ଧାରଣାରେ ବସିଥିବା ଅଙ୍ଗନଓ୍ବାଡି କର୍ମୀଙ୍କୁ ଭେଟିଲେ ସ୍ବତନ୍ତ୍ର ବିକାଶ ପରିଷଦ ଉପଦେଷ୍ଟା

ଚିତ୍ରକୋଣ୍ଡା,୧୪ା୧୨(ଡି.ଏନ୍‌.ଏ.): ସ୍ବତନ୍ତ୍ର ବିକାଶ ପରିଷଦ ରାଜ୍ୟ ଉପଦେଷ୍ଟା ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ କରି ପ୍ରଦୀପ ମାଝି ବୁଧବାର ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଗସ୍ତ କରିଥିଲେ। ଆଜି ଏହି ଗସ୍ତ ସମୟରେ ଚିତ୍ରକୋଣ୍ଡା ମୁଖ୍ୟ ରାସ୍ତାର ଏଚ୍‌ଡିଏଫ୍‌ସି ବ୍ୟାଙ୍କ ନିକଟସ୍ଥ ଅଙ୍ଗନଓ୍ବାଡି କାର୍ଯ୍ୟାଳୟଠାରେ ଧାରଣାରେ ବସିଥିବା ଅଙ୍ଗନଓ୍ବାଡି କର୍ମୀଙ୍କୁ ଭେଟିଥିଲେ। ଏହି ସମୟରେ ଅଙ୍ଗନଓ୍ବାଡ଼ି କର୍ମୀ ନିଜ ଦାବି ପ୍ରଦୀପଙ୍କୁ ଜଣାଇଥିଲେ। ତେବେ ୪/୫ଟି ଦାବିକୁ ସରକାର ତୁରନ୍ତ ମାନି ନେବାକୁ କହିଥିଲେ। ଦୀର୍ଘ ଦିନ ହେବ ନିଜର ନ୍ୟାଯ୍ୟ ଦାବି ପାଇଁ ଖରା, କାକରରେ ପିଲା ଛୁଆଙ୍କୁ ଛାଡ଼ି ରାସ୍ତା କଡରେ ପଡ଼ି ରହିଛନ୍ତି କିନ୍ତୁ ସରକାର ସେମାନଙ୍କ ଦାବିକୁ କର୍ଣ୍ଣପାତ କରୁନାହାନ୍ତି। ଦାବି ପୂରଣ ନ ହେବା ଯାଏ ଏହି ରାସ୍ତା କଡ଼ରେ ପଡ଼ି ରହିଥିବୁ ବୋଲି କହିଥିଲେ। ବିଭିନ୍ନ ପ୍ରକାର ସରକାରୀ ବିରୋଧୀ ସ୍ଲୋଗାନ ଦେବା ସହ  ଭୋଟ୍‌ ବେଳେ ଉଚିତ ଜବାବ ଦେବୁ ବୋଲି ଚେତାବନୀ ଦେଇଥିଲେ। ସମସ୍ତ ଦାବି ବିଷୟରେ ସରକାର ଅବଗତ ଅଛନ୍ତି ଓ ଏହା ଉପରେ ସରକାର ତର୍ଜମା କରୁଛନ୍ତି। ତୁରନ୍ତ ଏହା ଉପରେ ସଠିକ୍‌ ନିଷ୍ପତ୍ତି ନିଆଯିବ ବୋଲି ପ୍ରଦୀପ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ପ୍ରଭାବରେ ବର୍ଷା: ଲିଭିଲା ଜଙ୍ଗଲ ନିଆଁ

ମାଲକାନଗିରି,୧୧।୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାର ବିଭିନ୍ନ ଅଞ୍ଚଳରେ ଗୁରୁବାର କକାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ବନାଞ୍ଚଳରେ ଜଙ୍ଗଲରେ ଲାଗିଥିବା ନିଆଁ ଲିଭିଯାଇଛି...

କାର୍ଯ୍ୟକଳାପରେ ଅସନ୍ତୋଷ: ପଡ଼ିଆ ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା

ମାଲକାନଗିରି,୫।୪ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପଡିଆ ବ୍ଲକରେ ଦୀର୍ଘ ଦିନ ଧରି ବ୍ଲକ୍‌ ଅଧ୍ୟକ୍ଷାଙ୍କ ବିରୋଧରେ ସମିତି ସଭ୍ୟଙ୍କ ବିକ୍ଷୋଭ ଚାଲିଥିବା ବେଳେ ଶୁକ୍ରବାର...

ପୋଲିସ ସହ ଗୁଳି ବିନିମୟରେ ମହିଳା ମାଓବାଦୀ ମୃତ

ମାଲକାନଗିରି,୩୧ା୩(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ଦାନ୍ତଓ୍ବୋଡା ଓ ବିଜାପୁର ଜିଲା ସୀମାନ୍ତରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ମହିଳା ମାଓବାଦୀଙ୍କ...

ସୁକ୍‌ମା ଏନ୍‌କାଉଣ୍ଟର: ୧୮ ମାଓବାଦୀ ନିହତ

ମାଲକାନଗିରି, ୩୦ା୩(ଦୁର୍ଯ୍ୟୋଧନ ପାତ୍ର), ସୁକମା (ପି.ଟି.):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକ୍‌ମା ଜିଲା ଅଧୀନ କେରାଲପାଲ ଜଙ୍ଗଲରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଶନିବାର...

ବିଧାନସଭା ଘେରିଲେ ରାଜ୍ୟ ରଙ୍ଗତୂଳୀ କଳାକାର

ମାଲକାନଗିରି,୨୯ା୩: ଅଲ୍‌ ଓଡିଶା ପେଣ୍ଟିଂ ଆର୍ଟିଷ୍ଟ ଓ୍ବାର୍କର୍ସ ଆସୋସିଏଶନ ପକ୍ଷରୁ ୧୦ ଦଫା ଦାବି ନେଇ ରଜ୍ୟର ରଙ୍ଗତୂଳୀ କଳାକାରଙ୍କ ଏକ ବିରାଟ ଶୋଭାଯାତ୍ରା ରାଜମହଲ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ୧୬ ମାଓବାଦୀ ନିହତ

ମାଲକାନଗିରି,୨୯ା୩(ଦୁର୍ଯ୍ୟୋଧନ ପାତ୍ର): ଜିଲା ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ବର୍ତ୍ତମାନ ସୁଦ୍ଧା ୧୬ଜଣ ମାଓବାଦୀଙ୍କ ମୃତଦେହ...

୨ ଯାଆଙ୍କ ମଧ୍ୟରେ ଝଗଡ଼ା: ପାଣିରେ ପଡ଼ି ଜଣଙ୍କର ଚାଲିଗଲା ଜୀବନ

ଏମ୍‌ଭି,୭୯, ୨୭ା୯(ଭିକି ବାରିକ): ଦୁଇ ଯାଆଙ୍କ ମଧ୍ୟରେ ଝଗଡ଼ା ହୋଇ ଠେଲାପେଲା ହେବାରୁ ଦୁହେଁ ଜମିଥିବା ପାଣିରେ ପଡ଼ିଯାଇଥିଲେ। ପାଣିରେ ବୁଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା...

ରାସ୍ତାରେ ଆଇଇଡି ଖଞ୍ଜିଥିଲେ ମାଓବାଦୀ, ଯବାନଙ୍କ ପିକ୍‌ଅପ୍‌ ଯିବା ସମୟରେ…

ମାଲକାନଗିରି,୨୪ା୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଓ ଭୋପାଳପାଟନମ୍‌ ଜାତୀୟ ରାଜପଥରେ ମାଓବାଦୀମାନେ ଏକ ବଡ଼ଧରଣର ବିସ୍ଫୋରଣ ଘଟାଇଛନ୍ତି। ବିଜାପୁର ଗୋର୍ଲା ନାଲା ନିକଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image