କାର୍ଯ୍ୟକାରୀ ହେଉନି ଉନ୍ନୟନ ବିଭାଗ ନିୟମ

ରାଉରକେଲା,୩୧ା୮(ବିପ୍ଳବ ରଞ୍ଜନ ଦାଶ)ଆର୍‌ଡିଏ ପକ୍ଷରୁ ଛେଣ୍ଡ୍‌ ଅଞ୍ଚଳସ୍ଥିତ ଆର୍‌ଡିଏ କଲୋନୀଠାରେ ୫ହଜାରରୁ ଊର୍ଦ୍ଧ୍ୱ ରହିବା ପାଇଁ ଗୃହ ଓ ବାଣିଜ୍ୟ ବ୍ୟବସାୟ ନିମେନ୍ତ ଦୋକାନ ଗୃହ ଆବଣ୍ଟିତ ହୋଇଛି। ଗୃହ ଓ ଦୋକାନ ପରିଚାଳନା ପାଇଁ ସ୍ବତନ୍ତ୍ର ନିୟମ ଉନ୍ନୟନ ବିଭାଗ ପକ୍ଷରୁ ପ୍ରଣୟନ ହୋଇଛି। ବାସଗୃହରେ କୌଣସି ବ୍ୟକ୍ତି ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିପାରିବେ ନାହିଁ। ଏଥିରେ ବ୍ୟତିକ୍ରମ ହେଲେ ଗୃହଧାରୀଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଧାର୍ଯ୍ୟ ହୋଇଛି। ସେହିଭଳି ଦୋକାନ ଗୃହକୁ ଅନ୍ୟ କୌଣସି କାମରେ ଉପଯୋଗ କରିପାରିବେ ନାହିଁ। ନଚେତ ଦଣ୍ଡିତ ହେବା ଦର୍ଶାଯାଇଛି। ହେଲେ ନିୟମର ଖୁଲମ୍‌ଖୁଲା ଉଲ୍ଲଂଘନ ହେଉଛି। ଅନ୍ୟପଟେ ବିଭାଗ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କେବଳ ମାମଲା ପରେ ମାମଲା ଦାଏର କରିଚାଲିଛି। କିନ୍ତୁ କୌଣସି ସୁଫଳ ମିଳୁପାରୁନାହିଁ, ଯାହାର ଜ୍ୱଳନ୍ତ ଉଦାହରଣ ଆର୍‌ଡିଏ କଲୋନୀଠାରୁ ହନୁମାନ ମନ୍ଦିର ରାସ୍ତା ପାର୍ଶ୍ୱବର୍ତ୍ତୀ ଆବଣ୍ଟିତ ଗୃହରେ ଚାଲିଥିବା ଦୋକାନମାନ ଦେଖିଲେ ସ୍ପଷ୍ଟ ଜଣାପଡ଼ୁଛି। ଆବଣ୍ଟିତ କରାଯାଇଥିବା ଗୃହଗୁଡିକରେ ଅଧିକାଂଶ ଲୋକ ବେଧଡ଼କଭାବେ ଦୋକାନ ଖୋଲି ବ୍ୟବସାୟ କରୁଛନ୍ତି। ଫଳରେ ଏହି ରାସ୍ତାରେ ବିଭିନ୍ନ ସମୟରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ଏଥିସହ ଟିକସ ପ୍ରଦାନକାରୀ ଦୋକାନୀଙ୍କ ବ୍ୟବସାୟରେ ମଧ୍ୟ ପ୍ରଭାବ ପକାଉଥିବା ଅଭିଯୋଗ ହେଉଛି । ଇତିମଧ୍ୟରେ ବିଭାଗ ପକ୍ଷରୁ ୨୫ଶହ ମାମଲା ରୁଜୁ ହୋଇଥିବା ବେଳେ ସମସ୍ତ ମାମଲା ସ୍ଥଗିତ ରହିଛି। ତୁରନ୍ତ ସମସ୍ୟାର ସମାଧାନ ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ଏନେଇ ଆର୍‌ଡିଏ କଲୋନୀ ବାସିନ୍ଦା ପଞ୍ଚାନନ ମହାପାତ୍ର କହିଛନ୍ତି, ଆର୍‌ଡିଏ କଲୋନୀଠାରେ ୫ହଜାରରୁ ଊର୍ଦ୍ଧ୍ୱ ଗୃହ ଆବଣ୍ଟିତ ହୋଇଛି। ଏଥିପାଇଁ ସ୍ବତନ୍ତ୍ର ନିୟମ ମଧ୍ୟ ବିଭାଗ ଜାରି କରିଛି। ମାତ୍ର ତାହା ପାଳନ ହେଉନାହିଁ। ମୁଖ୍ୟରାସ୍ତା ପାର୍ଶ୍ୱରେ ୨-୩ଟା ଲେଖାଏଁ ଦୋକାନ ଖୋଲି ନିଜେ ଉପର ମହଲାରେ ରହୁଛନ୍ତି। ଫଳରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି ବୋଲି ସେ କହିଛନ୍ତି। ଏନେଇ ରାଉରକେଲା ଆର୍‌ଡିଏ ପ୍ଲାନିଂ ବିଭାଗୀୟ ଅଧିକାରୀ ସାବିତ୍ରୀ ମହାନ୍ତିଙ୍କୁ ପଚାରିବାରୁ, ଆର୍‌ଡିଏ ତରଫରୁ ଆବଣ୍ଟିତ ଗୃହ ଓ ଦୋକାନ ନିମନ୍ତେ ସ୍ବତନ୍ତ୍ର ନିୟମ ରହିଛି। ଗୃହରେ କୌଣସି ଦୋକାନ ଖୋଲାଯାଇ ପାରିବ ନାହିଁ। ମାତ୍ର ବାରମ୍ବାର ନିୟମ ଅମାନ୍ୟ ହେଉଛି। ବିଭାଗ ତରଫରୁ ଅମାନ୍ୟକାରୀଙ୍କ ବିରୋଧରେ ମାମଲା ମଧ୍ୟ ହେଉଛି। ହେଲେ ମାମଲାଗୁଡ଼ିକ ସ୍ଥଗିତ ରହିଯାଉଥିବା କାରଣରୁ କୌଣସି ପ୍ରକାର ବିହିତ ପଦକ୍ଷେପ ନିଆଯାଇପାରୁନାହିଁ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ସେଲିବ୍ରିଟିଙ୍କୁ ମହାକାଶ ପଠାଇଲା ବ୍ଲୁ ଅରିଜିନ୍‌

ଓ୍ବାଶିଂଟନ,୧୪।୪:ପପ୍‌ ଗାୟିକା କେଟି ପେରୀ ଏବଂ ଆମେରିକୀୟ ଟିଭି ବ୍ୟକ୍ତିତ୍ୱ ଗେଲେ କିଙ୍ଗ୍‌ଙ୍କ ସମେତ ୬ ମହିଳା ସେଲିବ୍ରିଟିଙ୍କୁ ନେଇ ଜେଫ୍‌ ବେଜୋସ୍‌ଙ୍କ ବ୍ଲ୍ୟୁ ଅରିଜିନ୍‌ର...

ଜେନେଭାରେ ନିଲାମ ହେବ ଭାରତର ଦୁର୍ଲଭ ହୀରା

ଜେନେଭା, ୧୪।୪:ଭାରତର ରାଜକୀୟ ଐତିହ୍ୟକୁ ଦର୍ଶାଉଥିବା ବିରଳ ‘ଦି ଗୋଲକୋଣ୍ଡା ବ୍ଲ୍ୟୁ’ ହୀରାର ନିଲାମ ହେବାକୁ ଯାଉଛି। ଆସନ୍ତା ମେ ୧୪ରେ ସୁଇଜରଲାଣ୍ଡର ଜେନେଭାସ୍ଥିତ ‘କ୍ରିଷ୍ଟିଜ୍‌...

ସ୍କୁଟି ବାଇକ୍‌ ଧକ୍କାରେ ଜଣେ ମୃତ, ୩ ଗୁରୁତର

ଆସିକା, ୧୪ା୪ (ସୁରେନ୍ଦ୍ର ନାଥ ସାହୁ): ଆସିକା-ଭଞ୍ଜନଗର ମୁଖ୍ୟ ରାସ୍ତାର ଆସିକା ଥାନା ଅନ୍ତର୍ଗତ ବାଲିସିରା ଛକ ନିକଟରେ ସୋମବାର ଅପରାହ୍ନରେ ଏକ ସ୍କୁଟି ସହ...

୪୮ ହଜାର ଟଙ୍କାରୁ ଅଧିକ ବିଦ୍ୟୁତ ବିଲ ଆସୁଥିଲେ କଟିଯିବ ପେନସନ

ଜୟପୁର,୧୪।୪: ରାଜସ୍ଥାନ ସରକାର ଏକ ବଡ଼ ଏବଂ ବହୁଚର୍ଚ୍ଚିତ ନିଷ୍ପତ୍ତି ନେବାକୁ ଯାଉଛନ୍ତି, ଯାହା ଦ୍ୱାରା ହଜାର ହଜାର ପେନସନଭୋଗୀଙ୍କ ନିଦ ହଜାଇପାରେ। ଏବେ ବାର୍ଷିକ...

ଭାଜପା ପକ୍ଷରୁ ସମ୍ବିଧାନ ପ୍ରଣେତାଙ୍କ ଜୟନ୍ତୀ

ପାଟଣା,୧୪ା୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଭାଜପା ତରଫରୁ ବ୍ଲକ୍‌ସ୍ତରୀୟ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକର ଜୟନ୍ତୀ ଡୁମୁରିଆ ପଞ୍ଚାୟତ ନୂଆଗାଁରେ...

ବିଭିନ୍ନ ସ୍ଥାନରେ ହନୁମାନ ଜୟନ୍ତୀ

ପାଟଣା,୧୪ା୪(ବୀର କିଶୋର ଦାଶ): ମହା ବିଷୁବ ସଂକ୍ରାନ୍ତି, ଶ୍ରୀ ହନୁମାନ ଜୟନ୍ତୀ ଓ ଓଡ଼ିଆ ନବବର୍ଷ ସକାଶେ ସୋମବାର କେନ୍ଦୁଝର ଜିଲା ପାଟଣା ଅଞ୍ଚଳର ହନୁମାନ...

ନିଆରା ଢଙ୍ଗରେ ଓଡ଼ିଆ ନବବର୍ଷ ପାଳିତ

ନୂଆପଡ଼ା,୧୪ା୪ (ମକାରୁ ବେମାଲ) ଓଡ଼ିଆ ପକ୍ଷ ପାଳନର ସୋମବାର ଶେଷ ଦିନରେ ନୂଆପଡା ଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସୋମବାର ନିଆରା ଢଙ୍ଗରେ ଓଡ଼ିଆ ନବବର୍ଷ ପାଳିତ...

ବି. ଆର୍‌. ଆମ୍ବେଡକରଙ୍କ ଜୟନ୍ତୀ ପାଳିତ

ଭଞ୍ଜନଗର,୧୪।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଉନ ହଲରେ ସୋମବାର ସନ୍ଧ୍ୟାରେ ଭାରତ ରତ୍ନ ବାବା ସାହେବ ଡ. ଭୀମରାଓ ଆମ୍ବେଡକରଙ୍କ  ଜୟନ୍ତୀ ପାଳିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image