ବିକାଶ ନିମ୍ନମୁଖୀ

ଡ. ସନ୍ତୋଷ କୁମାର ମହାପାତ୍ର

 

ବର୍ତ୍ତମାନ ଶାସକ ଦଳ ସର୍ବଦା ନୂଆ ନୂଆ ସ୍ଲୋଗାନ୍‌ ଦେଉଛନ୍ତି। ପ୍ରଗତି, ବିକାଶ ହୋଇଛି ବୋଲି ବାରମ୍ବାର କହୁଛନ୍ତି। ଯିଏ କ୍ଷମତାରେ ଥା’ନ୍ତି, ସେମାନେ ନିଜ ସପକ୍ଷରେ କହିବା କିଛି ନୂଆକଥା ନୁହେଁ। କିନ୍ତୁ ବୁଦ୍ଧିଜୀବୀମାନେ ଠିକ୍‌ ତଥ୍ୟ ଲୋକମାନଙ୍କ ନିକଟରେ ପହଞ୍ଚାଇବା ଉଚିତ, ଯାହା ସେମାନେ କରୁନାହାନ୍ତି। ତଥ୍ୟ କହୁଛି ବିକାଶ ନିମ୍ନମୁଖୀ। କେବଳ ଲୋକଙ୍କ ଅର୍ଥରେ ତାଙ୍କ ପାଇଁ ଯୋଜନା କରିଦେଲେ ଲୋକ ଭଲରେ ଅଛନ୍ତି ବୋଲି ଭାବିବା ଭୁଲ୍‌। ଲୋକ ଭଲରେ ନାହାନ୍ତି ବୋଲି ତ ୮୦ କୋଟି ଲୋକଙ୍କୁ ଖାଦ୍ୟଶସ୍ୟ ଯୋଗାଇଦେବାକୁ ପଡୁଛି। ବର୍ତ୍ତମାନ ଲୋକଙ୍କ ଜୀବନର ମାନଦଣ୍ତ ଓ କ୍ରୟଶକ୍ତି ହ୍ରାସ ପାଇଲାବେଳେ ସରକାର ମିଛ ସ୍ବପ୍ନ ଦେଖାଇ ଚାଲିଛନ୍ତି। ଆଜି ଦେଶର ଅବସ୍ଥା, ଅର୍ଥନୀତିର ଅବସ୍ଥା ଭୟଙ୍କର l ଦାରିଦ୍ର୍ୟ, କ୍ଷୁଧା, ବେକାରି, ବୈଷମ୍ୟ ଭୟଙ୍କର। ଉଲ୍ଲେଖଯୋଗ୍ୟ ଯେ ବିଶ୍ୱର ସର୍ବାଧିକ ଭୋକିଲା, ଗରିବ, ବାସହୀନ ଏବଂ ଆଧୁନିକ କ୍ରୀତଦାସ ଭାରତରେ ଅଛନ୍ତି। ମିଳିତ ଜାତିସଂଘର ଉନ୍ନୟନ କାର୍ଯ୍ୟକ୍ରମ (ୟୁଏନ୍‌ଡିପି)ର ବିଶ୍ୱ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ-୨୦୨୧ ଅନୁସାରେ ଭାରତରେ ବହୁମୁଖୀ ଦାରିଦ୍ର୍ୟ ହାର ଜନସଂଖ୍ୟାର ୧୪.୪%। ନୀତି ଆୟୋଗ ଅନୁସାରେ, ଭାରତରେ ୨୦୧୯-୨୧ରେ ବହୁମୁଖୀ ଦାରିଦ୍ର୍ୟହାର ୧୪.୯୬% ବା ୨୦.୭୯ କୋଟିରୁ ଅଧିକ। ୨୦୧୧ ଜନଗଣନା ଅନୁଯାୟୀ ଭାରତରେ ପ୍ରାୟ ୧.୭୭ ନିୟୁତ ବାସହୀନ ଅଛନ୍ତି। ସେଥିମଧ୍ୟରୁ ପ୍ରାୟ ୫୨% ଦେଶର ସହରାଞ୍ଚଳରେ ବାସକରନ୍ତି। ଭାରତରେ ବିଶ୍ୱର ସର୍ବାଧିକ ଆଧୁନିକ କ୍ରୀତଦାସ ଅଛନ୍ତି, ଯାହାର ସଂଖ୍ୟା ୧.୪ କୋଟିରୁ ୧.୮ କୋଟି ହେବ। ନେଦରଲାଣ୍ଡର ଜନସଂଖ୍ୟା ଅପେକ୍ଷା ଭାରତରେ ଆଧୁନିକ କ୍ରୀତଦାସ ଅଧିକ।
ବିକଶିତ ରାଷ୍ଟ୍ର ହେବା ବହୁ ଦୂରର କଥା, ସବୁ ଅନ୍ତର୍ଜାତୀୟ ସୂଚକାଙ୍କରେ ଭାରତ ଅତ୍ୟନ୍ତ ନିମ୍ନରେ ରହିଛି। ମୁଣ୍ଡପିଛା ଆୟଦୃଷ୍ଟିରୁ ଭାରତ ବିଶ୍ୱରେ ୧୪୨ତମ ସ୍ଥାନରେ ରହିଛି, ଅର୍ଥାତ୍‌ ଏହା ୧୪୧ ଦେଶ ତଳେ ଅଛି। ଏପରିକି ବାଂଲାଦେଶ ପଛରେ। ସେହିପରି ମୁଣ୍ଡପିଛା ଆୟ (କ୍ରୟଶକ୍ତି ସମତା)ଦୃଷ୍ଟିରୁ ଭାରତ ବିଶ୍ୱରେ ୧୨୭ତମ ସ୍ଥାନରେ ଅଛି ଅର୍ଥାତ୍‌ ଏହା ୧୨୬ଟି ଦେଶ ତଳେ। ବିଶ୍ୱର କ୍ଷୁଧା ସୂଚକାଙ୍କରେ ୨୦୨୨ ଅନୁସାରେ ୧୨୧ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୧୦୭। ଅର୍ଥାତ୍‌ ୧୦୬ଟି ଦେଶ ତଳେ କ୍ଷୁଧା ସ୍ତର ସାଙ୍ଘାତିକ। ପୁନଶ୍ଚ ସୁସ୍ଥ ଖାଦ୍ୟ ପାଇବାକୁ ଅସମର୍ଥ ଭାରତୀୟଙ୍କ ସଂଖ୍ୟା ବୃଦ୍ଧିପାଉଛି। ଭାରତ ମାନବ ବିକାଶ ସୂଚକାଙ୍କ ୨୦୨୧-୨୨ରେ ୧୯୧ଟି ଦେଶ ମଧ୍ୟରୁ ୧୩୨ତମ ସ୍ଥାନରେ ରହିଛି। ଅର୍ଥାତ୍‌ ୧୩୧ ଦେଶ ତଳେ। ବିଶ୍ୱ ଖୁସି ସୂଚକାଙ୍କରେ ୨୦୨୩ରେ ଭାରତ ୧୪୯ଟି ଦେଶ ମଧ୍ୟରୁ ୧୨୬ତମ ସ୍ଥାନରେ ରହିଛି। ଅର୍ଥାତ୍‌ ୧୨୫ ଦେଶ ତଳେ। ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଇକୋନୋମିକ୍ସ ଆଣ୍ଡ୍‌ ପିସ୍‌ର ବିଶ୍ୱ ଶାନ୍ତି ସୂଚକାଙ୍କ ୨୦୨୩ରେ ୧୬୩ଟି ଦେଶ ମଧ୍ୟରୁ ୧୨୬ତମ ସ୍ଥାନରେ ରହିଛି ଅର୍ଥାତ୍‌ ୧୨୫ଟି ଦେଶ ତଳେ। ଭାରତ ନିମ୍ନ ଶାନ୍ତି ଦେଶ ଭାବେ ସ୍ଥାନିତ ହୋଇଛି।
ସ୍ଥାୟୀ ବିକାଶ ସମାଧାନ ନେଟ୍‌ୱର୍କ (ଏସ୍‌ଡିଏସ୍‌ଏନ୍‌)ର ସ୍ଥାୟୀ ବିକାଶ ସୂଚକାଙ୍କରେ ଏବଂ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ଦିଗରେ ଦେଶର ଅଗ୍ରଗତି ଜଣାପଡ଼ିଥାଏ। ସ୍ଥାୟୀ ବିକାଶ ସୂଚକାଙ୍କ ୨୦୨୨ରେ ୧୬୩ଟି ଦେଶ ମଧ୍ୟରୁ ୧୨୦ତମ ସ୍ଥାନରେ ରହିଛି ଅର୍ଥାତ୍‌ ୧୧୯ଟି ଦେଶ ତଳେ। ୟେଲ୍‌ ଏବଂ କଲମ୍ବିଆ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ପରିବେଶ ପ୍ରଦର୍ଶନ ସୂଚକାଙ୍କରେ ୨୦୨୨ରେ ଭାରତ ୧୮୦ଟି ଦେଶ ମଧ୍ୟରୁ ସର୍ବନିମ୍ନ ୧୮୦ ସ୍ଥାନରେ ରହିଛି। ଲେଗାଟମ ସମୃଦ୍ଧତା ସୂଚକାଙ୍କ ୨୦୨୩ରେ ଭାରତ ୧୬୭ ଦେଶ ମଧ୍ୟରୁ ୧୦୩ତମ ସ୍ଥାନ ହାସଲ କରିଛି। ଅର୍ଥାତ୍‌ ୧୦୨ଟି ଦେଶ ତଳେ ରହିଛି।
ହ୍ୟୁମାନ୍‌ କ୍ୟାପିଟାଲ ଇଣ୍ଡେକ୍ସ (ଏଚ୍‌ସିଏଲ୍‌) ୨୦୨୦ରେ ୧୭୪ଟି ଦେଶ ମଧ୍ୟରେ ଭାରତ ୧୧୬ତମ ସ୍ଥାନରେ ରହିଛି। ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଇକୋନୋମିକ୍ସ ଆଣ୍ଡ ପିସ୍‌ର ବିଶ୍ୱ ଆତଙ୍କବାଦ ସୂଚକାଙ୍କରେ ଭାରତ ୧୩ତମ ସ୍ଥାନରେ ରହିଛି। ଅକ୍ସଫାମ୍‌ ଇଣ୍ଟରନ୍ୟାଶନାଲ ଅସମାନତା ଦୂର କରିବାର ସୂଚକାଙ୍କ (ସିଆର୍‌ଆଇଆଇ) ୨୦୨୦ରେ ୧୨୩ତମ ସ୍ଥାନରେ ଅର୍ଥାତ୍‌ ୧୨୨ ଦେଶ ତଳେ ରହିଛି। ସାମାଜିକ ପ୍ରଗତି ସୂଚକାଙ୍କ ୨୦୨୨ରେ ୧୧୦ତମ ସ୍ଥାନ ବା ୧୦୯ ଦେଶ ତଳେ ରହିଛି। ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ମ୍ୟାନେଜ୍‌ମେଣ୍ଟ ଆଣ୍ଡ ଡେଭେଲପମେଣ୍ଟ(ଆଇଏମ୍‌ଡି)ର ବିଶ୍ୱ ପ୍ରତିଯୋଗିତା ସୂଚକାଙ୍କ ୨୦୨୨ରେ ୩୭ତମ ସ୍ଥାନରେ (୩୬ ଦେଶ ତଳେ) ରହିଛି।
ଭାରତରେ ଅଶାନ୍ତି, ଆତ୍ମହତ୍ୟା, ଅପରାଧ ବୃଦ୍ଧିପାଇଛି। ନ୍ୟାଶନାଲ କ୍ରାଇମ୍‌ ରେକର୍ଡ ବ୍ୟୁରୋ ତଥ୍ୟ ୨୦୨୧ ଅନୁଯାୟୀ, ଆତ୍ମହତ୍ୟା ଦେଶରେ କ୍ରମଶଃ ବୃଦ୍ଧିପାଉଛି। ୨୦୧୭ରେ ଆତ୍ମହତ୍ୟା କରିଥିବା ଲୋକଙ୍କ ସଂଖ୍ୟା ୧,୨୯,୮୮୭ ଥିଲାବେଳେ ୨୦୨୧ରେ ଏହା ୧,୬୫,୦୩୩କୁ ବୃଦ୍ଧିପାଇଛି। ସେହିପରି ଛାତ୍ର ଆତ୍ମହତ୍ୟା ମଧ୍ୟ ଗତ ପାଞ୍ଚବର୍ଷ ହେଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ୨୦୨୦ରେ ଏହା ୧୨,୫୨୬ ଥିଲାବେଳେ ୨୦୨୧ରେ ୧୩,୦୮୯କୁ ବୃଦ୍ଧିପାଇଛି। ସାମ୍ପ୍ରତିକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଭାରତର ଯୁବକମାନଙ୍କ ମଧ୍ୟରେ ଉଦାସୀନତା ବା ଡିପ୍ରେସନ ହାର ୩୧%ରୁ ୫୭% ମଧ୍ୟରେ ରହିଛି । ୟୁନିସେଫ୍‌ ଆହୁରି ମଧ୍ୟ ରିପୋର୍ଟ କରିଛି ଯେ ଭାରତରେ ୧୫ରୁ ୨୪ ବର୍ଷ ବୟସର ସାତଜଣ ଯୁବକ/ଯୁବତୀଙ୍କ ମଧ୍ୟରୁ ଜଣେ ସର୍ବଦା ଉଦାସୀନ ଅନୁଭବ କରନ୍ତି କିମ୍ବା କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରନ୍ତିନାହିଁ। ଅପରପକ୍ଷରେ ଭାରତରେ ଧନୀ ଅଧିକ ଧନୀ ହେଉଛନ୍ତି।
କ୍ରେଡିଟ୍‌ ସୁଇସ୍‌ ଏବଂ ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ସ୍ବିଜରଲାଣ୍ଡ (ୟୁବିଏସ୍‌) ମିଳିତ ଭାବରେ ଏକ ବିସ୍ତୃତ ତଥ୍ୟଭିତ୍ତିକ ବିଶ୍ୱ ସମ୍ପଦ ରିପୋର୍ଟ-୨୦୨୨ ଉନ୍ମୋଚନ କରିଛି। ବିଶେଷତଃ ଯେତେବେଳେ ସମଗ୍ର ବିଶ୍ୱରେ ହାରାହାରି ସମ୍ପଦ ହ୍ରାସ ପାଇଛି, ଭାରତରେ ତାହା ବୃଦ୍ଧି ପାଇଛି। ୨୦୨୨ ମସିହାରେ ଭାରତୀୟଙ୍କ ହାରାହାରି ସମ୍ପଦ ୪.୬% ବା ୬୭୫୫ ବିଲିୟନ ଡଲାର ବୃଦ୍ଧିପାଇ ୧୫.୪ ଟ୍ରିଲିୟନ ଡଲାରରେ ପହଞ୍ଚିଥିଲା। କିନ୍ତୁ ପ୍ରଶ୍ନ ହେଉଛି ଏହି ଯେଉଁ ସମ୍ପଦ ବୃଦ୍ଧି ପାଇଛି ତାହା କାହା ପାଖକୁ ଯାଇଛି। ଆର୍ଥିକ ବୈଷମ୍ୟ ଗିନି କୋଏଫିସିଏଣ୍ଟ ଦ୍ୱାରା ଜଣାପଡ଼ିଥାଏ। ଗିନି କୋଏଫିସିଏଣ୍ଟ ଶୂନ ହେଲେ ଆଦୌ ବୈଷମ୍ୟ ନାହିଁ ଏବଂ ୧୦୦ ହେଲେ ସମ୍ପୂର୍ଣ୍ଣ ବୈଷମ୍ୟ। ୨୦୦୦ ମସିହାରେ ଗିନି କୋଏଫିସିଏଣ୍ଟ ୭୪.୬ ଥିଲା ଏବଂ ୨୦୨୨ରେ ୮୨.୫କୁ ବୃଦ୍ଧିପାଇଛି, ଯାହା ବୈଷମ୍ୟ ବୃଦ୍ଧି ସୂଚାଉଛି। ୨୦୨୨ ମସିହାରେ ଭାରତର ଧନୀ ୧%ଙ୍କ ହାତରେ ୪୦.୪% ସମ୍ପଦ ରହିଛି। ବିଶ୍ୱ ବୈଷମ୍ୟ ରିପୋର୍ଟ ୨୦୨୨ ଅନୁସାରେ, ବୈଷମ୍ୟ ସର୍ବାଧିକସ୍ତରରେ ପହଞ୍ଚିଛି ଏବଂ ଧନୀ ୧୦%ଙ୍କ ହାତରେ ୫୭% ସମ୍ପଦ ରହିଛି । ବ୍ରିଟିଶ ଉପନିବେଶ ଶାସନ ବେଳେ (୧୮୫୮-୧୯୪୭) ହାରାହାରି ୫୦% ଥିଲା। ଏଣୁ ବିକାଶ ଧନୀଙ୍କର ହୋଇଛି।
ମୋ:୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

କୃତ୍ରିମ ପୁଷ୍ଟିସାର ସଂଶ୍ଳେଷଣ ପାଇଁ ନୋବେଲ୍‌

ବର୍ଷ ରସାୟନ ବିଜ୍ଞାନରେ ନୋବେଲ୍‌ ପୁରସ୍କାର ଲାଭ କରିଥିବା ଡେଭିଡ୍‌ ବେକର, ଯୁକ୍ତରାଷ୍ଟ୍ର ଆମେରିକାର ବର୍କଲେସ୍ଥିତ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଭାବେ କାର୍ଯ୍ୟରତ ଥିବାବେଳେ, ଇଂରେଜ...

ଭୟ

ସଂସାରରେ ବୋଧହୁଏ ଏମିତି କେହି ନାହିଁ, ଯିଏ ସମ୍ପୂର୍ଣ୍ଣ ରୂପେ ଭୟଶୂନ୍ୟ ହୋଇ ଜୀବନ ଧାରଣ କରେ। କେହି ହୁଏତ ନିଜକୁ ଭୟଶୂନ୍ୟ ବୋଲି ଦାବି...

ଜଳ ବଜାରରେ ପକ୍ଷପାତିତା

ନିକଟରେ ଗ୍ଲୋବାଲ କମିଶନ ଅନ୍‌ ଇକୋନୋମିକ୍ସ ଅଫ୍‌ ଓ୍ବାଟରର ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଓ୍ବାଟର ମାର୍କେଟ ବା ଜଳ ବଜାର(ସ୍ଥାୟୀ କିମ୍ବା...

ଏଇ ଭାରତରେ

ମୌସୁମୀ କାପାଡ଼ିଆଙ୍କ ସାହସିକ ଯାତ୍ରା ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣାଦାୟୀ କାହାଣୀ। ରିଜିଡ୍‌ ସ୍ପାଇନ ମସ୍କୁଲାର ଡିସ୍‌ଟ୍ରୋଫି( ଆର୍‌ଏସ୍‌ଏମ୍‌ଡି) ରୋଗରେ ପୀଡ଼ିତ ତାଙ୍କ ବଡ଼ ପୁଅ...

ଦରିଦ୍ରଙ୍କୁ ଦୁରାଚାରରୁ ମୁକ୍ତି

ବୃହସ୍ପତି ସାମଲ ଶନାଲ କ୍ରାଇମ୍‌ ରେକଡର୍‌ସ ବ୍ୟୁରୋର ୨୦୨୧ ତଥ୍ୟାନୁଯାୟୀ ଭାରତରେ ଘଟୁଥିବା ମୋଟ ଅପରାଧରୁ ୨୮% ଦାରିଦ୍ର୍ୟ ସହ ଜଡ଼ିତ। ୟୁନାଇଟେଡ୍‌ ନେସନ୍ସ ଅଫିସ...

ଶାଶ୍ୱତ ସୁଖର ଚଲାପଥ

ଯଚିଦାନନ୍ଦ ଦାଶ ପାଠକେ, ଆପଣ ଦେଖିଥିବେ, ଅଧିକାଂଶ ଧନୀ ଓ କୋଟିପତି ବ୍ୟକ୍ତିମାନେ ସବୁ ସମୟରେ ବ୍ୟସ୍ତତା ଓ ଚିନ୍ତିତ ଅବସ୍ଥାରେ ସମୟ ଅତିବାହିତ କରିଥାନ୍ତି।...

ଅଥର୍ବ ବେଦ ଓ ଋଷି ପିପ୍ପଳାଦ

ଅଥର୍ବ ବେଦର ସ୍ତୋତ୍ରଗୁଡ଼ିକରେ ସହାୟତା ଓ ଚିକିତ୍ସା ସମ୍ପର୍କିତ ମନ୍ତ୍ର ରହିଛି। ଏପରିକି ଏଥିରେ କ୍ଷତି କରୁଥିବା ମନ୍ତ୍ର ମଧ୍ୟ ରହିଛି। ଏହାକୁ ଯେଉଁ ଋଷି...

ବୃହତ୍ତମ ସୁପରମୁନ୍‌ ଓ ଜନମତ

ଅକ୍ଟୋବର ୧୭ ତାରିଖ, ଗୁରୁବାର। ୨୦୨୪ମସିହାର ୨୯୧ତମ ଦିନ ଓ ୪୨ତମ ସପ୍ତାହର ୪୨ତମ ଗୁରୁବାର। ସେଦିନ ପଡୁଛି ପୂର୍ଣ୍ଣିମା, କିନ୍ତୁ ଏବର୍ଷର ନିଆରା ପୂର୍ଣ୍ଣିମା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri