବାଶିଂଟନ,୧୯।୩: ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଦୀର୍ଘ ୯ମାସ ପରେ ଶେଷରେ ପୃଥିବୀକୁ ଫେରି ଆସିଛନ୍ତି। ଦୀର୍ଘ ସମୟ ଧରି ମହାକାଶ ଷ୍ଟେଶନରେ ରହିବା ପରେ...

ଅବସର ପରେ ସୁନୀତାଙ୍କୁ କେତେ ମିଳିବ ପେନଶନ, ଜାଣନ୍ତୁ ମହାକାଶଚାରୀଙ୍କୁ ମିଳେ ଏତେ ସୁବିଧା

ନୂଆଦିଲ୍ଲୀ,୧୯।୩: ଗତ ବର୍ଷ ଜୁନ ମାସରେ, ନାସା ସୁନୀତା ୱିଲିୟମ୍ସ ଏବଂ ବୁଚ ୱିଲମୋରଙ୍କୁ ଆଠ ଦିନିଆ ମିଶନରେ ମହାକାଶ ଷ୍ଟେସନ ISS କୁ ପଠାଇଥିଲା।...

Sunita Williams: କେବେ ଭାରତ ଆସିବେ ସୁନିତା? ପୂରା ପ୍ଲାନ କହିଲେ ଭଉଣୀ

ଓ୍ବାଶିଂଟନ,୧୯।୩: ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ସୁନିତା ୱିଲିୟମ୍ସ ବୁଧବାର ସକାଳେ (ମାର୍ଚ୍ଚ ୧୯) ପୃଥିବୀକୁ ଫେରି ଆସିଛନ୍ତି। ୯ ମାସ ୧୪ ଦିନ ବିତାଇବା...

ସୁନୀତାଙ୍କ ପରି କ୍ରୁ ମେମ୍ବରଙ୍କ ପାଇଁ କେତେ ଟଙ୍କା ଖର୍ଚ୍ଚ କରେ NASA, ଖାଇବା ପିଇବା ଖର୍ଚ୍ଚ ଜାଣିଲେ…

ନୂଆଦିଲ୍ଲୀ,୧୯।୩: ସୁନୀତା ୱିଲିୟମ୍ସ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ 314 ଦିନ ପରେ ସୁରକ୍ଷିତ ଭାବରେ ପୃଥିବୀକୁ ଫେରି ଆସିଛନ୍ତି। ବୁଧବାର ଭୋର 3.26 ସମୟରେ, ତାଙ୍କର...

୯ ମାସ ଧରି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ କ’ଣ କରୁଥିଲେ ସୁନିତା? ନାସା କହିଲା…

ଓ୍ବାଶିଂଟନ,୧୯।୩: ନାସାର ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ ୱିଲମୋର ଶେଷରେ ୯ମାସ ପରେ ପୃଥିବୀକୁ ଫେରି ଆସିଛନ୍ତି। ଉଭୟ ମହାକାଶଚାରୀ ବୁଧବାର (୧୯ ମାର୍ଚ୍ଚ)...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image