ପାହାଡ଼ ଶୀର୍ଷକୁ ଚଢ଼ିପାରୁନି ବିକାଶ

ଭୁବନେଶ୍ୱର,୭।୫(ବ୍ୟୁରୋ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଚାକିରି କରୁଥିବା ସମସ୍ତ ସରକାରୀ ବିଦ୍ୟାଳୟର ଶିକ୍ଷୟିତ୍ରୀଶିକ୍ଷକଙ୍କ ପାଇଁ ରହିଥିବା ଛୁଟି ବ୍ୟବସ୍ଥାକୁ ନେଇ ଅସନ୍ତୋଷ ଲାଗି ରହିଛି। ବିଶେଷକରି ଛୁଟି ଦିନରେ କାର୍ଯ୍ୟ କରିବାକୁ ବିରୋଧ କରି ଶିକ୍ଷକମାନେ ବିଭିନ୍ନ ସମୟରେ ଆନ୍ଦୋଳନକୁ ଓହ୍ଲାଉଛନ୍ତି। ସରକାର ଶିକ୍ଷକଙ୍କ ଅଧିକାରକୁ ଛଡାଇ ନେଉଥିବାରୁ ସେମାନେ ଆଇନର ଆଶ୍ରୟ ନେବେ ବୋଲି ନୂତନ ପେନସନ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ ଚେତାବନୀ ଦେଇଛି। ସଂଘ ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ କହିଛନ୍ତି, ସରକାରୀ କର୍ମଚାରୀଙ୍କ ଛୁଟି ନିର୍ଦ୍ଧାରଣ କରାଯାଇଛି। ବିଭିନ୍ନ ବିଭାଗ କର୍ମଚାରୀଙ୍କ ଛୁଟି ନିମନ୍ତେ ବାର୍ଷିକ କ୍ୟାଲେଣ୍ଡର ପ୍ରସ୍ତୁତ କରୁଛନ୍ତି। ଏହି ଆଧାରରେ ସମସ୍ତ ସରକାରୀ କର୍ମଚାରୀଙ୍କୁ ପ୍ରାୟତଃ ସମାନ ଛୁଟି ମିଳିଥାଏ। ମାତ୍ର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଚାକିରି କରୁଥିବା ଶିକ୍ଷୟିତ୍ରୀଶିକ୍ଷକ ସେମାନଙ୍କ ଛୁଟି ଅଧିକାରରୁ ସବୁବେଳେ ବଞ୍ଚତ୍ତ ହେଉଛନ୍ତି। ଛୁଟି ଦିନରେ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଅବକାଶକାଳୀନ ଶିକ୍ଷା ଦେବାଠାରୁ ଆରମ୍ଭ କରି ଆଇରନ ବଟିକା ବାଣ୍ଟିବା, ବହି ବାଣ୍ଟିବା, ବିଭିନ୍ନ ପ୍ରକାର ସର୍ଭେ, ଟ୍ରେନିଂ ଆଦି ବିଭିନ୍ନ କାର୍ଯ୍ୟ କରିବାକୁ ପଡୁଛି। ଛୁଟିରେ ବିଭିନ୍ନ କାର୍ଯ୍ୟଭାର ଲଦିଦେଇ ସରକାର ମାନବିକ ଅଧିକାର ଆଇନକୁ ଉଲ୍ଲଂଘନ କରୁଛନ୍ତି। ଯଦି ଜିଲାର ଶିକ୍ଷାଧିକାରୀମାନେ ଏଥିରୁ ନିବୃତ୍ତ ନ ହୁଅନ୍ତି, ତେବେ ସଂଘ ଆଇନ ଓ ମାନବାଧିକାର କମିଶନରଙ୍କ ଆଶ୍ରୟ ନେବ ବୋଲି ସଭାପତି ପ୍ରଧାନ ଚେତାବନୀ ଦେଇଛନ୍ତି। ସଂଘର ଅଭିଯୋଗ ଅନୁସାରେ, ଗଣଶିକ୍ଷା ବିଭାଗ ଶିକ୍ଷକମାନଙ୍କୁ ୮୨ଦିନ ଛୁଟି ପ୍ରଦାନ କରିଛି। ଖରା ଛୁଟି ୩୮, ପାଳନ ହେଉଥିବା ୮ଟି ଦିବସ ଓ ଅବଶିଷ୍ଟ ସାପ୍ତାହିକ ଛୁଟି (ରବିବାର) ରହିଛି। ତେବେ ରବିବାରରେ ବିଭିନ୍ନ ପରୀକ୍ଷା ଅନୁଷ୍ଠିତ ହେଉଥିବାବେଳେ ଶିକ୍ଷୟିତ୍ରୀଶିକ୍ଷକଙ୍କ ଛୁଟି ବାତିଲ କରାଯାଉଛି। ସେହିପରି ଖରା ଛୁଟିରେ ମଧ୍ୟ ଶିକ୍ଷୟିତ୍ରୀଶିକ୍ଷକ ରୋଷ୍ଟର ଡ୍ୟୁଟି କରୁଛନ୍ତି। ବର୍ତ୍ତମାନ ମେ ୫ରୁ ଖରାଛୁଟି ହେବା ସତ୍ତ୍ୱେ କିଛି ଜିଲାର ଜିଲା ଶିକ୍ଷା ଅଧିକାରୀ ଫିଜିକାଲ ରିମେଡିଆଲ କ୍ଲାସ୍‌ କରିବାକୁ ଚିଠି କରିଛନ୍ତି। ସେହିପରି କିଛି ଜିଲାର ଶିକ୍ଷାଧିକାରୀ ବିଭିନ୍ନ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ ଓ ଭର୍ଚୁଆଲ୍‌ରେ ଶିକ୍ଷୟିତ୍ରୀଶିକ୍ଷକଙ୍କୁ କାର୍ଯ୍ୟ କରିବାକୁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି। କୌଣସି ଶିକ୍ଷୟିତ୍ରୀଶିକ୍ଷକ ହେଡ୍‌କ୍ୱାର୍ଟର ଛାଡିପାରିବେ ନାହିଁ ବୋଲି ନିଦ୍ଦେର୍ର୍ଶ ଦିଆଯାଇଛି। ଏନେଇ ସଂଘ ସମ୍ପାଦକ ଅମରେନ୍ଦ୍ର ସ୍ବାଇଁ, ମହାସଚିବ ବିଶ୍ୱଜିତ ବିଶ୍ୱାଳ, କୋଷାଧ୍ୟକ୍ଷ ପଞ୍ଚାନନ ଜେନା, ମିଡିଆ ସମ୍ପାଦକ ଚନ୍ଦ୍ରକାନ୍ତ ପଣ୍ଡା ଏବଂ ଆବାହକ ନିରୋଦ ରଥ ପ୍ରମୁଖ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଡିଓ ଭାଇରାଲ କରି ଧ୍ୟାନ ହଟାଇବାକୁ ଉଦ୍ୟମ

ଭୁବନେଶ୍ୱର, ୨୨।୯(ସୁନିତ୍‌ ମିଶ୍ର): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ନେଇ ଓଡ଼ିଶା ପୋଲିସ ସମେତ...

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri