Categories: ଫୁରସତ

ସ୍ବେଚ୍ଛାସେବା ଦ୍ୱାରା ବିଶ୍ୱର ବିକାଶ

ଅର୍ଥନୈତିକ ଏବଂ ସାମାଜିକ ବିକାଶ ପାଇଁ ଅନ୍ତର୍ଜାତୀୟ ସ୍ବେଚ୍ଛାସେବୀ ଦିବସ ପ୍ରତିବର୍ଷ ୫ ଡିସେମ୍ବରରେ ପାଳନ କରାଯାଏ। ୧୯୮୫ ମସିହାରେ ମିଳିତ ଜାତିସଂଘ ସାଧାରଣ ସଭା ଦ୍ୱାରା ଏହି ଦିବସ ପାଳନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସ୍ବେଚ୍ଛାସେବୀ ସଂଗଠନ ଏବଂ ବ୍ୟକ୍ତିଗତ ସ୍ବେଚ୍ଛାସେବୀମାନଙ୍କ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଏହା ଏକ ସୁଯୋଗ ପ୍ରଦାନ କରିଥାଏ। ସ୍ବେଚ୍ଛାସେବୀ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ତଥା ଏହି ଉଦ୍ୟମକୁ ସମର୍ଥନ କରିବା ନେଇ ଉକ୍ତ ଦିବସ ଅବସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଇଥାଏ।
ଜାତିସଂଘର ସ୍ବେଚ୍ଛାସେବୀ (ୟୁଏନ୍‌ଭି) କାର୍ଯ୍ୟକ୍ରମ ଦ୍ୱାରା ଅନ୍ତର୍ଜାତୀୟ ସ୍ବେଚ୍ଛାସେବୀ ଦିବସ ପାଳନ ପାଇଁ ସାଧାରଣ ସଭା ଦ୍ୱାରା ୧୭ ଡିସେମ୍ବର ୧୯୮୫ ରେ ରିଜୋଲ୍ୟୁଶନ ଏ/ଆର୍‌ଇଏସ୍‌/୪୦/୨୧୨ ମାଧ୍ୟମରେ ଗ୍ରହଣ କରାଯାଇଥିଲା।
ବିକାଶଶୀଳ ଅଭିଜ୍ଞତା ଏବଂ ସୁପାରିସକ୍ରମେ ମିଳିତ ଜାତିସଂଘର ସ୍ବେଚ୍ଛାସେବୀ (ୟୁଏନ୍‌ଭି) କାର୍ଯ୍ୟକ୍ରମ ଏକ ୫ବର୍ଷର ଅନ୍ତର୍ଜାତୀୟ ସ୍ବେଚ୍ଛାସେବୀ ଦିବସ ରଣନୀତିର ନେତୃତ୍ୱ ନେଇଥିଲା ଏବଂ ଏହାକୁ ବିଶ୍ୱସ୍ତରରେ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଥିଲା ପ୍ରତିବର୍ଷ ଏହି ଦିବସ ଏକ ବାର୍ତ୍ତା ବହନ କରିଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ହେଉଛି, ସଭିଏଁ ଚାହିଁଲେ ଏହା ଏକ ସାମୂହିକ କାର୍ଯ୍ୟର ଶକ୍ତିର ଉତ୍ସ ହୋଇପାରିବ। ଯଦି ସମସ୍ତେ ସ୍ବେଚ୍ଛାସେବୀ ହେବେ, ତେବେ ବିଶ୍ୱ ଏକ ଜୀବନ ଧାରଣରେ ଭଲ ସ୍ଥାନ ହୋଇପାରିବ। ଏହା ଦ୍ୱାରା ସମଗ୍ର ବିଶ୍ୱର ବିକାଶ ସମ୍ଭବ ହେବ।

Share